ତିର୍ତ୍ତୋଲ ଥାନା ଭଙ୍ଗାରୁଜା ଘଟଣା: ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ନାଁରେ ମାମଲା, ୭ ଗିରଫ

ଜଗତସିଂହପୁର: ଗତକାଲି ତିର୍ତ୍ତୋଲ ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ନାଁରେ ମାମଲା ରୁଜୁ କରିଛି। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ନିଆଳି ବିଧାୟକ ମଲ୍ଲିକଙ୍କୁ ବିଜେପି କର୍ମୀମାନେ ମାଡ ମାରିବା ଅଭିଯୋଗରେ ତାଙ୍କ ସମର୍ଥକମାନେ ତିର୍ତ୍ତୋଲ ଥାନାରେ ଭଙ୍ଗାରୁଜା କରିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଏହି ମାମଲା ରୁଜୁ କରିଛି। ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ମାମଲା କରାଯାଇଛି। ପୋଲିସ […]

niali

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 06:34 AM IST

ଜଗତସିଂହପୁର: ଗତକାଲି ତିର୍ତ୍ତୋଲ ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ନାଁରେ ମାମଲା ରୁଜୁ କରିଛି। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗତକାଲି ନିଆଳି ବିଧାୟକ ମଲ୍ଲିକଙ୍କୁ ବିଜେପି କର୍ମୀମାନେ ମାଡ ମାରିବା ଅଭିଯୋଗରେ ତାଙ୍କ ସମର୍ଥକମାନେ ତିର୍ତ୍ତୋଲ ଥାନାରେ ଭଙ୍ଗାରୁଜା କରିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଏହି ମାମଲା ରୁଜୁ କରିଛି। ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି ମାମଲା କରାଯାଇଛି। ପୋଲିସ ଅପାରଗତା ପାଇଁ ଏଭଳି ଘଟଣା ଘଟିଲା ବୋଲି ବିଧାୟକ ମଲ୍ଲିକ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାରାଦୀପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ବିଧାୟକ ମଲ୍ଲିକ ଯାଉଥିଲେ। ବାଲିପାଟଣାଠାରେ ବିଜେପି କର୍ମୀମାନେ ତାଙ୍କ ଗାଡି ଉପରେ ଆକ୍ରମଣ କରି ଭାଙ୍ଗି ଦେବା ସହ ତାଙ୍କୁ ମାଡ ମାରିଥିଲେ। ଏହାସହ ତାଙ୍କୁ ଚଲାଇ ଚଲାଇ ନେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୁଇଦଳ ବିଜେପି ଓ ବିଜେଡି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ୮ରୁ ଅଧିକ ଗାଡି ଭଙ୍ଗାରୁଜା ହୋଇଥିଲା। ବିଧାୟକଙ୍କ ସମର୍ଥକମାନେ ତିର୍ତ୍ତୋଲ ଥାନାକୁ ଯାଇ ଭଙ୍ଗାରୁଜା କରିଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଛି।

ଅନ୍ୟପକ୍ଷେ ବିଧାୟକ ମଲ୍ଲିକଙ୍କୁ ମାଡ଼ ଘଟଣାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଅଭିଯୋଗ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Related story