ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ।  ପୁରୀ ରଥଯାତ୍ରାଠାରୁ ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ଆଦି ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରାଯାଇପାରେ। ବିଶେଷ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା ସେ ନେଇ ଆଲୋଚନା ହୋଇପାରେ। ଗତ ଦୁଇ ଥର ବସିଥିବା ପରିଚାଳନା ବୈଠକରେ ସ୍ନାନ ଯାତ୍ରା ବ୍ୟବସ୍ଥାବଳି ଏବଂ ଏହାର ସମୀକ୍ଷା କରାଯାଇଥିଲା। ତେବେ ଅନ୍ୟ ସବୁ ସାଧାରଣ କାର୍ଯ୍ୟକ୍ରମ ଉପରେ ସମୟ ଅଭାବରୁ ଆଲୋଚନା କରାଯାଇପାରି […]

puri

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 08:07 AM IST

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ।  ପୁରୀ ରଥଯାତ୍ରାଠାରୁ ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ଆଦି ବିଭିନ୍ନ ପ୍ରସଙ୍ଗରେ ସମୀକ୍ଷା କରାଯାଇପାରେ। ବିଶେଷ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା ସେ ନେଇ ଆଲୋଚନା ହୋଇପାରେ। ଗତ ଦୁଇ ଥର ବସିଥିବା ପରିଚାଳନା ବୈଠକରେ ସ୍ନାନ ଯାତ୍ରା ବ୍ୟବସ୍ଥାବଳି ଏବଂ ଏହାର ସମୀକ୍ଷା କରାଯାଇଥିଲା।

ତେବେ ଅନ୍ୟ ସବୁ ସାଧାରଣ କାର୍ଯ୍ୟକ୍ରମ ଉପରେ ସମୟ ଅଭାବରୁ ଆଲୋଚନା କରାଯାଇପାରି ନ ଥିଲା। ଏହି ସବୁ କାର୍ଯ୍ୟକ୍ରମ ଉପରେ ଆଜିର ବୈଠକରେ ଆଲୋଚନା ହେବ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଗଜପତି ମହରାଜଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଏହି ମାସରେ ଶ୍ରୀମନ୍ଦିର ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ସମ୍ଭବତଃ ଏହା ପରିଷଦର ଶେଷ ବୈଠକ ହୋଇପାରେ।

Related story