ପିକଅପ୍‌ ଭ୍ୟାନ୍‌ ଓଲଟି ୫ମୃତ, ୨ ଗୁରୁତର

ଉଦଳା:  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦାମାସାହି ଛକ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଆଜି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି।  ସେମାନେ ହେଲେ ରୀନା ସିଂ ଓ ଲକ୍ଷ୍ମୀ ସିଂ। ଅନ୍ୟମାନଙ୍କ  ପରିଚୟ ମିଳିନାହିଁ। ଗୁରୁତରମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବୈଶିଙ୍ଗା ଥାନା ଆଗରିଆ ଗାଁରୁ ୧୪ ଜଣ […]

nn

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 10:01 PM IST

ଉଦଳା:  ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଦାମାସାହି ଛକ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଆଜି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣ ମୃତକଙ୍କ ପରିଚୟ ମିଳିଛି।  ସେମାନେ ହେଲେ ରୀନା ସିଂ ଓ ଲକ୍ଷ୍ମୀ ସିଂ। ଅନ୍ୟମାନଙ୍କ  ପରିଚୟ ମିଳିନାହିଁ। ଗୁରୁତରମାନଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବୈଶିଙ୍ଗା ଥାନା ଆଗରିଆ ଗାଁରୁ ୧୪ ଜଣ ଶ୍ରମିକ ବିଲ କାମ କରିବା ପାଇଁ  ଜଉଦା ଗାଁକୁ ଆସୁଥିଲେ। ଦାମାସାହି ଛକଠାରେ ଭାରସାମ୍ୟ ହରାଇ ପିକଅପଟି ଓଲଟି ପଡ଼ିବାରୁ ୫ଜଣଙ୍କର  ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଆମ୍ବୁଲାନ୍ସ ଓ  ଅଗ୍ନିଶମ ବିଭାଗ  ଘଟଣାସ୍ଥଳରେ ପହଞ୍ଚି ମୃତକ ଓ ଆହତଙ୍କୁ  ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

ଦୁର୍ଘଟଣାରେ ମୃତ ୫ ଜଣଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story