ରାତାରାତି ମୁହଁରୁ ଗାୟବ ହୋଇଯିବ ଭାତୁଡ଼ି: ଜାଣନ୍ତୁ କେମିତି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁହଁରେ ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଭାତୁଡ଼ି ହେବା ଏକ ସାଧାରଣ କଥା। ହେଲେ ଏହି ସାଧାରଣ ଲାଗୁଥିବା ଭାତୁଡ଼ି କେତେ ଟେନ୍‌ସନ୍‌ ଦିଏ କହିଲେ। ତେବେ ବ୍ୟସ୍ତ ହୁଅନ୍ତୁନି, ରାତି ପାହିଲା ବେଳକୁ ଆପଣଙ୍କ ମୁହଁରୁ ଭାତୁଡ଼ି ଉଭାନ୍‌ ହୋଇଯାଇଥିବ। କେମିତି ଜାଣିବାକୁ ଚାହୁଁଛନ୍ତି କି? ତାହେଲେ ଅସନ୍ତୁ ଜାଣିବା। କେତେକଙ୍କର ମୁହଁରେ କିମ୍ବା ଓଠରେ ଭାତୁଡ଼ି  ହେଉଥିବା ଦେଖାଯାଇଥାଏ। ଏହାକୁ ହଟାଇବାକୁ ଔଷଧର ସାହାଯ୍ୟ ନେଇ ମଧ୍ୟ ଅନେକେ ସଫଳ […]

skin-tag-and-warts-removal

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 10:39 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ମୁହଁରେ ବା ଶରୀରର ଅନ୍ୟ କୌଣସି ସ୍ଥାନରେ ଭାତୁଡ଼ି ହେବା ଏକ ସାଧାରଣ କଥା। ହେଲେ ଏହି ସାଧାରଣ ଲାଗୁଥିବା ଭାତୁଡ଼ି କେତେ ଟେନ୍‌ସନ୍‌ ଦିଏ କହିଲେ। ତେବେ ବ୍ୟସ୍ତ ହୁଅନ୍ତୁନି, ରାତି ପାହିଲା ବେଳକୁ ଆପଣଙ୍କ ମୁହଁରୁ ଭାତୁଡ଼ି ଉଭାନ୍‌ ହୋଇଯାଇଥିବ। କେମିତି ଜାଣିବାକୁ ଚାହୁଁଛନ୍ତି କି? ତାହେଲେ ଅସନ୍ତୁ ଜାଣିବା। କେତେକଙ୍କର ମୁହଁରେ କିମ୍ବା ଓଠରେ ଭାତୁଡ଼ି  ହେଉଥିବା ଦେଖାଯାଇଥାଏ। ଏହାକୁ ହଟାଇବାକୁ ଔଷଧର ସାହାଯ୍ୟ ନେଇ ମଧ୍ୟ ଅନେକେ ସଫଳ ହୋଇ ନ ଥାନ୍ତି। ଯଦି ଆପଣ ଏଭଳି ସମସ୍ୟାରେ ପଡିଛନ୍ତି ତାହେଲେ ବ୍ୟସ୍ତ ହୁଅନ୍ତୁନି। ବିନା ଖର୍ଚ୍ଚରେ ଆପଣ ନିଜେ ହିଁ ଭାତୁଡ଼ି ଭଲ କରିପାରିବେ। ଏହାର ନିଦାନ ପାଇଁ କଦଳୀ ଚୋପାକୁ ବ୍ୟବହାର କରନ୍ତୁ ଲାଭବାନ୍‌ ହେବେ।

ଭାତୁଡ଼ି ର କାରଣ: ଶରୀରରେ ଥିବା  ହ୍ୟାଉମନ୍ ପାପିଲୋମା ଭାଇରସ୍ ଯୋଗୁ ଭାତୁଡ଼ି ହୋଇଥାଏ। ଡାକ୍ତରୀ ଭାଷାରେ କହିଲେ ଏହା ପିଗ୍‌ମେଣ୍ଟ କୋଶିକାଗୁଡ଼ିକର ଏକତ୍ର ରୂପ । ଏହା ସାଧାରଣତଃ କଳା ଓ ମାଟିଆ ରଙ୍ଗର। କେତେକାଂଶରେ ଏହା କ୍ୟାନସର୍ ଭଳି ରୋଗକୁ ଆମନ୍ତ୍ରଣ ଦେଇଥାଏ। ତେଣୁ ଠିକ୍ ସମୟରେ ଏହାର ଚିକିତ୍ସା କରାଇନେବା ଭଲ।

ନିରାକରଣ: ଆୟୁର୍ବେଦ ସାହାଯ୍ୟରେ ଭାତୁଡ଼ିକୁ ଭଲ କରାଯାଇପାରେ। ଏଥିପାଇଁ କଦଳୀ ଚୋପା ମହୌଷଧୀ ଭଳି କାର୍ଯ୍ୟ କରିଥାଏ। କାରଣ ଏହା ଅକ୍ସିଡେସନ୍ ନିରୋଧୀ। ଯାହା ଭାତୁଡ଼ି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। କଦଳୀ ଚୋପାକୁ ଭାତୁଡ଼ି ଉପରେ ରାତିସାରା ଲଗାଇ ରଖନ୍ତୁ। ଧିରେ ଧିରେ ଏହା ନଷ୍ଟ କରିଦେବ। ଏପରି କିଛି ଦିନ କରି ଦେଖନ୍ତୁ ନିଶ୍ଚୟ ସୁଫଳ ପାଇବେ।

Related story