ତ୍ରାହି ଅଚ୍ୟୁତ ଆଶ୍ରମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଏଥିପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା କହିଛନ୍ତି ଯେ, ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ଓ ତାଙ୍କ ଦୁଇ ପୁଅଙ୍କ ନାମରେ ୪ଟି ମାମଲା ରୁଜୁ ହୋଇଛି । ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ୪ଟି ଟିମ ଗଠନ କରିଛି । ଆବଶ୍ୟକ ପଡିଲେ ଅଧିକ ଟିମ ଗଠନ କରାଯିବ ବୋଲି ଏଡିଜି ଶର୍ମା କହିଛନ୍ତି […]

sura

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 03:53 PM IST

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ । ଏଥିପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା କହିଛନ୍ତି ଯେ, ତ୍ରାହି ଅଚ୍ୟୁତ ଆଶ୍ରମର ସୁରବାବା ଓ ତାଙ୍କ ଦୁଇ ପୁଅଙ୍କ ନାମରେ ୪ଟି ମାମଲା ରୁଜୁ ହୋଇଛି । ଏହାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ୪ଟି ଟିମ ଗଠନ କରିଛି । ଆବଶ୍ୟକ ପଡିଲେ ଅଧିକ ଟିମ ଗଠନ କରାଯିବ ବୋଲି ଏଡିଜି ଶର୍ମା କହିଛନ୍ତି । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପୋଲିସ କମିଶନରେଟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷେ ଆଶ୍ରମ ପରିସରରେ ଥିବା ସୁରବାବାଙ୍କୁ ବାସଭବନରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ଅତିରିକ୍ତ ଡିପିସିଙ୍କ ନେତୃତ୍ୱରେ ପୋଲିସ ଟିମ ସୁରବାବାଙ୍କ ଘରେ ଏହି ସର୍ଚ୍ଚ ଚଳାଇଛନ୍ତି । ସେପଟେ କମିଶନରେଟ ପୋଲିସ ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ୩ଦିନିଆ ରିମାଣ୍ଡରେ ନେଇଛି । କମିଶନରେଟ ପୋଲିସ ଏଥିପାଇଁ ଜେଏମଏଫସିଙ୍କଠାରେ ଆବେଦନ କରିଥିଲା ।

ତ୍ରାହି ଅଚ୍ୟୁତ ଆଶ୍ରମ କର୍ତ୍ତୃପକ୍ଷ ସରକାରୀ ଜମି ଜବରଦଖଲ କରିଥିବାକୁ ନେଇ ବିବାଦ ଦେଖା ଦେଇଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହି ଘଟଣା ପଛକୁ ପଛ ଆଶ୍ରାମର ସୁରବାବାଙ୍କ ନାମରେ ହତ୍ୟା, ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଓ ଗୁଣ୍ଡା ରଖି ଜୋରଜବରଦସ୍ତ ଜମି ହଡପ କରିବା ଭଳି ଅଭିଯୋଗ ଆସିଛି । ଏହାକୁ ନେଇ ବାଲିପାଟଣା ଝିଇଣ୍ଟି ନିକଟରେ ଥିବା ସୁରବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମ ପରସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଶନିବାର ରାତିରେ ଆଶ୍ରମ ମଧ୍ୟରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ୧୫ରୁ ଅଧିକ ଗାଡି ପୋଡି ଦେଇଥିଲେ । ସ୍ଥିତି ଅସମ୍ଭାଳ ହେବାରୁ ଆଶ୍ରମ ପରିସରରେ ବ୍ୟାପ ପୋଲିସ ମୁତୟନ ହୋଇଥିଲେ । ହେଲେ ରବିବାର ମଧ୍ୟ ସ୍ଥିତିରେ ସୁଧାର ଆସି ନ ଥିଲା । ରବିବାର ସୁରବାବାଙ୍କୁ ପୋଲିସ ଗିରଫ କରିବା ସତ୍ତ୍ୱେ ଆଶ୍ରମ ଅଞ୍ଚଳରେ ଉତ୍ତେଜନା ପ୍ରଶମିତ ହୋଇ ନ ଥିଲା । ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲା ମାଡ କରିବା ସହ ଆଶ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ଦାବି କରିଥିଲେ । ପୋଲିସ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ପରେ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମାଇକ ଦ୍ୱାରା ନିବେଦନ କରାଯାଇଥିଲା। ଶେଷରେ ସ୍ଥାନୀୟ ୫ଟି ପଞ୍ଚାୟତର ବୟୋଜେଷ୍ଠ ବ୍ୟକ୍ତିଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Related story