ହସ୍ପିଟାଲ ଭିତରେ ପାଦେ ପାଣି
- Published: Thursday, 29 June 2017
- , Updated: 29 June 2017, 01:48 PM IST
<p>କେନ୍ଦୁଝର: ବର୍ଷା ପାଣିରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଗତକାଲି କେନ୍ଦୁଝରରେ ସାମାନ୍ୟ ବର୍ଷା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହସ୍ପିଟାଲ ଭିତରେ ବାହାରେ ସବୁଠି ପାଣି। ଫଳରେ ରୋଗୀଶୂନ୍ୟ ହୋଇପଡ଼ିଛି ଡାକ୍ତରଖାନା।</p>
<p>[vc_video link="" align="center"]</p>
<p>ଡାକ୍ତରଖାନାର ମୁଖ୍ୟ ପ୍ରବେଶ ପଥ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି। ସେହିଭଳି ହସ୍ପିଟାଲର ଆସବାବପତ୍ର ମଧ୍ୟ ପାଣିରେ ବୁଡ଼ି ରହିଛି। ହସ୍ପିଟାଲରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଏବଂ ଓ୍ୱାର୍ଡରେ ପାଣି ପଶିଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ବାହାରର ବର୍ଷା ଓ ମଇଳା ପାଣି ହସ୍ପିଟାଲ ଭିତରେ ଜମି ରହିଥିବାରୁ ଏହାକୁ ନିଷ୍କାସନ କରିବା ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଇଁ କାଠିକର ପାଠ ହୋଇଛି।</p>