ନବୀନଙ୍କୁ ଭେଟିଲେ ମମତା; ସାକ୍ଷାତ ଥିଲା ସୌଜନ୍ୟମୂଳକ

ଭୁବନେଶ୍ୱର: ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ପଶ୍ଚିବମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିଛନ୍ତି। ଆଲୋଚନା ପରେ ଉଭୟ କୌଣସି ପ୍ରକାର ରାଜନୈତିକ ବିଷୟକୁ ଅସ୍ୱୀକାର କରିଛନ୍ତି। ହେଲେ ଆଞ୍ଚଳିକ ଦଳମାନେ ପରସ୍ପର ଯୋଗାଯୋଗରେ ଥିବା କଥା କହି ଜାତୀୟ ରାଜନୀତିରେ ସମୀକରଣ ସମ୍ଭାବନାକୁ ଇସାରା ଦେଇଛନ୍ତି ମମତା। ସେହିପରି ସଂଘୀୟ ବ୍ୟବସ୍ଥାକୁ ମଜଭୁତ୍‌ କରିବା ପାଇଁ ଆଞ୍ଚଳିକ ଦଳ ଗୁଡ଼ିକୁ ଏକ ହୋଇ ଲଢିବାକୁ ସେ ଆହ୍ୱାନ ଦେଇଛନ୍ତି। ଆଜି ଅପରାହ୍ନରେ କଡ଼ା ସୁରକ୍ଷା ବ୍ୟବସ୍ଥା […]

mamata-naveen

Rakesh Mallick
  • Published: Thursday, 20 April 2017
  • , Updated: 20 April 2017, 09:20 PM IST

ଭୁବନେଶ୍ୱର: ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ପଶ୍ଚିବମଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିଛନ୍ତି। ଆଲୋଚନା ପରେ ଉଭୟ କୌଣସି ପ୍ରକାର ରାଜନୈତିକ ବିଷୟକୁ ଅସ୍ୱୀକାର କରିଛନ୍ତି। ହେଲେ ଆଞ୍ଚଳିକ ଦଳମାନେ ପରସ୍ପର ଯୋଗାଯୋଗରେ ଥିବା କଥା କହି ଜାତୀୟ ରାଜନୀତିରେ ସମୀକରଣ ସମ୍ଭାବନାକୁ ଇସାରା ଦେଇଛନ୍ତି ମମତା। ସେହିପରି ସଂଘୀୟ ବ୍ୟବସ୍ଥାକୁ ମଜଭୁତ୍‌ କରିବା ପାଇଁ ଆଞ୍ଚଳିକ ଦଳ ଗୁଡ଼ିକୁ ଏକ ହୋଇ ଲଢିବାକୁ ସେ ଆହ୍ୱାନ ଦେଇଛନ୍ତି।

ଆଜି ଅପରାହ୍ନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନବୀନ ନିବାସରେ ପହଞ୍ଚି ଥିଲେ ମମତା(ଦିଦି)। ନବୀନ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ପରେ ମମତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଦିଦିଙ୍କୁ ନବୀନ ପାଛୋଟି ନେଇଯାଇଥିଲେ। ଉଭୟ ପ୍ରାୟ ୧୦ ମିନିଟ୍‌ ଧରି ଆଲୋଚନା ହୋଇଥିଲା। କିଛି ସମୟ ପରେ ଉଭୟ ଗଣମାଧ୍ୟମ ସମ୍ମୁଖକୁ ଆସି ଆଲୋଚନା ସୌଜନ୍ୟମୂଳକ ଓ ଏଥିରେ କୌଣସି ରାଜନୈତିକ ଚର୍ଚ୍ଚା ହୋଇ ନ ଥିବା କହିଥିଲେ।

ମମତା କହିଥିଲେ,“ଦଳ, ଧର୍ମ, ଜାତି ଭିତରେ ବିଜେପି ବିଭାଜନ କରୁଛି। ଏପରିକି ମନ୍ତ୍ରୀ ଓ ବିଧାୟକମାନଙ୍କୁ କିଣିବାକୁ ଉଦ୍ୟମ କରୁଛି! ଏଥିପାଇଁ କେତେକ ଆଞ୍ଚଳିକ ଦଳ ଯୋଗାଯୋଗରେ ଅଛନ୍ତି। ସମ୍ୱିଧାନ ଅନୁସାରେ ସଂଘୀୟ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଏବେ ଆଞ୍ଚଳିକ ଦଳ ଗୁଡିକ ଏକାଠି ଲଢ଼ିବାର ବେଳ ଆସିଛି। ସେମାନେ ବିଭାଜନ ରାଜନୀତି କରୁଛନ୍ତି, ଆମେ ଏକ ହେବା ଦରକାର।”

କଳାଟଙ୍କା ସୁରକ୍ଷା ପାଇଁ ମମତା ଆସିଛନ୍ତି

ମମତାଙ୍କ ଗସ୍ତକୁ ନେଇ ରାଜନୀତି ବି କମ୍‌ ହୋଇନି। ଏବେ କଳା ଟଙ୍କାର ସୁରକ୍ଷା ପାଇଁ ମମତା ଓଡ଼ିଶା ଆସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି,“କଳାଟଙ୍କା ସୁରକ୍ଷା ଲାଗି କଏଦୀ ସାଂସଦଙ୍କୁ ସାକ୍ଷାତ ପାଇଁ ମମତା ଆସିଛନ୍ତି। ଦୁଇ ଦଳର ସାଂସଦ ଓ ବିଧାୟକମାନେ ଚିଟ୍‌ଫଣ୍ଡରେ ଫସିଥିବାରୁ ଉଭୟ ଏବେ ଗୋଟିଏ ନାଆରେ ଯାତ୍ରୀ।”

ତେବେ ବିଜେପିର ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“୨୦୧୯ ନିର୍ବାଚନରେ ବିଜେପି ଜିତିବ ବୋଲି ଡିଡିମ୍ୱ ପିଟୁଛି। ଦଳୀୟ ନେତାମାନେ ବହୁ ଉତ୍ସାହିତ ହୋଇ ଏକଥା ଗଣମାଧ୍ୟମରେ କହୁଛନ୍ତି। ଯଦି ସେମାନେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଛନ୍ତି ତେବେ କିଏ ଆସିଲା ଓ କାହା ସହିତ କଥା ହେଲା ସେଥିରେ ତାଙ୍କର କଣ ଯାଏଆସେ।”

Related story