ଲୋକପ୍ରିୟ ମେସେଜିଂ ଆପ୍ ‘ହ୍ୱାଟ୍ସ୍ଆପ୍’ ଏହାର ‘ବିଟା ଅପ୍ଡେଟ୍’ରେ ଏକ ନୂଆ ଫିଚର ଜାରି କରିଛି। ଏହା ସାହାଯ୍ୟରେ ios, ଆଣ୍ଡ୍ରଏଡ୍ ଏବଂ ୱିଣ୍ଡୋ ୟୁଜର୍ସମାନେ ବିନା କୌଣସି ଅସୁବିଧାରେ ନିଜ ହ୍ୱାଟ୍ସଆପ୍ ଡାଟାକୁ ଏକ ନୂଆ ନମ୍ବରକୁ ଟ୍ରାନ୍ସଫର୍ କରିପାରିବେ। ‘ଚେଞ୍ଜ୍ ନମ୍ବର’ ନାମକ ଏହି ଫିଚର ଗୁଗଲ ପ୍ଲେ-ଷ୍ଟୋର୍ରେ ୨.୧୮.୯୭ ଆଣ୍ଡ୍ରଏଡ୍ ବିଟା ଅପ୍ଡେଟ୍ ସହିତ ଉପଲବ୍ଧ।
ହ୍ୱାଟ୍ସ୍ଆପ୍ର ନୂଆ ଫିଚର ଉପରେ ନଜର ରଖୁଥିବା ୱେବ୍ସାଇଟ୍ WABetaInfo ଟ୍ୱିଟ୍ କରି ଏ ବିଷୟରେ ଜଣାଇଛି। ଏଥିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ନୂଆ ଫିଚର ଦ୍ୱାରା ‘ଚାଟ୍ ହିଷ୍ଟ୍ରି’ ମଧ୍ୟ ଫୋନ୍ର ନୂଆ ଚାର୍ଟ୍ରେ ଉପଲବ୍ଧ ହେବ। ଏଥିସହ ଡୁପ୍ଲିକେଟ୍ ଚାର୍ଟ୍ ସମସ୍ୟା ମଧ୍ୟ ଶେଷ ହୋଇଯିବ।
ଏହି ନୂଆ ଫିଚର ପାଇଁ ୟୁଜର୍ସଙ୍କୁ ହ୍ୱାଟ୍ସ୍ଆପ୍ ସେଟିଂକୁ ଯାଇ ଆକାଉଣ୍ଟ ବିକଳ୍ପରେ ‘ଚେଞ୍ଜ୍ ନମ୍ବର’ ଅପସନ୍କୁ ବାଛିବାକୁ ହେବ। ଭାରତରେ ଏବେ ଦୁଇକୋଟି ଅଧିକ ୟୁଜର୍ସ ହ୍ୱାଟ୍ସ୍ଆପ୍ ବ୍ୟବହାର କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।