କାହାକୁ ଭରଷା କରିବେ ନବୀନ: ମନ୍ତ୍ରୀ ପଦ ୧୦, ଆଶାୟୀ ଅନେକ

ଭୁବନେଶ୍ୱର: ୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି। ଏଥିପାଇଁ ୧୦ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଥିବା ବେଳେ ଆଉ ୨ ଜଣ ଶୀଘ୍ର ଦେବେ ବୋଲି କୁହାଯାଉଛି। ତେବେ ଏହି ଖାଲି ସ୍ଥାନରେ ନବୀନ କାହାକୁ ନେବେ ? କାହା ମୁଣ୍ଡରେ ହାତୀ ସୁନା କଳସ୍‌ ଢାଳିବ ? ତାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ। ୧୦ ମନ୍ତ୍ରୀ […]

bjd

Rakesh Mallick
  • Published: Saturday, 06 May 2017
  • , Updated: 06 May 2017, 05:29 PM IST

ଭୁବନେଶ୍ୱର: ୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରିମଣ୍ଡଳର ନବକଳେବର କରିବାକୁ ଯାଉଛନ୍ତି। ଏଥିପାଇଁ ୧୦ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଥିବା ବେଳେ ଆଉ ୨ ଜଣ ଶୀଘ୍ର ଦେବେ ବୋଲି କୁହାଯାଉଛି। ତେବେ ଏହି ଖାଲି ସ୍ଥାନରେ ନବୀନ କାହାକୁ ନେବେ ? କାହା ମୁଣ୍ଡରେ ହାତୀ ସୁନା କଳସ୍‌ ଢାଳିବ ? ତାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ।

୧୦ ମନ୍ତ୍ରୀ ପଦ ଖାଲି ହୋଇଛି। ହେଲେ ଏହି ପଦ ପାଇଁ ଦଳର ବହୁ ନେତା ଆଶାବାନ୍ଧି ବସିଛନ୍ତି। ସମସ୍ତେ ଆଶା ରଖିଛନ୍ତି ନବୀନ ତାଙ୍କ ଉପରେ ଭରଷା ଦେଖାଇବେ। ଏହି ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ଅମର ଶଥପଥୀ, ଦେବାଶିଷ ନାୟକ। ଏମାନଙ୍କ ବାଦ୍‌ ଶଶିଭୂଷଣ ବେହେରା, ମହେଶ୍ୱର ମହାନ୍ତି, ପ୍ରଫୁଲ୍ଲ ସାମଲ, ସୁଶାନ୍ତ ସିଂହ, ଅନନ୍ତ ଦାସ, ସୂର୍ଯ୍ୟନାରାୟଣ ପାତ୍ର, ରବିନାରାୟଣ ମହାପାତ୍ର ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କୁ ବି ସୁଯୋଗ ମିଳିପାରେ। ଏହାବାଦ୍‌ ନବୀନ କିଛି ନୂଆ ଯୁବ ଚେହେରାକୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସୁଯୋଗ ଦେଇପାରନ୍ତି।

ଏବେ ସମସ୍ତଙ୍କ ନଜର ନବୀନଙ୍କ ଉପରେ। ସେ କହାକୁ ନେବେ, କେଉଁ ନେତାଙ୍କ ଆଶା ପୂରଣ ହେବ ଓ କାହାର ଆଶା ପାଣି ଫଟକା ପରି ମେଳାଇବ ତାହା ଆଗକୁ ଜଣାପଡିବ।

ସୂଚନାଯୋଗ୍ୟ, ଆସନ୍ତାକାଲି ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ। ଆଜି ଅପରାହ୍ନ ୪ଟା ସୁଦ୍ଧା ୧୦ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଲାଲବିହାରୀ ହିମିରିକା ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଇସ୍ତଫା ଦେଇସାରିଛନ୍ତି। ଯୋଗେନ୍ଦ୍ର ବେହେରା ଓ ପ୍ରଦୀପ ଅମାତ ଇସ୍ତଫା ଦେବେ।

Related story