ଥମୁନି ଶିଶୁ ଭବନରେ ଶିଶୁମୃତ୍ୟୁ: ଆସନ୍ତାକାଲି ଅନୁଧ୍ୟାନରେ ଆସିବେ କେନ୍ଦ୍ରୀୟ ଟିମ

କଟକ: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଥମିବାର ନାଁ ନେଉନାହିଁ। ଶୁକ୍ରବାର ଦିନ ଆଉ ୭  ଶିଶୁଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ  ୮ ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୪୨ରେ। ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟିମ୍ କଟକ ଆସୁଥିବା ସୂଚନା ମିଳିଛି। ଶିଶୁ ମୃତ୍ୟୁର ତଦନ୍ତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।  […]

sishu

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 02:20 PM IST

କଟକ: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଥମିବାର ନାଁ ନେଉନାହିଁ। ଶୁକ୍ରବାର ଦିନ ଆଉ ୭  ଶିଶୁଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ  ୮ ଦିନରେ ଶିଶୁ ମୃତ୍ୟୁ ସଂଖ୍ୟା ପହଞ୍ଚିଛି ୪୨ରେ। ଏପଟେ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟିମ୍ କଟକ ଆସୁଥିବା ସୂଚନା ମିଳିଛି। ଶିଶୁ ମୃତ୍ୟୁର ତଦନ୍ତ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡାଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ।  ଅନ୍ୟପକ୍ଷରେ ଇଣ୍ଡିଆନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ ଫେଡେରେସନ ଓଡ଼ିଶା ଶାଖାର ଏକ ତିନି ଜଣିଆ ଟିମ୍ ଆଜି କଟକ ଶିଶୁଭବନ ପରିଦର୍ଶନ କରିଛି। ଚିକିତ୍ସା ଅବହେଳା ଓ କୌଣସି ପ୍ରକାର ସଂକ୍ରମଣରୁ ଶିଶୁଙ୍କୁ ମୃତ୍ୟୁ ହେଉଥିବା ଅଭିଯୋଗକୁ ଟିମର ସଦସ୍ୟ ତଥା ଆଇଏପିଏଫ୍ ସଭାପତି ଡାକ୍ତର ଅରବିନ୍ଦ ମହାନ୍ତି ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଶିଶୁଭବନର ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଯଥାସମ୍ଭବ ଉଦ୍ୟମ କରାଯାଉଥିବା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଶିଶୁଙ୍କର କଟକ,ଢେଙ୍କ।ନାଳ, ବାଲେଶ୍ୱର, ବାଲିଆପାଳ, ରାଜଗାଙ୍ଗପୁର ଓ ଚଣ୍ଡିଖୋଲରୁ ଚିକିତ୍ସା ଲାଗି ଆସିଥିବା ଆଉ ୭ ଶିଶୁଙ୍କର ଆଜି ମୃତ୍ୟୁ ହୋଇଛି।

Related story