ଜାଣନ୍ତୁ କେଉଁ ବୟସରେ କେତେ ଓଜନ ରହିବା ଭଲ

ସୁସ୍ଥ ରହିବା ପାଇଁ ମଣିଷକୁ ସଠିକ୍ ଖାଦ୍ୟପେୟ ସହ ଆବଶ୍ୟକ ଓଜନ ରହିବା ବି ଜରୁରୀ। ଅନେକ ଏପରି ରୋଗ ଅଛି ଯାହା ବାହାରକୁ ଜଣାପଡ଼େନାହିଁ। ସେଥିପାଇଁ ଅନେକ ଲୋକ ଅସୁସ୍ଥ ଥାଇ ମଧ୍ୟ ଜାଣିପାରନ୍ତି ନାହିଁ। ତେବେ କେମିତି ଜାଣିବେ ଆପଣ ସୁସ୍ଥ ଅଛନ୍ତି ନା ନାହିଁ। ଶରୀରର ଓଜନ କହିବ ଆପଣ ସୁସ୍ଥ କି ଅସୁସ୍ଥ। ଯଦି ଆପଣଙ୍କ ଓଜନ ବୟସ ଅନୁସାରେ କମ୍ କିମ୍ବା ବେଶୀ ଅଛି ତେବେ ଆପଣ ଅସୁସ୍ଥ ହୋଇପାରନ୍ତି। […]

weight-1

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 11:21 AM IST

ସୁସ୍ଥ ରହିବା ପାଇଁ ମଣିଷକୁ ସଠିକ୍ ଖାଦ୍ୟପେୟ ସହ ଆବଶ୍ୟକ ଓଜନ ରହିବା ବି ଜରୁରୀ। ଅନେକ ଏପରି ରୋଗ ଅଛି ଯାହା ବାହାରକୁ ଜଣାପଡ଼େନାହିଁ। ସେଥିପାଇଁ ଅନେକ ଲୋକ ଅସୁସ୍ଥ ଥାଇ ମଧ୍ୟ ଜାଣିପାରନ୍ତି ନାହିଁ। ତେବେ କେମିତି ଜାଣିବେ ଆପଣ ସୁସ୍ଥ ଅଛନ୍ତି ନା ନାହିଁ। ଶରୀରର ଓଜନ କହିବ ଆପଣ ସୁସ୍ଥ କି ଅସୁସ୍ଥ। ଯଦି ଆପଣଙ୍କ ଓଜନ ବୟସ ଅନୁସାରେ କମ୍ କିମ୍ବା ବେଶୀ ଅଛି ତେବେ ଆପଣ ଅସୁସ୍ଥ ହୋଇପାରନ୍ତି। ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଉଚିତ।

ନବଜାତ ଶିଶୁ- ନବଜାତ ଶିଶୁର ବୟସ ହିସାବରେ ପୁଅର ଓଜନ ୩.୩ କିଲୋଗ୍ରାମ ଓ ଝିଅର ଓଜନ ୩.୨ କିଲୋଗ୍ରାମ ହେବା ଉଚିତ୍।

୩ରୁ ୫ ମାସ - ୩ରୁ ୫ ମାସର ପୁଅର ଓଜନ ୬ କେଜି ଓ ଝିଅର ଓଜନ ୫.୪ କେଜି ହେବା ଉଚିତ।

୬ରୁ ୮ ମାସ ଶିଶୁ- ‌୬ ରୁ ୮ ମାସ ପୁଅର ଓଜନ ୭.୮ କେଜି ଓ ଝିଅର ଓଜନ ୭.୨କେଜି ହେବା ଉଚିତ।

ବର୍ଷେ ପିଲା- ବର୍ଷକ ପିଲାର ଓଜନ ହିସାବରେ ପୁଅର ଓଜନ ସର୍ବାଧିକ ୧୦.୨ କିଲୋ ଓ ଝିଅର ୯.୫ କିଲୋ ହେବା ଉଚିତ।

ଦୁଇ ବର୍ଷର ଶିଶୁ- ୨ ବର୍ଷର ପୁଅର ଓଜନ ସର୍ବାଧିକ ୧୨.୩ କେଜି ଓ ଝିଅର ଓଜନ ୧୧.୮ କିଲୋ ହେବା ଉଚିତ।

୩ ରୁ ୫ ବର୍ଷ ଶିଶୁ- ୩ରୁ ୪ ବର୍ଷର ପୁଅର ଓଜନ ୧୪ କେଜି ଓ ଝିଅର ଓଜନ ୧୬ କେଜି ହେବା ଉଚିତ। ସେହିପରି ୫ ବର୍ଷ ବୟସରେ ପୁଅର ଓଜନ ୧୮.୭ କେଜି ଓ ଝିଅର ଓଜନ ୧୭.୭ କେଜି ହେବା ଉଚିତ୍।

୬କରୁ ୮ ବର୍ଷ ଶିଶୁ- ‌୬ ବର୍ଷ ବୟସରେ ପୁଅର ଓଜନ ୨୦.୭ ଓ ଝିଅର ଓଜନ ୧୯.୫ ହେବା ଉଚିତ। ସେହିପରି ୭ ରୁ ୮ ବର୍ଷର ପୁଅର ଓଜନ ୨୨ କିଲୋ ଓ ଝିଅର ଓଜନ ୨୫ କିଲୋ ହେବା ଉଚିତ।

୯ ରୁ ୧୧ ବର୍ଷ ପିଲା- ଏହି ବୟସର ପୁଅର ୩୧.୪ କିଲୋ ଓ ଝିଅର ୩୨.୨ କିଲୋ ଓଜନ ହେବା ଉଚିତ୍।

୧୨ ରୁ ୧୪ ବର୍ଷ- ୧୨ରୁ ୧୪ ବର୍ଷ ପୁଅର ଓଜନ ୪୭ କିଲୋ ଓ ଝିଅର ୪୮ କିଲୋ ହେବା ଉଚିତ।

୧୫ ରୁ ୧୮ ବର୍ଷ- ଏହି ବୟସର ପୁଅ ଓ ଝିଅ ଉଭୟଙ୍କ ଓଜନ ୬୦ କିଲୋ ରହିବା ଉଚିତ।

୧୯ ରୁ ୨୯ ବର୍ଷ- ୧୯ରୁ ୨୯ ବର୍ଷ ମଧ୍ୟରେ ପୁଅର ଓଜନ ୬୫ କିଲୋ ଓ ଝିଅର ଓଜନ ୬୦ କିଲୋ ହେବା ଉଚିତ।

୩୦ ରୁ ୩୯ ବର୍ଷ- ଏହି ବୟସର ପୁରୁଷମାନଙ୍କ ଓଜନ ୭୦ କିଲୋ ଓ ମହିଳାଙ୍କ ଓଜନ ୭୬.୭ କିଲୋ ହେବା ଉଚିତ।

୪୦ ରୁ ୪୯ ବର୍ଷ- ଏହି ବୟସରେ ପୁରୁଷଙ୍କ ଓଜନ ୭୨ କିଲୋ ଓ ମହିଳାଙ୍କ ଓଜନ ୭୬.୨ କିଲୋ ହେବା ଉଚିତ।

୫୦ ରୁ ‌୬୦ ବର୍ଷ- ଏହି ବୟଷର ପୁରୁଷଙ୍କ ଓଜନ ୬୫  କିଲୋ ଓ ମହିଳାଙ୍କର ଓଜନ ୭୭ କିଲୋ ହେବା ଉଚିତ।

 

Related story