୩ ଜୁନ୍‌, ରବିବାର: ଜାଣନ୍ତୁ କାହାର ଭାଗ୍ୟ ନୂଆ ମୋଡ ନେବ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଦୀର୍ଘ ଦିନ ଧରି ଚାଲିଥିବା ମାମଲା ଫଇସଲା ହେବ। କୌଣସି ଶୁଭ ଖବର ପାଇବେ। ନିଜ ତୁଣ୍ଡ ଉପରେ ଲଗାମ ଲଗାନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି। ବୃଷ: ଉଚ୍ଚ ପଦରେ ଥିଲେ ବଦଳି ହେବାର ଯୁଗ ରହିଛି। ଧାର ଓ ଉଧାର ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରନ୍ତୁ। ମିଥୁନ୍‌: ଅର୍ଥ ମିଳିବାର ଯୁଗ ରହିଛି। […]

Rasiphala-image-840x440-1-2-2-1-840x440-1-2

Rakesh Mallick
  • Published: Sunday, 03 June 2018
  • , Updated: 03 June 2018, 05:25 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଦୀର୍ଘ ଦିନ ଧରି ଚାଲିଥିବା ମାମଲା ଫଇସଲା ହେବ। କୌଣସି ଶୁଭ ଖବର ପାଇବେ। ନିଜ ତୁଣ୍ଡ ଉପରେ ଲଗାମ ଲଗାନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

ବୃଷ: ଉଚ୍ଚ ପଦରେ ଥିଲେ ବଦଳି ହେବାର ଯୁଗ ରହିଛି। ଧାର ଓ ଉଧାର ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ସୂର୍ଯ୍ୟଙ୍କୁ ପାଣି ଅର୍ପଣ କରନ୍ତୁ।

ମିଥୁନ୍‌: ଅର୍ଥ ମିଳିବାର ଯୁଗ ରହିଛି। ମାନ ଓ ସମ୍ମାନ ମିଳିବ। ଦିନଟି ଆପଣଙ୍କର ସହଖୁସିରେ ବିତିବ। ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଆଜି ଦିନଟି ଭଲ ରହିବ। ନିଜର ପ୍ରେମ ସମ୍ପର୍କକୁ ଆଗକୁ ବଢ଼ାଇ ପାରିବେ।

କର୍କଟ: ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ। ଏଥିରେ ଆପଣ ଆପଣଙ୍କ ଜୀବନସାଥୀଙ୍କ ସହଯୋଗ ପାଇବେ। ନେବା ପୂର୍ବରୁ ଥରୁଟିଏ ଚିନ୍ତା କରନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

ସିଂହ: ବେପାର ବଣିଜରେ ଲାଭ ମିଳିବ। ନୂଆ ଜମି କିଣିବାର ଯୁଗ ରହିଛି। ଅର୍ଥହାନୀଠାରୁ ଦୂରେଇ ରୁହନ୍ତୁ। ନହେଲେ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ।

କନ୍ୟା: ବ୍ୟବସାୟୀଙ୍କ ପାଇଁ ଆଜିର ଦିନଟି ଭଲ ନାହିଁ। କାରବାର କରିବା ପୂର୍ବରୁ ସତର୍କତା ଅବଲମ୍ୱନ କରନ୍ତୁ। ଦୂର ଯାତ୍ରା ଯୁଗ ରହିଛି। ଶନିଦେବଙ୍କ ପୂଜା କରନ୍ତୁ।

ତୁଳା: ଅର୍ଥ ମିଳିବାର ଯୁଗ ରହିଛି। ଜମି କିଣିପାରନ୍ତି। ପରିବାରିକ ଶାନ୍ତି ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଦୂର ହୋଇଯିବ।

ବିଚ୍ଛା: ଦୀର୍ଘ ଦିନରୁ ଲାଗି ରହିଥିବା ଜମିବାଡ଼ି ବିବାଦ ସମାଧାନ ହେବ। ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ। ଦୂର ଯାତ୍ରା କରିବାର ଯୁଗ ରହିଛି।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନାହିଁ। ଦୁର୍ଘଟଣା ହେବାର ଆଶଙ୍କା ରହିଛି। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ ଅସୁବିଧାରେ ପଡ଼ିପାରନ୍ତି।

ମକର: ଆର୍ଥିକ ସ୍ଥିତି ମଜବୁତ୍‌ ହେବ। ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। ଦୂର ଯାତ୍ରା କରିବାର ଥିଲେ ଯାଆନ୍ତୁ ନାହିଁ।

କୁମ୍ଭ: ଚାକିରି ପରିବର୍ତ୍ତନ କରିପାରନ୍ତି। ଉପହାର ମିଳିପାରନ୍ତି। ବିବାଦଠାରୁ ଦୂରେଇ ରୁହନ୍ତୁ। ନହେଲେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇପାରେ। ଅଯଥାରେ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ।

ମୀନ: ଅର୍ଥ ମିଳିବାର ଯୁଗ ରହିଛି। ନୂଆ ଚାକିରି ମିଳିବ। ଦୂର ଯାତ୍ରା କରିପରନ୍ତି। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ।

Related story