କେହି ଲାଞ୍ଚ ମାଗୁଛନ୍ତି କି? ଏହି ନମ୍ବରରେ ଭିଜିଲାନ୍ସ ମୁଖ୍ୟାଳୟକୁ ଜଣାନ୍ତୁ

କଟକ: କୌଣସି କାମ ପାଇଁ କେହି ବ୍ୟକ୍ତି ଲାଞ୍ଚ ମାଗିଲେ ସିଧାସଳଖ ଭିଜିଲାନ୍ସ ମୁଖ୍ୟାଳୟକୁ ଜଣାଇ ପାରିବେ। ଏନେଇ ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଭିଜନରେ ସ୍ୱତନ୍ତ୍ର ଫୋନ୍‌ ନମ୍ବର ଜାରି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି. ଶର୍ମା ଏହି ସୂଚନା ଦେଇଛନ୍ତି। ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଭିଜନରେ ସ୍ୱତନ୍ତ୍ର ଫୋନ୍‌ ନମ୍ବର ହେଲା- କଟକ-୦୬୭୧-୨୩୦୫୬୮୨, ଭୁବନେଶ୍ୱର- ୦୬୭୪-୨୩୯୭୭୪୮,ବ୍ରହ୍ମପୁର-୦୬୮୦-୨୨୮୨୩୦୦, ସମ୍ବଲପୁର- ୦୬୬୩-୨୪୧୨୧୧୫ ବାଲେଶ୍ୱର-୦୬୭୮୨-୨୫୫୦୦୫, କୋରାପୁଟ- ୦୬୮୫୪-୨୩୩୩୩୦ ଓ ଭିଜିଲାନ୍ସ ମୁଖ୍ୟାଳୟ-୦୬୭୧-୨୩୦୫୯୮୮। […]

rp

Rakesh Mallick
  • Published: Thursday, 20 July 2017
  • , Updated: 20 July 2017, 02:03 PM IST

କଟକ: କୌଣସି କାମ ପାଇଁ କେହି ବ୍ୟକ୍ତି ଲାଞ୍ଚ ମାଗିଲେ ସିଧାସଳଖ ଭିଜିଲାନ୍ସ ମୁଖ୍ୟାଳୟକୁ ଜଣାଇ ପାରିବେ। ଏନେଇ ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଭିଜନରେ ସ୍ୱତନ୍ତ୍ର ଫୋନ୍‌ ନମ୍ବର ଜାରି କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି. ଶର୍ମା ଏହି ସୂଚନା ଦେଇଛନ୍ତି।

ଭିଜିଲାନ୍ସ ମୁଖ୍ୟାଳୟ ଏବଂ ୬ଟି ଡିଭିଜନରେ ସ୍ୱତନ୍ତ୍ର ଫୋନ୍‌ ନମ୍ବର ହେଲା- କଟକ-୦୬୭୧-୨୩୦୫୬୮୨, ଭୁବନେଶ୍ୱର- ୦୬୭୪-୨୩୯୭୭୪୮,ବ୍ରହ୍ମପୁର-୦୬୮୦-୨୨୮୨୩୦୦, ସମ୍ବଲପୁର- ୦୬୬୩-୨୪୧୨୧୧୫ ବାଲେଶ୍ୱର-୦୬୭୮୨-୨୫୫୦୦୫, କୋରାପୁଟ- ୦୬୮୫୪-୨୩୩୩୩୦ ଓ ଭିଜିଲାନ୍ସ ମୁଖ୍ୟାଳୟ-୦୬୭୧-୨୩୦୫୯୮୮।

ସେ ଆହୁରି କହିଛନ୍ତି,“ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଦୁର୍ନୀତି ବନ୍ଦ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଯାବତ ୩୭ଟି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି। ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଦୁର୍ନୀତି ମାମଲରେ ୭୬ଟି ମାମଲାର ତଦନ୍ତ ଚାଲିଛି । ୪୮ଟି ଗୁପ୍ତ ସୂଚନା ଯାଞ୍ଚ ଚାଲିଛି।”

Related story