କେମିତି କମାଇବେ ପେଟର ଆକାର: ଜାଣନ୍ତୁ ୧୦ଟି ସୂତ୍ର

ଅନେକ ଲୋକ ପେଟ ବଢ଼ୁଥିବା ନେଇ ସବୁ ବେଳେ ଚିନ୍ତାରେ ଥାଆନ୍ତି। କାରଣ ଏଥିପାଇଁ ତାଙ୍କୁ ସାଙ୍ଗମାନଙ୍କ ଆଗରେ ସମୟରେ ସମୟରେ ଅପଦସ୍ତ ହେବାକୁ ପଡ଼ିଥାଏ। ବଢ଼ୁଥିବା ପେଟକୁ ନେଇ ଅନେକ ମଜାକ ମଧ୍ୟ କରନ୍ତି। ଏପରିସ୍ଥଳେ ପେଟ କିପରି କମାଇ ହେବ ସେଥିପାଇଁ ଚିନ୍ତା ଘାରିଥାଏ। ତେବେ ଚିନ୍ତା କରନ୍ତୁ ନାହିଁ, ପେଟ କମ କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ସୂତ୍ର। ୧ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଠିକ୍ ସମୟରେ ଖାଆନ୍ତୁ। […]

huge-belly-cos-of-beer

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 11:12 PM IST

ଅନେକ ଲୋକ ପେଟ ବଢ଼ୁଥିବା ନେଇ ସବୁ ବେଳେ ଚିନ୍ତାରେ ଥାଆନ୍ତି। କାରଣ ଏଥିପାଇଁ ତାଙ୍କୁ ସାଙ୍ଗମାନଙ୍କ ଆଗରେ ସମୟରେ ସମୟରେ ଅପଦସ୍ତ ହେବାକୁ ପଡ଼ିଥାଏ। ବଢ଼ୁଥିବା ପେଟକୁ ନେଇ ଅନେକ ମଜାକ ମଧ୍ୟ କରନ୍ତି। ଏପରିସ୍ଥଳେ ପେଟ କିପରି କମାଇ ହେବ ସେଥିପାଇଁ ଚିନ୍ତା ଘାରିଥାଏ। ତେବେ ଚିନ୍ତା କରନ୍ତୁ ନାହିଁ, ପେଟ କମ କରିବା ପାଇଁ ଆପଣାନ୍ତୁ ଏହି ୧୦ଟି ସୂତ୍ର।

୧ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ। ଠିକ୍ ସମୟରେ ଖାଆନ୍ତୁ। ଅଧିକ ପ୍ରୋଟିନଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।

୨ ଅରୁଆ ଭାତ ଖାଇବାଠାରୁ ଦୂରେଇ ରୁହନ୍ତୁ। ବ୍ରାଉନ ରାଇସର ଭାତ ଖାଇଲେ ଭଲ। କାରଣ ଏଥିରେ କୋଲଷ୍ଟ୍ରଲ ମାତ୍ରା କମ୍ ରହିଥାଏ। ଏଥିରେ ଥିବା ଭୁସି ଶରୀର କୋଲଷ୍ଟ୍ରଲ ସ୍ତର କମ୍ କରିଥାଏ।

୩ ଲୁଣ କମ୍ ଖାଆନ୍ତୁ। କାରଣ ଏଥିରେ ଜଳ ଧାରଣ କ୍ଷମତା ଅଧିକ ରହିଥାଏ। ଫଳରେ ଶରୀରରେ ଜଳର ମାତ୍ରା ବଢ଼ିଯାଏ। ଯାହା ପେଟ କମାଇବାରେ ବାଧା ସୃଷ୍ଟି କରେ। ଏଥିସହିତ ଆଚାର, ପାମ୍ପଡ଼, ଖାଇବା ମଧ୍ୟ ବନ୍ଦ କରନ୍ତୁ। ଚିନି କମ୍ ଖାଇବାକୁ ଚେଷ୍ଟା କରନ୍ତୁ।

