ଲୋଭି ହୋଇଗଲେଣି ଦ୍ୱିତୀୟ ଈଶ୍ୱର! ୫ ଦିନରେ ବନ୍ଧା ହେଲେଣି ୩

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ସ୍କାନରରେ ଦ୍ୱିତୀୟ ଭଗବାନ। ୫ ଦିନ ଭିତରେ ଧରାପଡିଲେଣି ୩ ସରକାରୀ ଡାକ୍ତର। କିଏ ଲାଞ୍ଚ ନେଉଛି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଉଛି। ବୁଗୁଡ଼ାର କୋଟିପତି ଡାକ୍ତର, ବାଲେଶ୍ୱରର ସିଡିଏମଓ ଇନଚାର୍ଜଙ୍କ ପରେ ଆଜି ଏଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍। ଏସ୍‌ସିବିର କ୍ଲିନିକାଲ ହେମାଟୋଲୋଜି ବିଭାଗ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କ ପାଖରେ ଆୟଠାରୁ ଅଧିକ ସମ୍ପତ୍ତି […]

vigilance-arrest-3-docter-in-5-days

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 08:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭିଜିଲାନ୍ସ ସ୍କାନରରେ ଦ୍ୱିତୀୟ ଭଗବାନ। ୫ ଦିନ ଭିତରେ ଧରାପଡିଲେଣି ୩ ସରକାରୀ ଡାକ୍ତର। କିଏ ଲାଞ୍ଚ ନେଉଛି ତ ଆଉ କିଏ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଉଛି। ବୁଗୁଡ଼ାର କୋଟିପତି ଡାକ୍ତର, ବାଲେଶ୍ୱରର ସିଡିଏମଓ ଇନଚାର୍ଜଙ୍କ ପରେ ଆଜି ଏଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍।

ଏସ୍‌ସିବିର କ୍ଲିନିକାଲ ହେମାଟୋଲୋଜି ବିଭାଗ ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନାଙ୍କ ପାଖରେ ଆୟଠାରୁ ଅଧିକ ସମ୍ପତ୍ତି ରହିଛି। ଏ ସମ୍ପର୍କରେ ଭିଜିଲାନ୍ସ ଅଧିକାରୀମାନେ ଜାଣିପାରି ରବୀନ୍ଦ୍ରଙ୍କ ଅଫିସ ଓ ବାସଭବନ ସମେତ ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି। ଏପରିକି କେନ୍ଦ୍ରାପଡ଼ା ବିଜୟନଗର ଘରେ ଚଢଉ ବେଳେ କିଛି ବ୍ୟାଙ୍କ୍ ପାସ୍ ବୁକ୍ ମଧ୍ୟ ଜବତ କରିଛି ଭିଜିଲାନ୍ସ ଟିମ୍।

ଶନିବାର ବୁଗୁଡ଼ାରୁ ଧରା ପଡିଥିଲେ ଆଉ ଜଣେ କୋଟିପତି ଡାକ୍ତର। ଜଣେ ରୋଗୀଙ୍କ ଅପରେସନ ଲାଗି ସେ ୧୫ ଶହ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ସେହିପରି ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବି.ଗୋପାଳ ଚନ୍ଦ୍ର ରାଓ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର ବିଭିନ୍ନ ସ୍ଥାନରେ ଥିବା ଘରେ ରେଡ୍ ପରେ ପ୍ରାୟ କୋଟିଏ ୭୦ ଲକ୍ଷରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଜଣାପଡିଥିଲା ଭିଜିଲାନ୍ସ ଟିମ୍‌। ଏହି ଘଟଣାର ଠିକ୍ ଦିନକ ତଳେ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଆଉ ଜଣେ ଡାକ୍ତର। ଭଦ୍ରକର ଇନଚାର୍ଜ ସିଡିଏମଓ ଗୀତାଞ୍ଜଳି ପଟ୍ଟନାୟକ ଏକ ସିକ୍ୟୁରିଟି ସଂସ୍ଥାଠାରୁ  ୮ ହଜାର ଟଙ୍କା ନେଉଥିବା ବେଳେ ରଙ୍ଗେହାତରେ ଧରିଥିଲେ। ଏସବୁ ଘଟଣାକୁ ନେଇ ଭିଜିଲାନ୍ସ ବିଭାଗର ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ ଜଣକ ପରେ ଜଣେ ଡାକ୍ତର ଭଜିଲାନ୍ସ ସ୍କାନରକୁ ଆସିବା ନେଇ ମତ ରଖିଛି ଓମ୍‌ସା।

ଓମ୍‌ସା ସଭାପତି ଡାକ୍ତର ନିରାକାର ଭଟ୍ଟ କହିଛନ୍ତି-“ଡାକ୍ତରମାନେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ ଆଇନ୍‌ ଅନୁସାରେ ଦଣ୍ଡ ପାଇବେ। ଓମ୍‌ସା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଯଦି ବିନା କାରଣରେ ଡାକ୍ତରମାନଙ୍କୁ ହଇରାଣ କରାଯାଉଥାଏ, ତାହାହେଲେ ଓମ୍‌ସା ବିରୋଧ କରିବ।”

ପ୍ରଶ୍ନ ଉଠୁଛି, କଣ ଭଗବାନ ତୁଲ୍ୟ ଡାକ୍ତର, ନିଜ କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି କି? ସେବାକୁ ବ୍ରତ କରୁଥିବା ଡାକ୍ତରଙ୍କୁ ବାଟବଣା କରି ଦେଉଛି କି ଅର୍ଥ ଲୋଭ? ୟାକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ତେବେ ଏଥିପାଇଁ ସବୁ ଡାକ୍ତରଙ୍କୁ ଦାୟୀ କରାଯାଇ ପାରିବନି। ଯେଉଁମାନେ ଏଭଳି ଘୃଣ୍ୟ କାମ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ମତ ପ୍ରକାଶ ପାଇଛି।

ପୂର୍ବତନ ପୋଲିସ ଡିଜି ଏସଏନ୍ ତିଓ୍ୱାରୀ କହିଛନ୍ତି-“ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ଅବତାର। ମାତ୍ର କେତେକ ଡାକ୍ତର ଲୋଭରେ ସମ୍ପତ୍ତି ଠୁଳ କରିଥାଇପାରନ୍ତି। ଯଦି ପ୍ରମାଣିତ ହୋଇଯାଏ, ତାହାହେଲେ ତାହାପାଇଁ ଦଣ୍ଡବିଧାନ ରହିଛି।”

Related story