ହ୍ୱାଟ୍‌ସ୍‌ଆପ୍‌ର ଏହି ସିକ୍ରେଟ୍‌ ଟ୍ରିକ୍‌ ବିଷୟରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ହ୍ୱାଟ୍‌ସ୍‌ଆପ୍ ବ୍ୟବହାର କରୁଛନ୍ତି। ମେସେଜ୍‌ ଓ ଭିଡିଓ ପଠାଇବା ସହିତ  ଏଥିରେ ଭିଡିଓ କଲ୍‌ ମଧ୍ୟ ହୋଇପାରୁଛି। ଖାଲି ସେତିକି ନୁହେଁ, ଏଥିରେ ଏମିତି ଏକ କୌଶଳି ଅଛି ଯେଉଁଥିରେ ଆପଣ ସିକ୍ରେଟ୍‌ ଉପାୟରେ ଅନ୍ୟର ମେସେଜ୍‌ ପଢ଼ିପାରିବେ। କିନ୍ତୁ ମେସେଜ ପଠାଇ ଥିବା ବ୍ୟକ୍ତି ଏହା ଜାଣିପାରିବେ ନାହିଁ। ଏମିତି ଆହୁରି କିଛି ହ୍ୱାଟ୍‌ସ୍ଆପ୍‌ ଟ୍ରିକ୍ସ ଅଛି। ଆସନ୍ତୁ ସେ ସବୁ ବିଷୟରେ ଜାଣିବା। ସିକ୍ରେଟ୍‌ ମେସେଜ୍‌ ପଢ଼ିବା: […]

whatsapp

whatsapp

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 09:32 PM IST

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ହ୍ୱାଟ୍‌ସ୍‌ଆପ୍ ବ୍ୟବହାର କରୁଛନ୍ତି। ମେସେଜ୍‌ ଓ ଭିଡିଓ ପଠାଇବା ସହିତ  ଏଥିରେ ଭିଡିଓ କଲ୍‌ ମଧ୍ୟ ହୋଇପାରୁଛି। ଖାଲି ସେତିକି ନୁହେଁ, ଏଥିରେ ଏମିତି ଏକ କୌଶଳି ଅଛି ଯେଉଁଥିରେ ଆପଣ ସିକ୍ରେଟ୍‌ ଉପାୟରେ ଅନ୍ୟର ମେସେଜ୍‌ ପଢ଼ିପାରିବେ। କିନ୍ତୁ ମେସେଜ ପଠାଇ ଥିବା ବ୍ୟକ୍ତି ଏହା ଜାଣିପାରିବେ ନାହିଁ। ଏମିତି ଆହୁରି କିଛି ହ୍ୱାଟ୍‌ସ୍ଆପ୍‌ ଟ୍ରିକ୍ସ ଅଛି। ଆସନ୍ତୁ ସେ ସବୁ ବିଷୟରେ ଜାଣିବା।

ସିକ୍ରେଟ୍‌ ମେସେଜ୍‌ ପଢ଼ିବା:  ଏଥିରେ ଆପଣ ବ୍ୟକ୍ତିଙ୍କ ମେସେଜ୍‌ ପଢ଼ିପାରିବେ। କିନ୍ତୁ ବ୍ୟକ୍ତି ଜଣକ ଏ ବିଷୟରେ ଜାଣିପାରିବେ ନାହିଁ। ଏଥିପାଇଁ ମେସେଜ୍‌ ପଢ଼ିବା ପୂର୍ବରୁ ଫୋନ୍‌ରେ ଫ୍ଲାଇଟ୍‌ ମୋଡ୍‌ ଅନ୍ କରନ୍ତୁ। ଏହାପରେ ମେସେଜ୍‌ଟିକୁ ପଢ଼ି ହ୍ୱାଟ୍‌ସ୍‌ଆପ୍‌ ବନ୍ଦ କରନ୍ତୁ। ଏବେ ଫ୍ଲାଇଟ୍‌ ମୋଡ୍‌ ଅଫ୍‌ କରନ୍ତୁ।

ଲାଇଭ୍‌ ଲୋକେସନ୍ ପଠାଇବା: ଏଥିପାଇଁ ଚାଟ୍‌କୁ ଯାଆନ୍ତୁ । ଯେଉଁଠି ଟ୍ୟାପ୍‌ କରି ଫଟୋ ଓ ଭିଡିଓ ପଠାନ୍ତି, ସେହିଠାରେ ଲୋକେସନ୍‌ ଭଳି ଏକ ଅପ୍‌ସନ୍‌ ରହିଛି। ଏଥିରେ ଟ୍ୟାପ୍‌ କରି ଲାଇଭ୍ ଲୋକେସନ୍‌କୁ ଯାଇ ନିଜର ଲୋକେସନ୍‌ ପଠାଇ ପାରିବେ। ୧୫ ମିନିଟ୍‌ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଲୋକେସନ୍‌ ସେୟାର କରିପାରିବେ। ଯେଉଁଥିରେ ଆପଣଙ୍କ ସାଙ୍ଗ ଆପଣଙ୍କୁ  ଟ୍ରାକ୍‌ କରିପାରିବେ।

