ମାଠିଆ ପାଣି ପିଇବା ଭଲ: ମିଳିଥାଏ ଏସବୁ ଲାଭ

ମାଟିରେ ଅନେକ ରୋଗ ସହ ଲଢିବାର କ୍ଷମତା ରହିଛି। ଗବେଷକ ଅନୁସାରେ ମାଟି ପାତ୍ରରେ ଥିବା ପାଣିରେ ମାଟିର ହିଁ ଗୁଣ ଥାଏ । ଏଥିଲାଗି ମାଠିଆର ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭକାରୀ। ତେବେ ଆସନ୍ତୁ ଜାଣିବା ମାଠିଆ ପାଣି ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ। ୧. ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖିବା ଦ୍ୱାରା ପ୍ଲାଷ୍ଟିକ୍‌ର ଅଶୁଦ୍ଧ ଜୀବାଣୁ ପାଣିର ଗୁଣକୁ ପ୍ରଭାବିତ କରିଥାଏ। ତେଣୁ  ନିୟମିତ ଭାବେ ମାଠିଆରେ […]

earthen-water-dispenser-3400x2276

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 10:02 AM IST

ମାଟିରେ ଅନେକ ରୋଗ ସହ ଲଢିବାର କ୍ଷମତା ରହିଛି। ଗବେଷକ ଅନୁସାରେ ମାଟି ପାତ୍ରରେ ଥିବା ପାଣିରେ ମାଟିର ହିଁ ଗୁଣ ଥାଏ । ଏଥିଲାଗି ମାଠିଆର ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭକାରୀ। ତେବେ ଆସନ୍ତୁ ଜାଣିବା ମାଠିଆ ପାଣି ପିଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ।

୧. ପ୍ଲାଷ୍ଟିକ୍‌ ବୋତଲରେ ପାଣି ରଖିବା ଦ୍ୱାରା ପ୍ଲାଷ୍ଟିକ୍‌ର ଅଶୁଦ୍ଧ ଜୀବାଣୁ ପାଣିର ଗୁଣକୁ ପ୍ରଭାବିତ କରିଥାଏ। ତେଣୁ  ନିୟମିତ ଭାବେ ମାଠିଆରେ ପାଣି ପିଇବା ଦ୍ୱାରା  ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।

୨. ମାଠିଆ ପାଣି ପିଇବା ଦ୍ୱାରା ହୃଦୟ ସୁସ୍ଥ ରୁହେ। ହୃଦ୍‌ରୋଗରୁ ମୁକ୍ତି ମିଳେ।

୩. ମାଠିଆରେ ପାଣି ପ୍ରାକୃତିକ ଭାବେ ଥଣ୍ଡା ରୁହେ ଏଥିଲାଗି ଏସିଡିଟି ସମସ୍ୟା ଦୂର ହୋଇଯାଏ।

୪. ଫ୍ରିଜ୍‌ ପାଣି ପିଇବା ସ୍ୱାସ୍ଥ୍ୟ ଲାଗି ହାନିକାରକ। ଖରାରେ ଥଣ୍ଡା ପାଣି ପିଇବା ଦ୍ୱାରା ଗଳା ଦରଜ, କଫ ପରି ସମସ୍ୟା ଦେଖା ଦିଏ। ତେଣୁ ଫ୍ରିଜ୍‌ ପାଣି ନ ପିଇ ମାଠିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ।

୫. ଶ୍ୱାସ ରୋଗୀଙ୍କ ପାଇଁ  ମାଠିଆ ପାଣି ପିଇବା ଲାଭକାରୀ।

୬. ସକାଳ ସମୟରେ ମାଠିଆ ପାଣି ପିଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଏ।

୭. ମାଠିଆ ପାଣି ପିଇବା ଦ୍ୱାରା ଥକ୍କାପଣ ଦୂର ହୁଏ। ପେଟ ଭାରି ସମସ୍ୟା ଦୂର ହୋଇଥାଏ।

Related story