ବାଣୀବିହାରରେ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବନି, ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ପାଖେଇ ଆସୁଛି କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସାରା ରାଜ୍ୟରେ କଲେଜଗୁଡ଼ିକରେ ନିର୍ବାଚନୀ ମାହୋଲ ରହିଥିବା ବେଳେ ଆଜି ବାଣୀବିହାର ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। କାରଣ ଚଳିତ ବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦିଆଯାଇଛି। ଆଜି ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ବାରମ୍ବାର ହିଂସାକାଣ୍ଡ ଘଟୁଥିବାରୁ ପିଜି କାଉନସିଲ୍ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ବନ୍ଦ କରିବାକୁ ପିଜି କାଉନସିଲରେ ସର୍ବସମ୍ମତିକ୍ରମେ […]

vanivihar

Rakesh Mallick
  • Published: Saturday, 26 September 2015
  • , Updated: 26 September 2015, 12:06 PM IST

[caption id="attachment_35607" align="alignleft" width="300"] ବାଣୀବିହାର ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା[/caption]

ଭୁବନେଶ୍ୱର: ପାଖେଇ ଆସୁଛି କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସାରା ରାଜ୍ୟରେ କଲେଜଗୁଡ଼ିକରେ ନିର୍ବାଚନୀ ମାହୋଲ ରହିଥିବା ବେଳେ ଆଜି ବାଣୀବିହାର ଛାତ୍ରଛାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। କାରଣ ଚଳିତ ବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଦିଆଯାଇଛି। ଆଜି ପିଜି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ବାରମ୍ବାର ହିଂସାକାଣ୍ଡ ଘଟୁଥିବାରୁ ପିଜି କାଉନସିଲ୍ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ବନ୍ଦ କରିବାକୁ ପିଜି କାଉନସିଲରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ସୂଚନା ଦେଇ ପିଜି କାଉନସିଲ୍ ଅଧ୍ୟକ୍ଷ ରଂଜନ ବଳ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ବିଶ୍ୱବିଦ୍ୟାଳୟ ପରିସରରେ ଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଛାତ୍ର ସଂସଦ ନିର୍ବାଚନକୁ ଚଳିତ ବର୍ଷ ବନ୍ଦ କରାଯାଇଛି।

ସେ କହିଛନ୍ତି, ଚଳିତ ଶିକ୍ଷା ବର୍ଷରେ ବିଶ୍ୱବିଦ୍ୟାଳୟ ପରିସରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ବଡ଼ ହିଂସାକାଣ୍ଡ ଘଟି ସାରିଛି। ଗତ ସପ୍ତାହରେ ମଧ୍ୟ ହିଂସାକାଣ୍ଡ ଦେଖାଯାଇଥିଲା। ଏଭଳି ଅଶାନ୍ତ ବାତାବରଣ ମଧ୍ୟରେ ନିର୍ବାଚନ କରାଯାଇପାରିବ ନାହିଁ। ଲିଙ୍ଗଡୋ କମିଶନ୍ ମଧ୍ୟ ଏଭଳି ମତାମତ ରଖିଛନ୍ତି। କମିଶନ କହିଛନ୍ତି ଅଶାନ୍ତ ବାତାବରଣ ମଧ୍ୟରେ ନିର୍ବାଚନ କରାଯାଇପାରିବ ନାହିଁ।