ପିନ୍‌ ଚାଟ୍‌: ଆପଣ ଯେଉଁ ବ୍ୟକ୍ତିଙ୍କ ଚାଟ୍‌କୁ ଚାଟ୍‌ ଲିଷ୍ଟର ଶୀର୍ଷରେ ରଖିବାକୁ ଚାହୁଁଛନ୍ତି, ତା' ଉପରେ କିଛି ସମୟ ପାଇଁ ଟ୍ୟାପ୍‌ କରି ରଖନ୍ତୁ। ଏହାପରେ ହ୍ୱାଟ୍‌ସ୍‌ଆପ୍ ଉପରେ ଏକ ପିନ୍‌ ଚିହ୍ନ ଦେଖା ଯିବ। ସେଥିରେ ଟ୍ୟାପ୍‌ କରନ୍ତୁ। ଏପରି କଲେ ସେହି ବ୍ୟକ୍ତିଙ୍କ ଚାଟ୍‌ ବକ୍ସ ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ ଲିଷ୍ଟର ଶୀର୍ଷକୁ ଚାଲିଯିବ। ଏକାଥରେ ଆପଣ ୩ଟି ଚାଟ୍‌କୁ ପିନ୍‌ ଚାଟ୍‌ କରିପାରିବେ।

GIF ବନାଇବା: ଯାହାକୁ GIF ପଠାଇବାକୁ ଚାହୁଁଛନ୍ତି ତାଙ୍କ ଚାଟ୍ ବକ୍ସକୁ ଯାଆନ୍ତୁ। ଏହାପରେ ଗ୍ୟାଲେରୀକୁ ଯାଇ ମୋବାଇଲ୍‌ରେ ସେଭ୍‌ ଥିବା ଭିଡିଓ ସିଲେକ୍ଟ କରନ୍ତୁ। ସେଠାରେ ଆପଣଙ୍କୁ GIF ଅପସନ୍‌ ଦେଖାଯିବ। ଏହି ଅପ୍‌ସନ୍‌ ସାହାଯ୍ୟରେ ଆପଣ GIF ତିଆରି କରି ସେୟାର କରିପାରିବେ।

ଫଟୋ ଏଡିଟ୍‌: ଆପଣ ହ୍ୱାଟ୍‌ସ୍‌ଆପ୍‌ରେ ଫଟୋକୁ ଏଡିଟ୍‌ କରିପାରିବେ। ଡୁଡୁଲ ତିଆରି କରିପାରିବେ। ଏମିତିକି ଫଟୋରେ ଲେଖି ବି ପାରିବେ। ଏଥିପାଇଁ ଗ୍ୟାଲେରୀକୁ ଯାଇ ଫଟୋ ସିଲେକ୍ଟ କରନ୍ତୁ। ଫଟୋ ବଡ଼ ଆକାରରେ ହ୍ୱାଟ୍‌ସ୍ଆପ୍‌ ସ୍କ୍ରିନ୍‌ରେ ଦେଖାଯିବ। ଏହାପରେ ଉପରେ ଥିବା ଅପ୍‌ସନ୍‌ ସାହାଯ୍ୟରେ ଫଟୋ ଏଡିଟ୍‌ କରନ୍ତୁ।

ବୋଲ୍ଡ କରି ମେସେଜ୍‌ ପଠାଇବା: ଏଥିପାଇଁ ମେସେଜ୍ ଟାଇପ୍‌ କରିବା ପୂର୍ବରୁ * ଓ ପରେ  * ଚିହ୍ନକୁ ଦିଅନ୍ତୁ। ମେସେଜ୍‌ ବୋଲ୍ଡ ହୋଇଯିବ।

ବିଭିନ୍ନ ଭାଷାରେ ଚାଟ୍ କରନ୍ତୁ: ଏଥିପାଇଁ ହ୍ୱାଟ୍‌ସ୍‌ଆପ୍‌ ସେଟିଂକୁ ଯାଇ ଚାଟ୍‌ ଅପ୍‌ସନ୍‌ ଉପରେ ଟ୍ୟାପ୍‌ କରନ୍ତୁ। ସେଠାରେ ଆପ୍‌ ଲାଙ୍ଗୁଏଜ୍‌କୁ ଯାଇ ଭାଷା ବଦଳାଇ ପାରିବେ।

ଲାଷ୍ଟ ସିନ୍‌କୁ ସିକ୍ରେଟ୍ ରଖିବା: ଆପଣ ଶେଷଥର କେତେବେଳେ ହ୍ୱାଟ୍‌ସ୍‌ଆପ୍‌ ବ୍ୟବହାର କରିଥିଲେ ଏହା ଆପଣଙ୍କ ବନ୍ଧୁ ଲାଷ୍ଟ ସିନ୍‌ ଦେଖି ଜାଣି ପାରନ୍ତି। ଯଦି ଆପଣ ଏହାକୁ ସିକ୍ରେଟ୍‌ ରଖିବାକୁ ଚାହୁଁଛନ୍ତି ତାହାଲେ ହ୍ୱାଟ୍‌ସ୍ଆପ୍‌ ସେଟିଂରେ ଆକାଉଣ୍ଟ ଅପ୍‌ସନ୍‌କୁ ଯାଆନ୍ତୁ। ସେଠାରେ ପ୍ରାଇଭେସିକୁ ଯାଇ ଲାଷ୍ଟ ସିନ୍‌ ଅପ୍‌ସନ୍‌ରେ କ୍ଲିକ୍‌ କରି ଆପଣ ଚାହୁଁଥିବା ଅପ୍‌ସନ୍‌ ବାଛନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos