କୋଲେଷ୍ଟ୍ରୋଲ ସ୍ତର ବଢ଼ିଲେ ଭାରି ବିପଦ: ଲକ୍ଷଣ ଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ

କୋଲେଷ୍ଟ୍ରୋଲ ହେଉଛି ଏକ ପ୍ରକାରର ଚର୍ବି, ଯାହାର ଉତ୍ପାଦନ ଲିଭର କରିଥାଏ। ଆମ ଶରୀରକୁ ଏହାର ଆବଶ୍ୟକ ରହିଥାଏ। ହେଲେ ଆବଶ୍ୟକତାଠାରୁ ଅଧିକ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। କାରଣ ଏହା ଶରୀରର କୋଷିକାଗୁଡ଼ିକରେ ଜମିବାକୁ ଲାଗେ। ଫଳରେ ଆମକୁ ଅନେକ ରୋଗ ହୋଇଥାଏ। ରକ୍ତରେ କୋଲେଷ୍ଟ୍ରୋଲ ବଢ଼ିବାର ଅର୍ଥ ହେଉଛି ହୃଦ୍‌ ଜନିତ ରୋଗ ହେବ।। ଆହୁରି ଅନେକ ରୋଗର ଶିକାର ହେବାକୁ ପଡ଼ିଥାଏ କୋଲେଷ୍ଟ୍ରୋଲ କାରଣରୁ। ତେବେ କୋଲେଷ୍ଟ୍ରୋଲ ସ୍ତରକୁ ସବୁବେଳେ ନିୟନ୍ତ୍ରଣରେ […]

cholesterol

Rakesh Mallick
  • Published: Monday, 25 June 2018
  • , Updated: 25 June 2018, 01:07 PM IST

କୋଲେଷ୍ଟ୍ରୋଲ ହେଉଛି ଏକ ପ୍ରକାରର ଚର୍ବି, ଯାହାର ଉତ୍ପାଦନ ଲିଭର କରିଥାଏ। ଆମ ଶରୀରକୁ ଏହାର ଆବଶ୍ୟକ ରହିଥାଏ। ହେଲେ ଆବଶ୍ୟକତାଠାରୁ ଅଧିକ ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ। କାରଣ ଏହା ଶରୀରର କୋଷିକାଗୁଡ଼ିକରେ ଜମିବାକୁ ଲାଗେ। ଫଳରେ ଆମକୁ ଅନେକ ରୋଗ ହୋଇଥାଏ। ରକ୍ତରେ କୋଲେଷ୍ଟ୍ରୋଲ ବଢ଼ିବାର ଅର୍ଥ ହେଉଛି ହୃଦ୍‌ ଜନିତ ରୋଗ ହେବ।। ଆହୁରି ଅନେକ ରୋଗର ଶିକାର ହେବାକୁ ପଡ଼ିଥାଏ କୋଲେଷ୍ଟ୍ରୋଲ କାରଣରୁ। ତେବେ କୋଲେଷ୍ଟ୍ରୋଲ ସ୍ତରକୁ ସବୁବେଳେ ନିୟନ୍ତ୍ରଣରେ ରଖିବା ଉଚିତ। ଆସନ୍ତୁ ଜାଣିବା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ଅଛି କି ବଢ଼ିଛି ସେ ବିଷୟରେ କେମିତି ଜାଣିବେ।

କୋଲେଷ୍ଟ୍ରୋଲର ଲକ୍ଷଣ-:

ଶୀଘ୍ର ଥକିଯିବା- ଯଦି ଆପଣଙ୍କୁ ଅଳ୍ପ ବାଟ ଚାଲିଲେ ଥକା ଲାଗୁଛି ତେବେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ ବଢ଼ିଛି ବୋଲି ଜାଣନ୍ତୁ। ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଗୋଡ଼ ଦରଜ- ଯଦି ଆପଣଙ୍କର ବିନା କାରଣରେ ସବୁବେଳେ ଗୋଡ଼ ଦରଜ ହେଉଛି ତେବେ ଏହା ମଧ୍ୟ କୋଲେଷ୍ଟ୍ରୋଲ ବଢ଼ିବାର ଲକ୍ଷଣ ହୋଇପାରେ। ଏହାକୁ ଅଣଦେଖା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଝାଳ ବାହାରିବା-  ଶରୀରରୁ ଝାଳ ନିର୍ଗତ ହେବା ସାଧାରଣ କଥା। କିନ୍ତୁ ଯଦି ଆବଶ୍ୟକତାଠୁ ଅଧିକ ଝାଳ ବାହାରୁଛି ତେବେ ଏହା ବିପଦର ସଂକେତ। ଏହା ଶରୀରରେ କୋଲେଷ୍ଟ୍ରୋଲ ସ୍ତର ବଢ଼ିବାର ସଂକେତ। ଏହାକୁ ସାଧାରଣ କଥା ଭାବି ଅଣଦେଖା କରନ୍ତୁ ନାହିଁ।

ଓଜନ ବୃଦ୍ଧି- ଯଦି ଆପଣଙ୍କର ହଠାତ୍‌ ଓଜନ ବଢ଼ିବାରେ ଲାଗୁଛି, ଆପଣଙ୍କୁ ଭାରି ଭାରି ଲାଗୁଛି, ତେବେ ଏହା ମଧ୍ୟ କୋଲେଷ୍ଟ୍ରୋଲ ବଢ଼ିବାର ଲକ୍ଷଣ ହୋଇପାରେ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ନଚେତ ଅନେକ ରୋଗର ଶିକାର ହେବେ।

ରକ୍ତଚାପ ବୃଦ୍ଧି- ରକ୍ତଚାପ ହଠାତ ବଢିଗଲେ କୋଲେଷ୍ଟ୍ରୋଲ ସ୍ତର ଚେକ୍‌ କରନ୍ତୁ କୋଲେଷ୍ଟ୍ରଲ ବଢ଼ିବା ଯୋଗୁଁ ବି ଏପରି ହୋଇପାରେ। ବଢ଼ୁଥିବା କୋଲେଷ୍ଟ୍ରଲ୍‌ର ଏହି ଲକ୍ଷଣକୁ ଅଣଦେଖା ନ କରି ଡାକ୍ତରଙ୍କ ସହ ଯଥାଶୀଘ୍ର ପରାମର୍ଶ କରନ୍ତୁ।

ଛାତି ଦରଜ- ଯଦି ଆପଣ ସମୟ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ମଧ୍ୟ ଶରୀରରେ ଚର୍ବି ବଢ଼ିବାର ସଂକତେ ହୋଇପାରେ।

ହୃଦ୍‌ ସ୍ପନ୍ଦନ ବଢ଼ିବା- ଯଦି ଆପଣଙ୍କ ହୃଦ୍‌ ସ୍ପନ୍ଦନ ଅଧିକ ହେଉଛି ତେବେ ଆଉ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ବଢ଼ିଲେ ହୃତପିଣ୍ଡ ଯାଏ ରକ୍ତ ଯାଇପାରେ ନାହିଁ। ଫଳରେ ହାର୍ଟ ବିଟ୍‌ ବଢ଼ିଯାଏ।

Related story