ନିଆରା ବାହାଘର: ବରଯାତ୍ରୀଙ୍କ ପରି ବିବାହ ମଣ୍ଡପରେ ପହଞ୍ଚିଲେ ‘କନ୍ୟାଯାତ୍ରୀ’

ଭୋପାଳ: ସାଧାରଣତଃ ଆପଣ ଦେଖିଥିବେ ବାହାଘରରେ ପୁଅ ବରଯାତ୍ରୀ ନେଇ ଆସନ୍ତି। ଆଉ ଝିଅଟି କନିଆ ବେଶରେ ସଜେଇ ହୋଇ ବାପଘରେ ଅପେକ୍ଷା କରି ବସିଥାଏ। କିନ୍ତୁ କ’ଣ କେବେ ଶୁଣିଛନ୍ତି କନିଆ ମଧ୍ୟ ପଟୁଆରା ଧରି ଆସିବାର! ବୋଧେ ଶୁଣିନଥିବେ! କିନ୍ତୁ ପରିବର୍ତ୍ତିତ ସମୟ ଅନୁସାରେ ଏମିତି ପରିବର୍ତ୍ତନ ହୋଇଛି ମଧ୍ୟପ୍ରଦେଶର ‘ସାଗର’ ସହରରେ। ଏହି ଛୋଟ ସହରରେ ଆକାଂ‍‍କ୍ଷା ସାହୁ ନାମକ ଜଣେ ଝିଅ ଏମିତି କାମ କରି  ସମାଜ ପାଇଁ ଏକ ଉଦାହରଣ […]

Rosani

Rosani

Rakesh Mallick
  • Published: Monday, 21 May 2018
  • Updated: 21 May 2018, 01:39 PM IST

Sports

Latest News

ଭୋପାଳ: ସାଧାରଣତଃ ଆପଣ ଦେଖିଥିବେ ବାହାଘରରେ ପୁଅ ବରଯାତ୍ରୀ ନେଇ ଆସନ୍ତି। ଆଉ ଝିଅଟି କନିଆ ବେଶରେ ସଜେଇ ହୋଇ ବାପଘରେ ଅପେକ୍ଷା କରି ବସିଥାଏ। କିନ୍ତୁ କ’ଣ କେବେ ଶୁଣିଛନ୍ତି କନିଆ ମଧ୍ୟ ପଟୁଆରା ଧରି ଆସିବାର! ବୋଧେ ଶୁଣିନଥିବେ! କିନ୍ତୁ ପରିବର୍ତ୍ତିତ ସମୟ ଅନୁସାରେ ଏମିତି ପରିବର୍ତ୍ତନ ହୋଇଛି ମଧ୍ୟପ୍ରଦେଶର ‘ସାଗର’ ସହରରେ। ଏହି ଛୋଟ ସହରରେ ଆକାଂ‍‍କ୍ଷା ସାହୁ ନାମକ ଜଣେ ଝିଅ ଏମିତି କାମ କରି  ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆଉ ଦୀର୍ଘ ବର୍ଷ ଧରି ପାଳି ଚାଲିଥିବା ପରମ୍ପରାକୁ ଭାଙ୍ଗିଛନ୍ତି। ସେ ବିଦ୍ୟୁତ୍‌ ବିଭାଗର ଅସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ।

ଆକାଂକ୍ଷା ଭିନ୍ନ ପରମ୍ପରାରେ ବାହା ହୋଇଛନ୍ତି। ଯେଉଁଠି ବର ସହ କନିଆ ବି ପାଟପଟୁଆର ଧରି ଯାଇଥିଲେ। ଦୁହେଁ ନିଜ ନିଜ ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କୁ ଶୋଭାଯାତ୍ରାରେ ଧରି ବାହା ମଣ୍ଡପ ପାଖରେ ପହଞ୍ଚିଥିଲେ। ଆକାଂକ୍ଷାଙ୍କ ଶୋଭାଯାତ୍ରା କେଉଁ ଗୁଣରେ ବରଯାତ୍ରୀଠାରୁ କମ୍‌ ନଥିଲା। ବାଜା ବାଣ ଠାରୁ ରୋଶଣିରେ କମ୍ପିଉଠୁଥିଲା ପୂରା ପରିବେଶ। କନ୍ୟା ପୂରା ଜମେଇକି ଡ୍ୟାନ୍ସ ମଧ୍ୟ କରିଥିଲେ।

ଏଭଳି ବାହାଘରର ସବୁଠୁ ବଡ ସ୍ୱପ୍ନ ଥିଲା ଆକାଂକ୍ଷାଙ୍କ ବାପା ରମେଶ କୁମାର ସାହୁଙ୍କର। ସେ ସବୁ ଦିନ ନିଜ ଝିଅର ଏମିତି ବାହାଘର କରିବାର ସ୍ୱପ୍ନ ଦେଖୁଥିଲେ। ଏହାକୁ ଆକାଂକ୍ଷାଙ୍କ ପରିବାର ଲୋକ ପୂରା ସହଯୋଗ କରିଥିଲେ। କାରଣ ଆକାକ୍ଷାଂଙ୍କ ମତରେ ବାହାଘର ଗୋଟିଏ ପରିବାରର ନୁହେଁ ବରଂ ଦୁଇଟି ପରିବାରର ଖୁସି।

ସମସ୍ତେ ଚାହୁଁଥିଲେ ରମେଶଙ୍କ ଗୋଟିଏ ପୁଅ ହେଉ କିନ୍ତୁ ଝିଅ ହୋଇଥିଲା। ତେଣୁ ଝିଅର ଲାଳନ ପାଳନ ପୁଅ ଭଳି କରି ତାର ଏକ ଭିନ୍ନ ଧରଣର ବାହାଘର କରିଥିଲେ। କାରଣ ତାଙ୍କ ମତରେ ପୁଅ ଓ ଝିଅ ମଧ୍ୟରେ କୌଣସି ତଫାତ ନାହିଁ।।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story