ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ପୁଣି ହ୍ୟାକ୍

ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ଦୁଇ ଥର ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକ୍‌ କରାଯିବା ପରେ ଚଳିତବର୍ଷ ଅଫ୍‌ଲାଇନରେ ନାମ ଲେଖାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଇ-ଆଡମିଶନ ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡିବା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ୱେବସାଇଟ୍‌ ଖୋଲିଲେ ବିଭ୍ରାନ୍ତିକର ବାର୍ତ୍ତା ବାହାରୁଛି। ୱେବସାଇଟ ହ୍ୟାକ୍ ହୋଇଥିବା ନେଇ ହ୍ୟାକର ଫେସବୁକ୍ ପେଜରେ ସୂଚନା ଦେଇଛି। ଦୁବାଇର ଅହମ୍ମଦ […]

hak

Rakesh Mallick
  • Published: Tuesday, 10 May 2016
  • , Updated: 10 May 2016, 04:19 PM IST

ଭୁବନେଶ୍ୱର: ସପ୍ତାହକ ମଧ୍ୟରେ ଦୁଇ ଥର ଉତ୍କଳ ବିଶ୍ୱବିଦ୍ୟାଳୟର ୱେବସାଇଟ୍‌ ହ୍ୟାକ୍‌ କରାଯିବା ପରେ ଚଳିତବର୍ଷ ଅଫ୍‌ଲାଇନରେ ନାମ ଲେଖାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ହେଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଇ-ଆଡମିଶନ ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡିବା ପରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ଏହି ୱେବସାଇଟ୍‌ ଖୋଲିଲେ ବିଭ୍ରାନ୍ତିକର ବାର୍ତ୍ତା ବାହାରୁଛି। ୱେବସାଇଟ ହ୍ୟାକ୍ ହୋଇଥିବା ନେଇ ହ୍ୟାକର ଫେସବୁକ୍ ପେଜରେ ସୂଚନା ଦେଇଛି। ଦୁବାଇର ଅହମ୍ମଦ ଚନ୍ଦା ନାଁରେ ଥିବା ଆକାଉଣ୍ଟରରେ ହୋମ୍ ପେଜରେ ଇଂରାଜୀରେ କ୍ୟାପିଟାଲ ଲେଟରରେ ମଲିକ ଲେଖାଥିବା ବେଳେ କିଛି ଉର୍ଦ୍ଦୁରେ ଲେଖା ମଧ୍ୟ ରହିଛି। ଏହା ଜଣାପଡିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୱେବସାଇଟ୍‌କୁ ବନ୍ଦ କରି ଦେଇଛନ୍ତି। ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ସାଇବର ସେଲ୍‌ରେ ମଧ୍ୟ ଅଭିଯୋଗ କରାଯାଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ କୁମାର ବଳ କହିଛନ୍ତି, “ହ୍ୟାକିଂ ସତ୍ତ୍ୱେ ୱେବସାଇଟ୍‌ର ତଥ୍ୟ ସୁରକ୍ଷିତ ରହିଛି।”

ଇ-ଆଡମିସନ ଜରିଆରେ ୧୩,୩୫୫ ଜଣ ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ କରିଛନ୍ତି। ତେବେ ହ୍ୟାକ ପରେ ଅନ୍‌ଲାଇନ ରାଜିଷ୍ଟ୍ରେସନକୁ ବନ୍ଦ କରିଦିଆଯାଇ ଅଫ୍‌ଲାଇନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏ ନେଇ ସମସ୍ତ ବିଭାଗକୁ ଜଣାଇ ଦିଆଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଫର୍ମ ଫିଲଅପ ପାଇଁ ଅନ୍ତିମ ତାରିଖ ମେ’ ୧୪ରୁ ୭ ଜୁନକୁ ଘୁଞ୍ଚାଇ ଦିଆଯାଇଛି। ଏହାସହ ଏଣ୍ଟ୍ରାନ୍ସ ପ୍ରକ୍ରିୟାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି।

ଗତ ମାସକ ଭିତରେ ଉତ୍କଳ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍ ଦୁଇ ଥର ହ୍ୟାକ୍ ହୋଇ ସାରିଲାଣି। ପୂର୍ବଥର ହୋଇଥିବା ହ୍ୟାକିଂର ତଦନ୍ତ କ୍ରାଇମବ୍ରାଞ୍ଚ ଜାରି ରଖିଥିବା ବେଳେ ପୁଣି ଥରେ ୱେବସାଇଟ୍ ହ୍ୟାକିଂ ହେବା ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇଛି। ହ୍ୟାକ୍ ଫଳରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହ୍ୟାକ୍ ହୋଇଛି କି ନାହିଁ ସେ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ। ବିଶ୍ୱ ବିଦ୍ୟାଳୟର ଏବେ ଆଡମିଶନ ପ୍ରକ୍ରିୟା ଚାଲିଥିବା ବେଳେ ହ୍ୟାକ୍ ପରେ ୱେବସାଇଟକୁ ବନ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଓୟୁଏଟିର ୱେବ୍‌ସାଇଟ୍, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜ୍‌ର ୱେବ୍‌ସାଇଟ୍ ଓ ଓଡ଼ିଶା ଏନ୍‌ଭିରନ୍‌ମେଣ୍ଟ କଂଗ୍ରେସ ନାମକ ଏକ ବେସରକାରୀ ସଂସ୍ଥାର ୱେବସାଇଟ୍‌ ହ୍ୟାକ୍ କରାଯାଇଥିବା ଅଭିଯୋଗ ଆସିଥିଲା।

Related story