ପୃଥ୍ୱୀ-୨ କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର  ଜିଲ୍ଲା ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡ୍‌ ଆଇଟିଆରରୁ ଦୁଇଟି ମଧ୍ୟମ ଦୂରଗାମୀ ‘ପୃଥ୍ୱୀ-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ସକାଳ ୯ଟା ୩୭ ଓ ୯ଟା ୩୮ ମିନିଟ୍‌ରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ସାଲ୍‌ଭୋ ମୋଡ୍‌ରେ ଗୋଟିଏ ପରେ ପରେ ଗୋଟିଏ କ୍ଷେପଣାସ୍ତ୍ରକୁ ଛଡ଼ାଯାଇଥିଲା। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ଏହି ପରୀକ୍ଷଣ ହୋଇଥିବା କୁହାଯାଉଛି। ସରଫେସ୍‌-ଟୁ-ସରଫେସ୍‌ ବାଲେଷ୍ଟିକ୍‌ କ୍ଷେପଣାସ୍ତ୍ର ପୃଥ୍ୱୀର ୮.୫୬ ମିଟର, […]

puthi

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 12:47 PM IST

ବାଲେଶ୍ୱର: ବାଲେଶ୍ୱର  ଜିଲ୍ଲା ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡ୍‌ ଆଇଟିଆରରୁ ଦୁଇଟି ମଧ୍ୟମ ଦୂରଗାମୀ ‘ପୃଥ୍ୱୀ-୨’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଜି ସକାଳ ୯ଟା ୩୭ ଓ ୯ଟା ୩୮ ମିନିଟ୍‌ରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। ସାଲ୍‌ଭୋ ମୋଡ୍‌ରେ ଗୋଟିଏ ପରେ ପରେ ଗୋଟିଏ କ୍ଷେପଣାସ୍ତ୍ରକୁ ଛଡ଼ାଯାଇଥିଲା।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ଏହି ପରୀକ୍ଷଣ ହୋଇଥିବା କୁହାଯାଉଛି। ସରଫେସ୍‌-ଟୁ-ସରଫେସ୍‌ ବାଲେଷ୍ଟିକ୍‌ କ୍ଷେପଣାସ୍ତ୍ର ପୃଥ୍ୱୀର ୮.୫୬ ମିଟର, ମୋଟେଇ ୧୧୦ ସେଣ୍ଟିମିଟର ଏବଂ ଓଜନ ୪୬୦୦ କିଲୋଗ୍ରାମ। ଏହା ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲକ୍ଷ୍ୟଭେଦ ଦୂରତା ୨୫୦ରୁ ୩୫୦ କିଲୋମିଟର।

Related story