ଅଣ୍ଡାର ଏହି ଅଂଶ ଶରୀର ପାଇଁ ଭଲ ନୁହେଁ

‘ସନ୍‌ଡେ ହୋ ୟା ମନ୍‌ଡେ ରୋଜ ଖାଓ ଅଣ୍ଡେ’। ଏହି କଥାଟି ଆପଣ ଶୁଣିଥିବେ ନିଶ୍ଚୟ। ଏହାର ଅର୍ଥ ହେଲା ରବିବାର ହେଉ କିମ୍ବା ସୋମବାର ସବୁବେଳେ ଅଣ୍ଡା ଖାଆନ୍ତୁ। ଏକ ଗବେଷଣା ଅନୁସାରେ ଅଣ୍ଡା ଶକ୍ତି ପ୍ରଦାନ କରିବା ସହିତ ଶରୀରର ଓଜନ କମାଇଥାଏ। ସେଥିପାଇଁ ଏହାକୁ ଅନେକ ଲୋକ ନିୟମିତ ଖାଇଥାନ୍ତି। କେତେକ ଏହାକୁ ସକାଳ ଜଳଖିଆରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅଣ୍ଡାର ଧଳା ଅଂଶ ଶରୀର ପାଇଁ […]

egg

Rakesh Mallick
  • Published: Tuesday, 24 April 2018
  • , Updated: 24 April 2018, 09:47 AM IST

‘ସନ୍‌ଡେ ହୋ ୟା ମନ୍‌ଡେ ରୋଜ ଖାଓ ଅଣ୍ଡେ’। ଏହି କଥାଟି ଆପଣ ଶୁଣିଥିବେ ନିଶ୍ଚୟ। ଏହାର ଅର୍ଥ ହେଲା ରବିବାର ହେଉ କିମ୍ବା ସୋମବାର ସବୁବେଳେ ଅଣ୍ଡା ଖାଆନ୍ତୁ। ଏକ ଗବେଷଣା ଅନୁସାରେ ଅଣ୍ଡା ଶକ୍ତି ପ୍ରଦାନ କରିବା ସହିତ ଶରୀରର ଓଜନ କମାଇଥାଏ। ସେଥିପାଇଁ ଏହାକୁ ଅନେକ ଲୋକ ନିୟମିତ ଖାଇଥାନ୍ତି। କେତେକ ଏହାକୁ ସକାଳ ଜଳଖିଆରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅଣ୍ଡାର ଧଳା ଅଂଶ ଶରୀର ପାଇଁ କେତେ ହାନିକାର ହୋଇଥାଏ? ଯଦିଓ ଏଥିରେ ଫ୍ୟାଟ୍‌ ଫ୍ରି ଲୋ କ୍ୟାଲୋରୀ ରହିଥାଏ, କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଏଲର୍ଜି ହୋଇଥାଏ। ଆସନ୍ତୁ ଜାଣିବା ଏହାର କେତେଗୁଡ଼ିଏ ଖରାପ ଗୁଣ ସଂପର୍କରେ।

କିଡ୍‌ନୀ ପାଇଁ କ୍ଷତିକାରକ: ଅଣ୍ଡାର ଧଳା ଅଂଶରେ ପ୍ରୋଟିନ୍‌ ଅଧିକ ମାତ୍ରାରେ ଥାଏ। ଏହା କିଡ୍‌ନୀ ଜନିତ ସମସ୍ୟାରେ ପଡ଼ିଥିବା ଲୋକଙ୍କ ପାଇଁ ହାନିକାରକ ହୋଇଥାଏ। କାରଣ ଏଥିରେ ଥିବା ପ୍ରୋଟିନ୍‌ କିଡ୍‌ନୀରେ ଗ୍ଲୋମେରୁଲର ଫିଲ୍ଟରେଶନ ରେଟ୍ (ଜିଏଫ୍ଆର) କମାଇ ଦେଇଥାଏ। ଜିଏଫ୍‌ଆର ହେଉଛି ଏକ ପ୍ରକାର ତରଳ ପଦାର୍ଥ ଯାହା କିଡ୍‌ନୀକୁ ଫିଲ୍ଟର କରିଥାଏ। କିନ୍ତୁ ଅଣ୍ଡାର ଧଳା ଅଂଶରେ ଥିବା ପ୍ରୋଟିନ୍ ଜିଏଫ୍‌ଆରର ମାତ୍ରାକୁ ହ୍ରାସ କରି ଦେଇଥାଏ।