୪ ତନ୍ତୁ ଜାତୀୟ ଖାଦ୍ୟ ଖାଆନ୍ତୁ। ଏହା ଭୋକ କଣ୍ଟ୍ରୋଲ କରିବା ସହିତ ମୋଟାପଣ କମ୍ କରିଥାଏ। ଏହାଛଡ଼ା ଏଥିରେ ମିନେରାଲ୍‌ସ ଓ ଅନ୍ୟାନ୍ୟ ଭିଟାମିନ୍ ପ୍ରଚୁର ପରିମାଣରେ ଥାଏ।

୫ ଅଧିକ ମସଲାଯୁକ୍ତ ଖାଦ୍ୟ ନଖାଇ ସେଥିରେ ଗୋଲମରିଚ,ସୋରିଷ, ହଳଦୀ,ଲଙ୍କା ଆଦିକୁ ସାମିଲ କରନ୍ତୁ। ଏହା ହଜମ ଶକ୍ତି ବଢ଼ାଇବା ସହିତ ଶରୀରର ଓଜନ କମାଇଥାଏ। ଏହାଛଡ଼ା ରସୁଣ ଖାଇଲେ ପେଟ କମାଇବାରେ ସାହାଯ୍ୟ କରିଥାଏ।

୬ ପ୍ରଚୁର ପାଣି ପିଅନ୍ତୁ। ଉଷୁମ୍ ପାଣି ପିଇଲେ ଆହୁରି ଭଲ। ଖାଇବାର ଅଧଘଣ୍ଟା ପରେ ଉଷୁମ୍ ପାଣି ପିଅନ୍ତୁ। ଏହାଦ୍ୱାରା ଶରୀର ବିଷାକ୍ତ ପଦାର୍ଥ କିଡନୀ ଦେଇ ବାହାରକୁ ବାହିରିଯାଏ। ଶରୀରରେ ରକ୍ତ ସଞ୍ଚାଳନ ଉତ୍ତମ ରୂପେ ହେବା ସହିତ ଉଷୁମ ପାଣି ମୋଟାପଣ କମାଇବାରେ ସାହାଯ୍ୟ କରେ।

୭ ବାଦାମ, ଅଖ୍ରୋଟ୍ ଭଳି ଡ୍ରାଏଫୁଡ୍ ଖାଆନ୍ତୁ। କାରଣ ଏପରି ଖାଦ୍ୟ ଶରୀରେ ଜମେ ନାହିଁ ଏଥିସହିତ ଶରୀରର ଓଜନ କମାଇବାରେ ସାହଯ୍ୟ କରିଥାଏ

୮ ମାଂସ ଖାଆନ୍ତୁ ନାହିଁ। କି ମଦ୍ୟପାନ କରନ୍ତୁ ନାହିଁ। କାରଣ ମାଂସରେ ପ୍ରଚୁର ପରିମାଣରେ ପ୍ରୋଟିନ ରହିଥାଏ। ଓ ମଦରେ କ୍ୟାଲୋରୀ ରହିଥାଏ। ଯାହା ଆପଣଙ୍କ ମୋଟାପଣ କମାଇବାରେ ବାଧା ସୃଷ୍ଟି କରିଥାଏ। ଯଦି ଜିମ୍ ଯାଉଛନ୍ତି ତାହେଲେ ମାଂସ ଖାଇବାରେ କୌଣସି ଅସୁବିଧା ନାହିଁ।

୯ ଅଧିକ ଫଳ ଓ ପନିପରିବା ଖାଇବାକୁ ଚେଷ୍ଟା କରନ୍ତୁ। ଏଥିରେ ବହୁତ କମ୍ ପରିମାଣରେ କ୍ୟାଲୋରୀ ଥାଏ।  ଏଥିସହିତ ଏସବୁ ଖାଦ୍ୟ ଶରୀରୀକୁ ପୋଷକ ତତ୍ତ୍ୱ ଯୋଗାଇଥାଏ।

୧୦ ସକାଳେ ପେଟପୁରା ଜଳଖିଆ ଖାଆନ୍ତୁ। ଖାଲିପେଟରେ ରୁହନ୍ତୁ ନାହିଁ। କି ତେଲରେ ଛଣା ଖାଦ୍ୟ ପଦାର୍ଥ ଓ ବାହାର ଖାଦ୍ୟ ଖାଆନ୍ତୁ ନାହିଁ।

Related story