ୟୁକୋ ବ୍ୟାଙ୍କ ଡକାୟତି ଘଟଣା: ବିହାରରୁ ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ୍‌। ବିହାର ରାଜ୍ୟର ବେଗୁସରାଇ ଓ ଭୌସାଲିରୁ ଗିରଫ ବିଜୟ ଏବଂ ଠାକୁରକୁ କମିଶନରେଟ୍‌ ପୋଲିସ୍‌ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହାଜର କରାଇଛି। ଗିରଫ ଡକାୟତମାନଙ୍କୁ ଓଡ଼ିଶା ଆଣିଲେ ୟୁକୋ ବ୍ୟାଙ୍କ ଡକାୟତିରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ଓ କେବେଠାରୁ ଯୋଜନା କରୁଥିଲେ ତା’ର ରହସ୍ୟ ଖୋଲିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଡକାୟତି ଗ୍ୟାଙ୍ଗକୁ ଧରିବାକୁ […]

uco-bank

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 09:40 PM IST

ଭୁବନେଶ୍ୱର: ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍‌ ପୋଲିସ୍‌। ବିହାର ରାଜ୍ୟର ବେଗୁସରାଇ ଓ ଭୌସାଲିରୁ ଗିରଫ ବିଜୟ ଏବଂ ଠାକୁରକୁ କମିଶନରେଟ୍‌ ପୋଲିସ୍‌ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହାଜର କରାଇଛି। ଗିରଫ ଡକାୟତମାନଙ୍କୁ ଓଡ଼ିଶା ଆଣିଲେ ୟୁକୋ ବ୍ୟାଙ୍କ ଡକାୟତିରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ଓ କେବେଠାରୁ ଯୋଜନା କରୁଥିଲେ ତା’ର ରହସ୍ୟ ଖୋଲିବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ଡକାୟତି ଗ୍ୟାଙ୍ଗକୁ ଧରିବାକୁ ଯାଇ କମିଶନରେଟ୍‌ ପୋଲିସ ଆଉ ଗୋଟିଏ ଗ୍ୟାଙ୍ଗକୁ ଧରି ଅନ୍ୟ ରାଜ୍ୟକୁ ହସ୍ତାନ୍ତର କରିଛି।

ଗିରଫ ଅଭିଯୁକ୍ତଙ୍କର ପେଶା ବ୍ୟବସାୟ ଥିବାବେଳେ ନିଶା ଡକାୟତି ଥିଲା।  ସେମାନେ ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇ ବ୍ୟାଙ୍କ ଭିତରେ ପଶି ଡକାୟତି କରୁଥିଲେ। ସମାନ ଢଙ୍ଗରେ ସେପ୍ଟେମ୍ୱର ୨୮ ତାରିଖରେ ୟୁକୋ ବ୍ୟାଙ୍କ ଡକାୟତି କରିଥିଲେ। ସେମାନେ ଏକାଠି ନ ଆସି ଅଲଗା ଅଲଗା ଆସିଥିଲେ। ପରେ ବ୍ୟାଙ୍କ ଡକାୟତି କରି ସିସିଟିଭି ଫୁଟେଜ୍‌ ଓ ହାଡଡିସ୍କ ନେଇଯାଇଥିଲେ। ଏହି ଘଟଣାରେ ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଥିଲା।

ଛତିଶଗଡ଼ କୋରବା ଓ ଝାରସୁଗୁଡ଼ା ବ୍ୟାଙ୍କ ଡକାୟତି ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଡକାୟତି ଢଙ୍ଗରେ ହୋଇଥିଲା। ଏହିଠାରୁ ହିଁ ପୋଲିସ୍‌କୁ ସୁରାକ ମିଳିଥିଲା। ପରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା।

ପୋଲିସ୍‌ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି,“ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଡକାୟତି ଢଙ୍ଗରେ କେଉଁଠି ଡକାୟତି ହୋଇଛି ତା’ର ଏକ ତାଲିକା ପ୍ରସ୍ତୁତ କରିଥିଲୁ। ପରେ ୩ଟି ଟିମ୍‌ ବିହାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହାଜର କରାଇଥିଲା। ସେମାନଙ୍କୁ ଓଡ଼ିଶା ଆଣିବା ପରେ ଘଟଣାର ପର୍ଦ୍ଦାଫାସ କରିବ।

Related story