ବଂଶଧାରା ନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲଙ୍କ ରାୟ: କାଟ୍ରାଗଡ଼ା ଓ ନେରେଡ଼ି ବ୍ୟାରେଜ କାମ ଚାଲୁ ରହିବ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଂଶଧାରା ନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲଙ୍କ ରାୟ ପ୍ରକାଶ ପାଇଛି। ନିର୍ମାଣାଧୀନ ୨ଟି ବ୍ୟାରେଜ କାମ ଚାଲୁ ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। କାଟ୍ରାଗଡ଼ା ଓ ନେରେଡ଼ି ବ୍ୟାରେଜ କାମ ଚାଲୁ ରହିବ ବୋଲି ରାୟରେ ଦର୍ଶାଯାଇଛି। ତା’ସହ ନେରେଡି ବ୍ୟାରେଜକୁ ଟ୍ରିବ୍ୟୁନାଲଙ୍କ ସର୍ତ୍ତମୂଳକ ପୂର୍ଣ୍ଣ ଅନୁମତି ମିଳିଛି। ସେହିପରି କୋର୍ଟ ରାୟ ଅନୁପାଳନ ଅନୁଧ୍ୟାନ ନେଇ ଏକ କମିଟି ମଧ୍ୟ ଗଠନ କରିଛନ୍ତି। କମିଟିରେ ୪ ଜଣିଆ ସଦସ୍ୟ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 01:22 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବଂଶଧାରା ନଦୀ ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁନାଲଙ୍କ ରାୟ ପ୍ରକାଶ ପାଇଛି। ନିର୍ମାଣାଧୀନ ୨ଟି ବ୍ୟାରେଜ କାମ ଚାଲୁ ରଖିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। କାଟ୍ରାଗଡ଼ା ଓ ନେରେଡ଼ି ବ୍ୟାରେଜ କାମ ଚାଲୁ ରହିବ ବୋଲି ରାୟରେ ଦର୍ଶାଯାଇଛି। ତା’ସହ ନେରେଡି ବ୍ୟାରେଜକୁ ଟ୍ରିବ୍ୟୁନାଲଙ୍କ ସର୍ତ୍ତମୂଳକ ପୂର୍ଣ୍ଣ ଅନୁମତି ମିଳିଛି।

ସେହିପରି କୋର୍ଟ ରାୟ ଅନୁପାଳନ ଅନୁଧ୍ୟାନ ନେଇ ଏକ କମିଟି ମଧ୍ୟ ଗଠନ କରିଛନ୍ତି। କମିଟିରେ ୪ ଜଣିଆ ସଦସ୍ୟ ରହିଥିବା ସୂଚନା ମିଳିଛି। କମିଟିରେ କେନ୍ଦ୍ରୀୟ ଜଳ ଆୟୋଗର ୨ ଜଣ ସଦସ୍ୟ ରହିବେ। କମିଟିରେ ଆନ୍ଧ୍ରର ଜଣେ ଏବଂ ଓଡ଼ିଶାର ଜଣେ ସଦସ୍ୟ ରହିବେ ବୋଲି ରାୟ ଦେଇଛନ୍ତି ଟ୍ରିବ୍ୟୁନାଲ।

Related story