କଟକରେ ଟ୍ରେନ୍‌ ଦୁର୍ଘଟଣା: ରେଳ ସୁରକ୍ଷା ଆୟୁକ୍ତଙ୍କ ତଦନ୍ତ ଆରମ୍ଭ

କଟକ: କଟକ କାଠଯୋଡ଼ି ଷ୍ଟେସନରେ ଟ୍ରେନ୍‌ ଦୁର୍ଘଟଣା ମାମଲାର ତଦନ୍ତ ଆଜିଠାରୁ ରେଳ ସୁରକ୍ଷା ଆୟୁକ୍ତ ସୁଦର୍ଶନ ନାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି। ଆଜି ୧୨ ଜଣ ସାକ୍ଷୀ ଓ ୬ ଜଣ ଆହତଙ୍କ ବୟାନ ରେକର୍ଡ କରିଥିଲେ ଆୟୁକ୍ତ। ଆଜିର ତଦନ୍ତ ଶୁଣାଣି ଶେଷ ହେବା ପରେ ରେଳ ସୁରକ୍ଷା ଆୟୁକ୍ତ କହିଥିଲେ,“ଆଜି ଟ୍ରେନ୍‌ର ୨ ଜଣ ଡ୍ରାଇଭରଙ୍କ ସହିତ ଜଣେ ଗାର୍ଡଙ୍କୁ ନୋଟିସ୍ କରାଯାଇଥିଲା। କିନ୍ତୁ ସେମାନେ ଆସିଲେ ନାହିଁ। ସେମାନଙ୍କୁ ପୁଣି ନୋଟିସ୍ […]

train

Rakesh Mallick
  • Published: Monday, 03 October 2016
  • , Updated: 03 October 2016, 10:56 PM IST

କଟକ: କଟକ କାଠଯୋଡ଼ି ଷ୍ଟେସନରେ ଟ୍ରେନ୍‌ ଦୁର୍ଘଟଣା ମାମଲାର ତଦନ୍ତ ଆଜିଠାରୁ ରେଳ ସୁରକ୍ଷା ଆୟୁକ୍ତ ସୁଦର୍ଶନ ନାୟକଙ୍କ ଦ୍ୱାରା ଆରମ୍ଭ ହୋଇଛି। ଆଜି ୧୨ ଜଣ ସାକ୍ଷୀ ଓ ୬ ଜଣ ଆହତଙ୍କ ବୟାନ ରେକର୍ଡ କରିଥିଲେ ଆୟୁକ୍ତ।

ଆଜିର ତଦନ୍ତ ଶୁଣାଣି ଶେଷ ହେବା ପରେ ରେଳ ସୁରକ୍ଷା ଆୟୁକ୍ତ କହିଥିଲେ,“ଆଜି ଟ୍ରେନ୍‌ର ୨ ଜଣ ଡ୍ରାଇଭରଙ୍କ ସହିତ ଜଣେ ଗାର୍ଡଙ୍କୁ ନୋଟିସ୍ କରାଯାଇଥିଲା। କିନ୍ତୁ ସେମାନେ ଆସିଲେ ନାହିଁ। ସେମାନଙ୍କୁ ପୁଣି ନୋଟିସ୍ କରାଯିବ। ମାସେ ମଧ୍ୟରେ ପ୍ରାଥମିକ ତଦନ୍ତ ରିପୋର୍ଟ ଦିଆଯିବ।”

ସେ କହିଥିଲେ,“ଏହି ଦୁର୍ଘଟଣାର ତଦନ୍ତ ମୁଖ୍ୟତଃ ତିନୋଟି ଦିଗକୁ ନେଇ କରାଯାଉଛି। ସିଗ୍ନାଲ, ଟେକ୍ନିକାଲ୍ ଓ ମନୁଷ୍ୟକୃତ ତ୍ରୁଟିକୁ ନେଇ ତଦନ୍ତ କରାଯାଉଛି।”

ଗତ ୨୯ ତାରିଖରେ ଭୁବନେଶ୍ୱର-ଭଦ୍ରକ ପାସେଞ୍ଜର କଟକର କାଠଯୋଡ଼ି ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଓ ୩୦ରୁ ଅଧିକ ଜଣ ଆହତ ହୋଇଥିଲେ।

Related story