ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଣି ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡରେ ପୋଲିସ କର୍ମଚାରୀ ଆହତ, ୧୪୪ ଧାରା ଜାରି

ଭୁବନେଶ୍ୱର: ଝିଇଁଣ୍ଟିଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡାରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ଅତିରିକ୍ତ ଡିସିପି, ଦୁଇ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ଟିୟର ଗ୍ୟାସ ପ୍ରୟୋଗ କରାଯାଇଛି। ଟିୟର ଗ୍ୟାସ ପ୍ରୟୋଗ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ […]

poilice (2)

Rakesh Mallick
  • Published: Monday, 31 August 2015
  • , Updated: 01 September 2015, 02:20 AM IST

ଭୁବନେଶ୍ୱର: ଝିଇଁଣ୍ଟିଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡାରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ, ଅତିରିକ୍ତ ଡିସିପି, ଦୁଇ ସବ୍ ଇନ୍ସପେକ୍ଟରଙ୍କ ସମେତ ୧୦ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ପକ୍ଷରୁ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ଟିୟର ଗ୍ୟାସ ପ୍ରୟୋଗ କରାଯାଇଛି। ଟିୟର ଗ୍ୟାସ ପ୍ରୟୋଗ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଉତ୍ତେଜନା ଲାଗି ରହିଛି। ଉତ୍ତ୍ୟକ୍ତ ଲୋକେ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ମଝିରେ ମଝିରେ ପୋଲିସ ଉପରକୁ ଢେଲାମାଡ କରୁଛନ୍ତି। ଏପଟେ ଆଶ୍ରମ ନିକଟବର୍ତ୍ତୀ ଅଞ୍ଚଳରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାସତ୍ତ୍ୱେ ଉତ୍ତ୍ୟକ୍ତ ଲୋକେ ପୋଲିସକୁ ଆକ୍ରମଣ କରୁଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ପୋଲିସ ପକ୍ଷରୁ ଆଇନକୁ ହାତକୁ ନ ନେବାକୁ ଅନୁରୋଧ କରାଯାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ଗତକାଲି ଉତ୍ତ୍ୟକ୍ତ ଲୋକେ ସୁର ବାବାଙ୍କୁ ଗିରଫ କରିବାକୁ ଦାବି କରି ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ। ତେବେ ସୁର ବାବା ଗିରଫ ହେବା ପରେ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲା। ତେବେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରଶମିତ ହେଉନାହିଁ। ଉତ୍ତ୍ୟକ୍ତ ଲୋକେ ଆଶ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗିବା ଦାବିରେ ପୋଲିସ ଉପରେ ଆକ୍ରମଣ ଚଳାଇଛନ୍ତି।

Related story