ମାଂସପେଶୀରେ ଯନ୍ତ୍ରଣା: ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଶରୀରରେ ବାୟୋଟିନ୍‌ (ଭିଟାମିନ୍‌ B7 ଓ BH)ର ମାତ୍ରା କମ୍‌ ହୋଇଯାଏ। ଅଣ୍ଡାର ଧଳା ଅଂଶରେ ଥିବା ଏବ୍ୟୁମିନ୍‌ ଶରୀରକୁ ବାୟୋଟିନ୍‌କୁ ଅବଶୋଷିତ କରିବାକୁ ଦିଏ ନାହିଁ ଅବା ସେଥିରେ ସମସ୍ୟା ସୃଷ୍ଟି କରେ। ଏଥିଯୋଗୁଁ ତ୍ୱଚା ଜନିତ ସମସ୍ୟା ଦେଖାଯାଏ।  ଖାଲି  ସେତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ମାଂସପେଶୀରେ ଦରଜ ହେବା ସହିତ ଚୁଟି ଝଡ଼ିଥାଏ।

ଏଲର୍ଜି ସମସ୍ୟା: ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା କିଛି ଲୋକଙ୍କୁ ଏଲର୍ଜି ହୋଇଥାଏ।  ଶରୀର କୁଣ୍ଡେଇ ହେବା ସହ ଫଳିଯାଇ ଲାଲ୍‌ ପଡ଼ଯାଏ। ଘିମିରି ବାହାରିବା ଓ ଆଖିରୁ ପାଣି ବୋହିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ନିଶ୍ୱାସ ନେବାରେ ବି ସମସ୍ୟା ଦେଖାଯାଏ। ବ୍ଲଡ୍‌ପ୍ରେସର ବି କମିଯାଏ। ଏଥିଯୋଗୁଁ ବେଳେ ବେଳେ ଲୋକେ ଚେତାଶୂନ୍ୟ ହୋଇଯିବା ଭଳି ଅନୁଭବ କରନ୍ତି।

ସାଲ୍‌ମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଦୂଷିତ ହୋଇଥାଏ

ଅଣ୍ଡାର ଧଳା ଅଂଶ ସାଲ୍‌ମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଦୂଷିତ ମଧ୍ୟ ହୋଇଥାଏ। ଏହି ବ୍ୟାକ୍ଟେରିଆ କୁକୁଡ଼ାର ଅନ୍ତବୁଜୁଳାରେ ରହିଥାଏ। ଅଣ୍ଡରା ବାହାର ଓ ଭିତର ଭାଗରେ ମଧ୍ୟ ଏହି ବ୍ୟାକ୍ଟେରିଆ ଦେଖା ଯାଇଥାଏ। ଏହି ବ୍ୟାକ୍ଟେରିଆକୁ ପୂରା ନଷ୍ଟ କରିବା ପାଇଁ ଅଣ୍ଡାକୁ ଉଚ୍ଚ ତାପମାତ୍ରାରେ ରାନ୍ଧନ୍ତୁ। ଗରମ ପାଣିରେ କମ୍ ସମୟ ପାଇଁ ସିଝି ଥିବା ଅଣ୍ଡାରେ ଏହି ବ୍ୟାକ୍ଟେରିଆ ମରନ୍ତି ନାହିଁ।

Related story