୪ ଜୁନ୍‌ ସୋମବାର: ଜାଣନ୍ତୁ ଆଜି କେଉଁ ରାଶିର ବ୍ୟକ୍ତିଙ୍କର ଦୂର ଯାତ୍ରାର ଯୋଗ ରହିଛି

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପାରିବାରିକ ସ୍ଥିତି ଭଲ ରହିବ। ଦୂରଯାତ୍ରା କରିପାରନ୍ତି। ବିବାଦଠାରୁ ଦୂରେଇ ରୁହନ୍ତୁ। ନହେଲେ କାହା ସହିତ ପାଟିତୁଣ୍ଡ ହୋଇପାରେ। ବୃଷ: ଚାକିରି ପରିବର୍ତ୍ତନର ଯୋଗ ରହିଛି। ହସଖୁସିରେ ଜୀବନ ଅତିବାହିତ ହେବ। ଜୀବନ ସାଥୀଙ୍କଠାରୁ ସହଯୋଗ ମିଳିବ। ମିଥୁନ୍‌: ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ସେମାନେ ସେମାନଙ୍କ ସମ୍ପର୍କକୁ ଆଗେଇ ପାରିବେ। ଆର୍ଥିକ ଲାଭ ମିଳିବାର ଯୋଗ ରହିଛି। କର୍କଟ: ଅର୍ଥ […]

Rasiphala-image-840x440-1-2-2-1-840x440-1-2

Rakesh Mallick
  • Published: Monday, 04 June 2018
  • , Updated: 04 June 2018, 07:41 AM IST

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପାରିବାରିକ ସ୍ଥିତି ଭଲ ରହିବ। ଦୂରଯାତ୍ରା କରିପାରନ୍ତି। ବିବାଦଠାରୁ ଦୂରେଇ ରୁହନ୍ତୁ। ନହେଲେ କାହା ସହିତ ପାଟିତୁଣ୍ଡ ହୋଇପାରେ।

ବୃଷ: ଚାକିରି ପରିବର୍ତ୍ତନର ଯୋଗ ରହିଛି। ହସଖୁସିରେ ଜୀବନ ଅତିବାହିତ ହେବ। ଜୀବନ ସାଥୀଙ୍କଠାରୁ ସହଯୋଗ ମିଳିବ।

ମିଥୁନ୍‌: ପ୍ରେମିକ ଓ ପ୍ରେମିକାଙ୍କ ପାଇଁ ଆଜିର ଦିନଟି ଭଲ ରହିବ। ସେମାନେ ସେମାନଙ୍କ ସମ୍ପର୍କକୁ ଆଗେଇ ପାରିବେ। ଆର୍ଥିକ ଲାଭ ମିଳିବାର ଯୋଗ ରହିଛି।

କର୍କଟ: ଅର୍ଥ ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟଗତ ସମସ୍ୟ ଥିଲେ ଦୂର ହେବ। ସବୁ କ୍ଷେତ୍ରରେ ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହଯୋଗ ପାଇବେ।

ସିଂହ: ଚାକିରି ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି। ସେଥିପାଇଁ ଶନିଦେବଙ୍କୁ ପୂଜା କରନ୍ତୁ।

କନ୍ୟା: ଦୂର ଯାତ୍ରାରେ ଯାଇପାରନ୍ତି। ଅର୍ଥ ନଷ୍ଟର ଯୋଗ ରହିଛି। ପ୍ରେମିକ ଓ ପ୍ରେମିକାମାନଙ୍କ ପାଇଁ ଆଜିର ଦିନଟି ଭଲ ନାହିଁ। ସେମାନେ ସେମାନଙ୍କର ପ୍ରେମ ସମ୍ପର୍କକୁ ଭାବିଚିନ୍ତା ଆଗକୁ ବଢ଼ାନ୍ତୁ।

ତୁଳା:  ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ନୂଆ କାମରେ ମନୋନିବେଶ କରିବେ। ମାନ ଓ ସମ୍ମାନ ମିଳିବ। ପରିବାରକୁ ଖୁସି ଖବର ଆସିପାରେ।

ବିଚ୍ଛା: ଗାଡ଼ି ଚଳାଇବା ବେଳେ ସତର୍କତା ଅବଲମ୍ୱନ କରନ୍ତୁ। ନହେଲେ ଦୁର୍ଘଟଣାରେ ସମ୍ମୁଖୀନ ହୋଇପାରନ୍ତି। ଦୀର୍ଘ ଦିନରୁ ମିଳୁନଥିବା ଅର୍ଥ ଆଜି ମିଳିବ। ସବୁକ୍ଷେତ୍ରରେ ଜୀବନସାଥୀଙ୍କ ସହଯୋଗ ମିଳିବ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ହସ ଖୁସିରେ ଦିନଟି ଅତିବାହିତ ହେବ। ସମ୍ପତ୍ତିଗତ ସମସ୍ୟା ଥିଲେ ଦୂର ହେବ। ନୂତନ ବନ୍ଧୁଙ୍କ ସହିତ ସମ୍ପର୍କ ଯୋଡ଼ିବେ।

ମକର: ବ୍ୟବସାୟ ବଣିଜରେ ଲାଭ ମିଳିବ। ସ୍ୱାସ୍ଥ୍ୟଗତ ସମସ୍ୟ ଥିଲେ ଦୂର ହେବ। ବିଦେଶ ଯାତ୍ରାର ଯୋଗ ରହିଛି।

କୁମ୍ଭ: ନୂଆ ଚାକିରି ପାଇବାର ଯୁଗ ରହିଛି। ଆଜି ଆପଣଙ୍କୁ ଅର୍ଥ ମିଳିପାରେ। ଉପହାର, ସମ୍ମାନ ମିଳିପାରେ। ବିଶେଷ କରି ସନ୍ଧ୍ୟାବେଳେ ଆପଣ କିଛି ଖୁସି ଖବର ପାଇପାରନ୍ତି।

ମୀନ: ସମ୍ପତ୍ତିଗତ ସମସ୍ୟା ଥିଲେ ଦୂର ହେବ। ଆର୍ଥିକ ଲାଭ ମିଳିବ। ସବୁକ୍ଷେତ୍ରରେ ଜୀବନସାଥୀଙ୍କଠାରୁ ସହଯୋଗ ମିଳିବ।  ଦୂର ଯାତ୍ରାର କରିବାର ଯୁଗ ରହିଛି।

Related story