ଉଦଳାରେ ବାଘ ଆତଙ୍କ, ୩ ଆହତ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବାଘ ଆତଙ୍କ ଦେଖାଦେଇଛି। ଉଦଳା ଏନଏସିର ୧୨ ନମ୍ୱର ୱାର୍ଡରେ ଆଜି ସକାଳେ ଏକ ବାଘ ପଶିଆସିଥିଲା। ଖବର ପାଇ କପ୍ତିପଦା, ଉଦଳା ଓ ପୋଡ଼ାଡିହା ବନ କର୍ମଚାରୀଙ୍କ ପକ୍ଷରୁ ବାଘଟିକୁ ଧରିବାକୁ ପ୍ରୟାସ ଜାରି ରହିଛି। ବାଘଟି ଶିମିଳିପାଳରୁ ଖସିଆସିଥିବା ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏବେ ବାଘଟି ଫାର୍ମ ହାଉସ ଭିତରେ ଲୁଚି ରହିଛି। ବାଘ ଆକ୍ରମଣରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଜଣେ ଆହତ […]

udala

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 08:28 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବାଘ ଆତଙ୍କ ଦେଖାଦେଇଛି। ଉଦଳା ଏନଏସିର ୧୨ ନମ୍ୱର ୱାର୍ଡରେ ଆଜି ସକାଳେ ଏକ ବାଘ ପଶିଆସିଥିଲା। ଖବର ପାଇ କପ୍ତିପଦା, ଉଦଳା ଓ ପୋଡ଼ାଡିହା ବନ କର୍ମଚାରୀଙ୍କ ପକ୍ଷରୁ ବାଘଟିକୁ ଧରିବାକୁ ପ୍ରୟାସ ଜାରି ରହିଛି। ବାଘଟି ଶିମିଳିପାଳରୁ ଖସିଆସିଥିବା ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏବେ ବାଘଟି ଫାର୍ମ ହାଉସ ଭିତରେ ଲୁଚି ରହିଛି। ବାଘ ଆକ୍ରମଣରେ ୩ଜଣ ଆହତ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଜଣେ ଆହତ ହୋଇଥିବା ବେଳେ ପରେ କିଛି ଲୋକ ଫାର୍ମ ହାଉସ୍ ଭିତରକୁ ଧସେଇ ପଶିବା ପାଇଁ ଉଦ୍ୟମ କରିବାରୁ ସେମାନଙ୍କ ମଧ୍ୟରୁ ଆଉ ୨ଜଣଙ୍କୁ ବାଘ ଆକ୍ରମଣ କରିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story