ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ଉତ୍ତେଜନା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି। ଜଣେ ସଭାପତି ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ମାମଲା ଥିବା ଅଭିଯୋଗ କରି ଅନ୍ୟ ଗୋଷ୍ଠୀର ଛାତ୍ରଛାତ୍ରୀମାନେ ଆଜି କୁଳପତିଙ୍କ ଅଫସ୍‌ ଘେରାଉ କରିଥିଲେ। ସମ୍ପୃକ୍ତ ସଭାପତି ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ମାମଲା ଥିବା ସତ୍ତ୍ୱେ କିପରି ତାଙ୍କ ନାମାଙ୍କନପତ୍ର କାଏମ ରହିଲା ବୋଲି ଛାତ୍ରମାନେ ପ୍ରଶ୍ନ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସଭାପତି ପ୍ରାର୍ଥୀ ଗାୟତ୍ରୀ ଶତପଥୀ କହିଛନ୍ତି,“ଯେହେତୁ ତା’ ନାଁରେ ଅପରାଧୀକ ମାମଲା […]

utkal-university

Rakesh Mallick
  • Published: Saturday, 01 October 2016
  • , Updated: 01 October 2016, 11:14 PM IST

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି। ଜଣେ ସଭାପତି ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ମାମଲା ଥିବା ଅଭିଯୋଗ କରି ଅନ୍ୟ ଗୋଷ୍ଠୀର ଛାତ୍ରଛାତ୍ରୀମାନେ ଆଜି କୁଳପତିଙ୍କ ଅଫସ୍‌ ଘେରାଉ କରିଥିଲେ। ସମ୍ପୃକ୍ତ ସଭାପତି ପ୍ରାର୍ଥୀଙ୍କ ନାଁରେ ଅପରାଧୀକ ମାମଲା ଥିବା ସତ୍ତ୍ୱେ କିପରି ତାଙ୍କ ନାମାଙ୍କନପତ୍ର କାଏମ ରହିଲା ବୋଲି ଛାତ୍ରମାନେ ପ୍ରଶ୍ନ କରିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ ସଭାପତି ପ୍ରାର୍ଥୀ ଗାୟତ୍ରୀ ଶତପଥୀ କହିଛନ୍ତି,“ଯେହେତୁ ତା’ ନାଁରେ ଅପରାଧୀକ ମାମଲା ରହିଛି ସେ କିପରି ନିର୍ବାଚନ ଲଢ଼ିଲେ।”

ଉତ୍କଳ ବିଶ୍ୱବିଦ୍ୟାଳୟ ସଭାପତି ପ୍ରାର୍ଥୀ ମହେଶ ପ୍ରସାଦ କହିଛନ୍ତି,“ଯେଉଁମାନେ ବାଣୀବିହାରକୁ ରସାତଳ କରୁଛନ୍ତି ସେମାନେ ଆମ ନାମରେ ଅପ ପ୍ରଚାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ, ଆସନ୍ତା ୫ ତାରିଖରେ ସେମାନଙ୍କୁ ଉଚିତ ଜବାବ ଦିଆଯିବ।”

ସନ୍ଧ୍ୟାରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ଗିରଫ ଦାବିରେ ବାଣୀବିହାର ଗେଟ୍‌ରେ ତାଲା ପକାଇ ଥିଲେ କେତେକ ଛାତ୍ର। ପରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ଉତ୍ତେଜନା ଲାଗି ରହିଥିଲା। ଜଣେ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ରଦ୍ଦକୁ ନେଇ ଏହି ଉତ୍ତେଜନା ଦେଖାଦେଇଥିଲା।

ରାଉରକେଲା ଇସ୍ପାତ କଲେଜରେ କେତେକ ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କପତ୍ର ଖାରଜ ହେବାରୁ ଉତ୍ତେଜନା ଲାଗି ରହିଥିଲା। ବୁଝାଶୁଝା ପରେ ପରିବେଶ ଶାନ୍ତ ପଡ଼ିଥିଲା।

କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଲେଜରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। ଜଣେ ସଭାପତି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ନାକଚକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସମର୍ଥକମାନେ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ।

ପୁରୀ ଗୋପ୍‌ କଲେଜରେ ନିର୍ବାଚନ ବାତିଲ ହେବା ପରେ ଛାତ୍ର ଏକତା ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ କଲେଜ ଅଧ୍ୟକ୍ଷଙ୍କ କୁଶପତ୍ତଳିକା ଦାହ କରାଯାଇଥିଲା।

ବ୍ରହ୍ମଗିରି ଅଲାରନାଥ କଲେଜରେ ନିର୍ବାଚନ ବାତିଲ କରିଛନ୍ତି କଲେଜ କର୍ତ୍ତୃପକ୍ଷ। ଏହାକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରତିବାଦରେ ଛାତ୍ରଛାତ୍ରୀମାନ ରାସ୍ତାରୋକ କରିଥିଲେ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଟକବିହାରୀ କଲେଜରେ ସଭାପତି ପ୍ରାର୍ଥୀଙ୍କ ଆଡମିସନ୍‌ ରଦ୍ଦକୁ ନେଇ ଉତ୍ତେଜନା ଦେଖାଦେଇଛି। ଫଳରେ କଲେଜ କର୍ତ୍ତୃପକ୍ଷ ସାଇନ୍‌-ଏ-ଡାଏ ଘୋଷଣା କରିବା ସହିତ ନିର୍ବାଚନକୁ ବାତିଲ କରିଛନ୍ତି। ଏହାକୁ ନେଇ କଲେଜରେ ଉତ୍ତେଜନା ଦେଖାଦେଇଛି। ପୋଲିସ୍‌ର ଲାଠି ମାଡ଼ରେ ୨ ଜଣ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି। ଏବେ କଲେଜ କ୍ୟାମ୍ପସରେ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

Related story