ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଉଦଳାରେ ୧୨ ଘଣ୍ଟିଆ ବନ୍ଦ

ଉଦଳା: ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ୧୨ ଘଣ୍ଟିଆ ଉଦଳା ବନ୍ଦ ଡାକରା ଦେଇଛନ୍ତି। ଯାହାଦ୍ୱାରା ଉଦଳାରେ ସମସ୍ତ ଦୋକାନ ବଜାର ଓ ଅଫିସ୍‌ ବନ୍ଦର ରହିଛି। ଆନ୍ଦୋଳନକାରୀମାନେ ଉଦଳା ଥାନା ଓ ହାଇସ୍କୁଲ ଛକରେ ରାସ୍ତାରୋକ କରିଥିବାରୁ ବାରିପଦା- ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଲୋକେ ଯାତାୟତ କରିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଉଦଳା ଅଞ୍ଚଳରେ ବାରମ୍ୱାର ଅଘୋଷିତ ବିଦ୍ୟୁତ କାଟ୍‌ ହେଉଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ […]

udala

Rakesh Mallick
  • Published: Thursday, 25 August 2016
  • , Updated: 25 August 2016, 12:05 PM IST

ଉଦଳା: ଅଘୋଷିତ ବିଦ୍ୟୁତ କାଟ୍‌ ପ୍ରତିବାଦରେ ଆଜି ସ୍ଥାନୀୟ ଲୋକେ ୧୨ ଘଣ୍ଟିଆ ଉଦଳା ବନ୍ଦ ଡାକରା ଦେଇଛନ୍ତି। ଯାହାଦ୍ୱାରା ଉଦଳାରେ ସମସ୍ତ ଦୋକାନ ବଜାର ଓ ଅଫିସ୍‌ ବନ୍ଦର ରହିଛି।

ଆନ୍ଦୋଳନକାରୀମାନେ ଉଦଳା ଥାନା ଓ ହାଇସ୍କୁଲ ଛକରେ ରାସ୍ତାରୋକ କରିଥିବାରୁ ବାରିପଦା- ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଛି। ଲୋକେ ଯାତାୟତ କରିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି।

ଉଦଳା ଅଞ୍ଚଳରେ ବାରମ୍ୱାର ଅଘୋଷିତ ବିଦ୍ୟୁତ କାଟ୍‌ ହେଉଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

Related story