ପିଜି କାଉନସିଲ୍ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱବିଦ୍ୟାଳୟ ପରିସରର ବାତାବରଣ ନେଇ ଭୁବନେଶ୍ୱର ଡିସିପିଙ୍କ ସହିତ ୩ ଥର ଆଲୋଚନା ହୋଇଛି। ଡିସିପି ବି ମତ ଦେଇଛନ୍ତି ଯେ କ୍ୟାମ୍ପସ ପରିସରରେ ଅଶାନ୍ତ ବାତାବରଣ ଥମି ନାହିଁ। ଏବେବି ବିଭିନ୍ନ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ରହିଛି। ଏସବୁ ଦୃଷ୍ଟିରେ ରଖି ଏଥର ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ ପିଜି କାଉନସିଲର ଏ ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି। ଖବର ଲେଖାଯିବା ବେଳକୁ ସେମାନେ ପିଜି କାଉନସିଲ୍ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀମାନଙ୍କ କହିବା କଥା କ୍ୟାମ୍ପସ୍ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିର୍ବାଚନ ଜରୁରୀ। ପୁଣି କିଛି ସପ୍ତାହ ହେଲାଣି କ୍ୟାମ୍ପସ୍ ପରିସରରେ ହିଂସାର ବାତାବରଣ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ନେଇ ପିଜି କାଉନସିଲର ନିଷ୍ପତ୍ତି ଠିକ୍ ନୁହେଁ।

ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ରାଜ୍ୟ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ। ସେ କହିଛନ୍ତି ଯେ ଏ ନିଷ୍ପତ୍ତି ପିଜି କାଉନସିଲର ନୁହେଁ। ରାଜ୍ୟର ବିଜେଡି ସରକାରଙ୍କ ନିର୍ଦ୍ଦେଶରେ କାଉସିଲ ଏଭଳି ନିଷ୍ପତ୍ତି ନେଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ଦାୟୀ। ଏଥର ବିଜେଡି ଆଉ ଛାତ୍ର ସଂସଦ ନିର୍ବାଚନ ଜିତି ପାରିବ ନାହିଁ ବୋଲଇ ନିଶ୍ଚିତ ହେବା ପରେ ଏଭଳି ନିଷ୍ପତ୍ତି ନେବାକୁ ପିଜି କାଉନସିଲକୁ ନିର୍ଦ୍ଦେଶ ଦେଇଛନ୍ତି।

ରଜତଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜୁ ଛାତ୍ର ଜନତା ଦଳର ସଭାପତି ସନ୍ତୋଷ ବେଜ୍। ସେ କହିଛନ୍ତି ଯେ ନିର୍ବାଚନ ବନ୍ଦ ପାଇଁ ବିଜେଡି ସରକାର ଆଦୌ ଦାୟୀ ନୁହଁନ୍ତି। ଏଥର ବାଣୀବିହାରରେ ବିଜେଡିର ସ୍ଥିତି ମଜଭୁତ ଥିଲା। ଏଣୁ ବିଜେଡି ନିର୍ବାଚନ ବନ୍ଦ କରିବାର ପ୍ରଶ୍ନ ଉଠୁ ନାହିଁ। ବିଜେଡି ସବୁ ବେଳେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ରହିଛି। ପିଜି କାଉନସିଲ କର୍ତ୍ତୃପକ୍ଷ ନିର୍ବାଚନ ବନ୍ଦ ନେଇ ସେମାନଙ୍କ ନିଷ୍ପତ୍ତି ଉପରେ ପୁନଃବିଚାର କରିବା ଉଚିତ୍।

ସୂଚନାଯୋଗ୍ୟ, ଗତବର୍ଷ ବାଣୀବିହାରରେ ଛାତ୍ର ସଂସଦ ନିର୍ବାନ ହୋଇଥିଲା। ଏଥର ବି ଧୀରେ ଧୀରେ କ୍ୟାମ୍ପସ ପରିସରରେ ନିର୍ବାଚନୀ ମାହୋଲ ଜମି ଆସୁଥିଲା। ବିଭିନ୍ନ ଆଶାୟୀ ପ୍ରାର୍ଥୀଙ୍କ ବ୍ୟାନର ଓ ପୋଷ୍ଟର ଆଦି ଲାଗିଥିଲା। ପ୍ରଚାର ବି ଆରମ୍ଭ ହୋଇଥିଲା। ଏଭଳି ସ୍ଥିତିରେ ନିର୍ବାଚନ ବନ୍ଦ କରାଯିବାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଆଶାୟୀ ପ୍ରାର୍ଥୀମାନେ।

Related story