ନିଆଳିରେ ପୁଣି ୪ ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ: ନିଆଳିରେ ଥମୁନି ଅଜଣା ଜନ୍ତୁର ଆତଙ୍କ। ବନ ବିଭାଗ ଓ ପ୍ରଶାସନର ସତ ଚେଷ୍ଟା ସତ୍ତ୍ୱେ ଏହି ଜନ୍ତୁ ଆତଙ୍କ ମଚାଇ ଚାଲିଛି। ଗତକାଲି ରାତିରେ ବିଳାଶୁଣି ପଞ୍ଚାୟତ କୁଳଦହିଜଙ୍ଗ ଗାଁରେ ଏପରି ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗାଁର ଶରତ ଭୋଇଁଙ୍କ ଗୁହାଳ ଘରେ ମେଣ୍ଢା ଥିବା ବେଳେ ସକାଳୁ ମେଣ୍ଢାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଏହାପୂର୍ବରୁ ମଧ୍ୟ ଏହି ଗାଁରେ ଅନେକ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ତଥାପି ଏହି […]

sheep

Rakesh Mallick
  • Published: Wednesday, 19 July 2017
  • , Updated: 19 July 2017, 08:58 AM IST

କଟକ: ନିଆଳିରେ ଥମୁନି ଅଜଣା ଜନ୍ତୁର ଆତଙ୍କ। ବନ ବିଭାଗ ଓ ପ୍ରଶାସନର ସତ ଚେଷ୍ଟା ସତ୍ତ୍ୱେ ଏହି ଜନ୍ତୁ ଆତଙ୍କ ମଚାଇ ଚାଲିଛି। ଗତକାଲି ରାତିରେ ବିଳାଶୁଣି ପଞ୍ଚାୟତ କୁଳଦହିଜଙ୍ଗ ଗାଁରେ ଏପରି ଅଜଣା ଜନ୍ତୁ ଆକ୍ରମଣରେ ୪ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗାଁର ଶରତ ଭୋଇଁଙ୍କ ଗୁହାଳ ଘରେ ମେଣ୍ଢା ଥିବା ବେଳେ ସକାଳୁ ମେଣ୍ଢାଙ୍କ ମୃତଦେହ ଦେଖିବାକୁ ମିଳିଥିଲା।

ଏହାପୂର୍ବରୁ ମଧ୍ୟ ଏହି ଗାଁରେ ଅନେକ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ତଥାପି ଏହି ଅଜଣା ଜନ୍ତୁର  କିଛି ଟେର ମିଳୁନି।

Related story