କୁକୁର କାମୁଡିଲେ କ’ଣ କରିବେ? ଜାଣନ୍ତୁ ଘରୋଇ ଉପଚାର

କୁକୁର କାମୁଡିବା ଦ୍ୱାରା ହାଇଡ୍ରୋଫୋବିଆ ଭଳି  ମାରାତ୍ମକ ରୋଗ ହୋଇଥାଏ।  ସଠିକ୍‌ ଚିକିତ୍ସା ନକଲେ ମଣିଷ ପାଗଳ  ହୋଇ ମୃତ୍ୟୁବରଣ ମଧ୍ୟ କରିଥାଏ। ବେଳେ  ବେଳେ କୁକୁର କାମୁଡିବା ପରେ ଆକ୍ରାନ୍ତ ଶୀଘ୍ର ଡାକ୍ତରଖାନା ପହଞ୍ଚିପାରି ନଥାଏ। ଏଭଳି ସ୍ଥିତିରେ ଘରୋଇ ଉପଚାର ବଡ କାମରେ ଆସିଥାଏ। ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପଚାର ୧. କୁକୁର କାମୁଡିବା ପରେ ସର୍ବ ପ୍ରଥମେ ସେହି ସ୍ଥାନକୁ ସାବୁନରେ ଭଲ ଭାବେ ଧୁଅନ୍ତୁ। ଏହା ପରେ ଡେଟଲ […]

Dog-Bite

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 11:18 AM IST

କୁକୁର କାମୁଡିବା ଦ୍ୱାରା ହାଇଡ୍ରୋଫୋବିଆ ଭଳି  ମାରାତ୍ମକ ରୋଗ ହୋଇଥାଏ।  ସଠିକ୍‌ ଚିକିତ୍ସା ନକଲେ ମଣିଷ ପାଗଳ  ହୋଇ ମୃତ୍ୟୁବରଣ ମଧ୍ୟ କରିଥାଏ। ବେଳେ  ବେଳେ କୁକୁର କାମୁଡିବା ପରେ ଆକ୍ରାନ୍ତ ଶୀଘ୍ର ଡାକ୍ତରଖାନା ପହଞ୍ଚିପାରି ନଥାଏ। ଏଭଳି ସ୍ଥିତିରେ ଘରୋଇ ଉପଚାର ବଡ କାମରେ ଆସିଥାଏ। ଆସନ୍ତୁ ଜାଣିବା ଏପରି କିଛି ଘରୋଇ ଉପଚାର

୧. କୁକୁର କାମୁଡିବା ପରେ ସର୍ବ ପ୍ରଥମେ ସେହି ସ୍ଥାନକୁ ସାବୁନରେ ଭଲ ଭାବେ ଧୁଅନ୍ତୁ। ଏହା ପରେ ଡେଟଲ ଲଗାଇ ପଟି ବାନ୍ଧି ଦିଅନ୍ତୁ। ଏପରି କରିବା ଦ୍ୱାରା ବିଷ ଶରୀରରେ ଚଢି ନଥାଏ।

୨. ଗୋଲମରିଚ  ବିଷକୁ କାଟିଥାଏ। ୧୫ଟି ଗୋଲମରିଚ ସହ ୨ଚାମଚ ଜୀରା ମିଶାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହି ଗୁଣ୍ଡକୁ ପାଣିରେ ମିଶାଇ ସେହି ସ୍ଥାନରେ ଲଗାନ୍ତୁ ।

୩. ପିଆଜରସ ଓ ମହୁକୁ ସମାନ ପରିମାଣରେ ମିଶାଇ କ୍ଷତ ସ୍ଥାନରେ ଲଗାନ୍ତୁ । ଏହି ପେଷ୍ଟ ସମସ୍ତ ବିଷକୁ ନଷ୍ଟ କରିଦେଇଥାଏ।

୪. ବଟା ହୋଇଥିବା ଲଙ୍କା ଗୁଣ୍ଡକୁ କୁକୁର କାମୁଡିଥିବା  ସ୍ଥାନରେ ସଙ୍ଗେ ସଙ୍ଗେ  ଲଗାଇଲେ  ବିଷ ଶରୀରରେ ବଢି ନଥାଏ।

Related story