ପାକ୍‌ର ଉତ୍ପାତ ଜାରି: ଜବାବରେ ଭେଙ୍କେୟା କହିଲେ ୧୯୭୧ରେ କ’ଣ ଘଟିଥିଲା ମନେ ପକାଅ

ନୂଆଦିଲ୍ଲୀ:ପାକିସ୍ତାନକୁ ଭାରତର ଚେତାବନୀ। ଗତ କିଛି ମାସ ହେଲା କ୍ରାମଗତ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଉତ୍ପାତ ସୃଷ୍ଟି କରୁଥିବା ପାକିସ୍ତାନକୁ ଧମକ ଦେଇଛନ୍ତି ଭେଙ୍କେୟା ନାଇଡୁ । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା କହିଛନ୍ତି ଯେ, ପାକିସ୍ତାନ  ଇତିହାସରୁ ଶିଖିବା ଉଚିତ୍‌ । ୧୯୭୧ରେ କ’ଣ ଘଟିଥିଲା ପାକିସ୍ତାନ ସ୍ମରଣ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ୧୯୭୧ରେ ପାକିସ୍ତାନ ବିଭାଜନ ହୋଇ ବାଂଲାଦେଶ ଗଠନ ହୋଥିଲା। ଏଥିରେ ଉଭୟ କୂଟନୈତିକ ଏବଂ ସାମରିକ ଯୁଦ୍ଧରେ […]

Untitled-1

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 04:34 PM IST

ନୂଆଦିଲ୍ଲୀ:ପାକିସ୍ତାନକୁ ଭାରତର ଚେତାବନୀ। ଗତ କିଛି ମାସ ହେଲା କ୍ରାମଗତ ଅସ୍ତ୍ରବିରତି ଉଲ୍ଲଂଘନ କରି ସୀମାରେ ଉତ୍ପାତ ସୃଷ୍ଟି କରୁଥିବା ପାକିସ୍ତାନକୁ ଧମକ ଦେଇଛନ୍ତି ଭେଙ୍କେୟା ନାଇଡୁ । ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଭେଙ୍କେୟା କହିଛନ୍ତି ଯେ, ପାକିସ୍ତାନ  ଇତିହାସରୁ ଶିଖିବା ଉଚିତ୍‌ । ୧୯୭୧ରେ କ’ଣ ଘଟିଥିଲା ପାକିସ୍ତାନ ସ୍ମରଣ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ୧୯୭୧ରେ ପାକିସ୍ତାନ ବିଭାଜନ ହୋଇ ବାଂଲାଦେଶ ଗଠନ ହୋଥିଲା।

ଏଥିରେ ଉଭୟ କୂଟନୈତିକ ଏବଂ ସାମରିକ ଯୁଦ୍ଧରେ ଭାରତର ବିଜୟ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ଏହି ଘଟଣା ଘଟିଥିଲା। ପୂର୍ବପାକିସ୍ତାନର ବିଦ୍ରୋହ ତେଜିବା ପରେ ଭାରତ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲା। ଆଉ ପାକିସ୍ତାନ ହାତରୁ ପୂର୍ବପାକିସ୍ତାନ ଖସିଯିବା ନିଶ୍ଚିତ ହେବା ଜାଣିବା ପରେ କୌଣସି ଉପାୟ ନପାଇ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ହେଲେ ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିଲା।

ସେହିପରି ୧୯୯୯ ପରିଣାମରୁ ପାକିସ୍ତାନ ଶିଖିବା ଉଚିତ୍‌ ବୋଲି ଭେଙ୍କେୟା କହିଛନ୍ତି। ସୂଚନା ଅନୁଯାୟୀ ଗତ କିଛି ମାସ ହେଲା ଏଲଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ୨୨ ଥର ଅନୁପ୍ରବେଶ ପାଇଁ ଉଦ୍ୟମ କରିସାରିଲାଣି। ପାକ୍ ଗୁଳିରେ ୯ ଜଣ ଭାରତୀୟ ସୈନ୍ୟ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଲାଣି। ୧୮ ଜଣ ଆହତ ହେଲେଣି।

Related story