- Videos
- Odisha
- ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ନେଇ ଖମାର ନୂଆଗାଁରେ ଉତ୍ତେଜନା, ଜନଶୁଣାଣି ସ୍ଥଗିତ
ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ନେଇ ଖମାର ନୂଆଗାଁରେ ଉତ୍ତେଜନା, ଜନଶୁଣାଣି ସ୍ଥଗିତ
- Published: Thursday, 12 October 2017
- , Updated: 12 October 2017, 12:39 PM IST
<p>ଆଠଗଡ: ଆଠଗଡ଼ ଖମାର ନୂଆଗାଁରେ ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ ଜନଶୁଣାଣି ବେଳେ ଉତ୍ତେଜନା। ଜନଶୁଣାଣି ବେଳେ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ ପୋଲିସ ଉପସ୍ଥିତି ଥିଲେ ମଧ୍ୟ ଲୋକଙ୍କୁ ଆୟତ୍ତ କରିବାରେ ବିଫଳ ହୋଇଥିଲା। ଏହାପରେ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୋଲିସ୍‌କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।</p>
<p>ସୂଚନା ଅନୁସାରେ ଆଠଗଡ଼ ବ୍ଳକ ରାଧାକିଶୋପୁର ଓ ଗୁରୁଡିଝାଟିଆ ଫଞ୍ଚାୟତର ଖମାର ନୂଆଗାଁରେ ଏକ ସିମେଣ୍ଟ କାରଖାନା ହେବାର ଅଛି। ଏନେଇ ଆଜି ଜନଶୁଣାଣି ଚାଲିଥିବାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସ୍ଥଳରେ କଟକ ଏଡିଏମ ରଘୁରାମ ଆୟର ଓ ଆଠଗଡ଼ ଉପଜିଲ୍ଲାପାଳ ହରିଶଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଏଥିରେ କୌଣସି ସୁଫଳ ମିଳିନଥିଲା । ଘଟଣା ପରେ ଜନଶୁଣାଣିକୁ ସ୍ଥଗିତ ରଖାଯାଇଛି।</p>