ଇର୍‌ଫାନ୍‌ଙ୍କୁ ହୋଇଥିବା  ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ’ଣ?

ମୁମ୍ବାଇ: ବଲିଉଡ ଅଭିନେତା ଇର୍‌ଫାନ ଖାନ ‘ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର’ ନାମକ ଏକ ବିରଳ ରୋଗରେ ପୀଡିତ ଅଛନ୍ତି ବୋଲ ଶୁକ୍ରବାର ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି। ଏହାର ଚିକିତ୍ସା ସେ ବିଦେଶରେ କରାଉଛନ୍ତି। ଦୁନିଆର ପ୍ରାୟ ସାଢେ ଚାରି ଲକ୍ଷରୁ ଅଧିକ ଲୋକେ ଏହି ରୋଗର ଶିକାର ହେଉଛନ୍ତି।  ଆସନ୍ତୁ ଜାଣିବା  ‘ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର’ର ହେବାର କାରଣ ଏବଂ ଏହାକୁ କିପରି  କରିବେ ଚିହ୍ନଟ। ଏହି ରୋଗ ଅନ୍ତଃସ୍ରାବ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ। ଅନ୍ତଃସ୍ରାବ ଗ୍ରନ୍ଥି […]

index

Rakesh Mallick
  • Published: Sunday, 18 March 2018
  • , Updated: 18 March 2018, 09:51 AM IST

ମୁମ୍ବାଇ: ବଲିଉଡ ଅଭିନେତା ଇର୍‌ଫାନ ଖାନ ‘ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର’ ନାମକ ଏକ ବିରଳ ରୋଗରେ ପୀଡିତ ଅଛନ୍ତି ବୋଲ ଶୁକ୍ରବାର ଟ୍ୱିଟ୍‌ ଜରିଆରେ ଜଣାଇଛନ୍ତି। ଏହାର ଚିକିତ୍ସା ସେ ବିଦେଶରେ କରାଉଛନ୍ତି। ଦୁନିଆର ପ୍ରାୟ ସାଢେ ଚାରି ଲକ୍ଷରୁ ଅଧିକ ଲୋକେ ଏହି ରୋଗର ଶିକାର ହେଉଛନ୍ତି।  ଆସନ୍ତୁ ଜାଣିବା  ‘ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର’ର ହେବାର କାରଣ ଏବଂ ଏହାକୁ କିପରି  କରିବେ ଚିହ୍ନଟ।

ଏହି ରୋଗ ଅନ୍ତଃସ୍ରାବ ଗ୍ରନ୍ଥିକୁ ପ୍ରଭାବିତ କରିଥାଏ। ଅନ୍ତଃସ୍ରାବ ଗ୍ରନ୍ଥି ଶରୀରରୁ ହର୍ମୋନ କ୍ଷରଣ କରିଥାଏ। ଗ୍ରନ୍ଥିରୁ ମିଳୁଥିବା ବିଶେଷ ପ୍ରକାର ଅନ୍ତଃସ୍ରାବ କୋଷିକାରେ ଅନିୟନ୍ତ୍ରଣ ଭାବେ ବଢିବାକୁ ଲାଗିଲେ  ଏହା କ୍ୟାନସର ରୂପ ନେଇଥାଏ।

ଡାକ୍ତରଙ୍କ କହିବା ଅନୁସାରେ ବଂଶାନୁକ୍ରମିକର ଏକ ଲକ୍ଷଣ ହୋଇପାରେ। ଶରୀରରେ ରୋଗ ପ୍ରତିରୋଧକାରୀ ତନ୍ତ୍ର ଦୁର୍ବଳ ହୋଇଗଲେ ଏହି ରୋଗ ହେବାର ଆଶଙ୍କା ବଢିଯାଏ। ଖରାରେ ଅଧିକ ସମୟ ରହିବା ଦ୍ୱାରା  ଅତିବାଇଗଣି ରଶ୍ମିଶରୀର ଉପରେ ପଡିଲେ ଏହି ରୋଗ ହେବାର ଆଶଙ୍କା ବଢିଯାଏ।  ସମସ୍ତ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର କ୍ୟାନସର ହୋଇନଥାଏ।

ଏହି ରୋଗର ଲକ୍ଷଣ

  • ଅଧିକ ଚିନ୍ତା, ଡର ଲାଗିବା, ମୁଣ୍ଡ ବୁଲାଇବା, ଅଚେତ ହେବା ରକ୍ତଚାପ ବଢିବା, ଜ୍ୱର, ବାନ୍ତି, ଅଧିକ ପରିସ୍ରା ଲାଗିବା , ଭୋକ ଶୋଷ ବଢିବା ଆଦି ଏହି ରୋଗର ଲକ୍ଷଣ।

Related story