ଆଜିଠୁ ଉପରାଷ୍ଟ୍ରପତି ଭାବେ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ: ଆଜି ଦେଶର ୧୩ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଭେଙ୍କେୟା ନାଇଡୁ। ରାଷ୍ଟ୍ରପତି ଭବନର ଦରବାର ହଲରେ ଦିନ ୧୦ଟାରେ ନିର୍ବାଚିତ ଉପରାଷ୍ଟ୍ରପତି ଭେଙ୍କେୟାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗତକାଲି ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ କାର୍ଯ୍ୟକାଳ ସରିଛି। ରାଜ୍ୟସଭାରେ ଗତକାଲି ଥିଲା ତାଙ୍କ ଶେଷ କାର୍ଯ୍ୟଦିବସ। ଏହି ଅବସରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲଗାତର ୧୦ବର୍ଷ ପାଇଁ ଉପରାଷ୍ଟ୍ରପତି ରହିଥିବା ଅନସାରୀଙ୍କୁ ତାଙ୍କ ଅବଦାନ […]

venkaiah-naidu

Rakesh Mallick
  • Published: Friday, 11 August 2017
  • , Updated: 11 August 2017, 07:34 AM IST

ନୂଆଦିଲ୍ଲୀ: ଆଜି ଦେଶର ୧୩ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ଭେଙ୍କେୟା ନାଇଡୁ। ରାଷ୍ଟ୍ରପତି ଭବନର ଦରବାର ହଲରେ ଦିନ ୧୦ଟାରେ ନିର୍ବାଚିତ ଉପରାଷ୍ଟ୍ରପତି ଭେଙ୍କେୟାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଗତକାଲି ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ କାର୍ଯ୍ୟକାଳ ସରିଛି। ରାଜ୍ୟସଭାରେ ଗତକାଲି ଥିଲା ତାଙ୍କ ଶେଷ କାର୍ଯ୍ୟଦିବସ। ଏହି ଅବସରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲଗାତର ୧୦ବର୍ଷ ପାଇଁ ଉପରାଷ୍ଟ୍ରପତି ରହିଥିବା ଅନସାରୀଙ୍କୁ ତାଙ୍କ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି। ସେହିଭଳି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ସମେତ ଶାସକ ଓ ବିରୋଧୀ ଦଳର ବହୁ ନେତା ଗୃହରେ ବକ୍ତବ୍ୟ ରଖି ଅନସାରୀଙ୍କ କାର୍ଯ୍ୟକାଳକୁ ସ୍ମରଣ କରିବା ସହ ତାଙ୍କ ଅବଦାନର ପ୍ରଶଂସା କରିଥିଲେ।

Related story