ମଶା ବେଶୀ କାମୁଡୁଛନ୍ତି କି? ଜାଣନ୍ତୁ କ’ଣ ହୋଇପାରେ କାରଣ

ଭୁବନେଶ୍ୱର(ଦେବଦତ୍ତ ରଥ): କୁହାଯାଏ ଦୁନିଆରେ ଯଦି କେଉଁ ଜନ୍ତୁ କାମୁଡ଼ାରେ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ ସେ ହେଲା ମଶା। ମଶା କାମୁଡିବା ଫଳରେ ମ୍ୟାଲେରିଆ,ଡେଙ୍ଗୁ ଆଦି ପରି ମାରତ୍ମକ ରୋଗ ହୋଇଥାଏ, ଯାହା ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ। କାହାକୁ ବେଶୀ କାମୁଡ଼େ, କାହାକୁ କମ୍ ଏପରି ଶୁଣିବାକୁ ମିଳେ କିଛି ଲୋକଙ୍କୁ ମଶା ବେଶୀ କାମୁଡ଼ି ଥାଏ। ଆଉ କେତେ ଜଣଙ୍କୁ କମ୍। ଗୋଟିଏ ଘରେ ରହୁଥିବା ଏକ ପରିବାରରେ ବେଳେ ବେଳେ […]

malaria

malaria

Rakesh Mallick
  • Published: Wednesday, 30 May 2018
  • Updated: 30 May 2018, 08:20 AM IST

ଭୁବନେଶ୍ୱର(ଦେବଦତ୍ତ ରଥ): କୁହାଯାଏ ଦୁନିଆରେ ଯଦି କେଉଁ ଜନ୍ତୁ କାମୁଡ଼ାରେ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥାଏ ସେ ହେଲା ମଶା। ମଶା କାମୁଡିବା ଫଳରେ ମ୍ୟାଲେରିଆ,ଡେଙ୍ଗୁ ଆଦି ପରି ମାରତ୍ମକ ରୋଗ ହୋଇଥାଏ, ଯାହା ମଣିଷକୁ ମୃତ୍ୟୁ ମୁଖକୁ ଠେଲି ଦେଇପାରେ।

କାହାକୁ ବେଶୀ କାମୁଡ଼େ, କାହାକୁ କମ୍

ଏପରି ଶୁଣିବାକୁ ମିଳେ କିଛି ଲୋକଙ୍କୁ ମଶା ବେଶୀ କାମୁଡ଼ି ଥାଏ। ଆଉ କେତେ ଜଣଙ୍କୁ କମ୍। ଗୋଟିଏ ଘରେ ରହୁଥିବା ଏକ ପରିବାରରେ ବେଳେ ବେଳେ ପୁଅ କହେ, ଆଜି ବେଶୀ ମଶା, ଖାଲି କାମୁଡ଼ି ପକାଉଛନ୍ତି। ସେତିକି ବେଳେ ମା' କହେ କାଇଁ ନାଇଁ ତ, ମତେ ତ' ଜଣା ପଡୁନାହାଁନ୍ତି? ତତେ ଖାଲି କାମୁଡି ପକାଉଛନ୍ତି? ସେମିତି ବାପା କହୁଥିବେ ହଁ ଆଜି ବେଶୀ ମଶା କାମୁଡ଼ୁଛି, ଆଉ ଝିଅ କହୁଥିବ ନାଇଁ। ଆପଣମାନଙ୍କର ବି ଏମିତି ଅନୁଭୂତି ଥିବ! ବେଳେ ବେଳେ ଏମିତି ସ୍ଥିତିରେ କେହି କେହି କହନ୍ତି, ‘ହଁ ତୋ ରକ୍ତ ବେଶୀ ମିଠା ହେଇଥିବ। ତେଣୁ ତତେ ବେଶୀ କାମୁଡୁଥିବେ।’ ତେବେ ଏହା କ'ଣ ସତ ଜଣ ଜଣଙ୍କୁ ମଶା ବେଶୀ କାମୁଡ଼ିଥାଏ?

ଏନେଇ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ ଅନୁଯାୟୀ ଜଣ ଜଣଙ୍କୁ ମଶା ବେଶୀ କାମୁଡ଼ିବା କଥା ସତ। କିଛି ଲୋକଙ୍କୁ ମଶା ଅଧିକ କାମୁଡିଥାଆନ୍ତି। କିଛି ଲୋକଙ୍କୁ କମ୍ କାମୁଡ଼ିଥାଆନ୍ତି। ଏପରିକି କିଛି ଲୋକଙ୍କ ପାଖକୁ ମଶା ଆଦୌ ଯାଇ ନଥାନ୍ତି।

mosquito

ଏପରି କାହିଁକି ହୋଇଥାଏ?

ଏହା ଜାଣିବା ପାଇଁ ଦୀର୍ଘ ବର୍ଷ ହେଲା ଗବେଷଣା ଚାଲିଥିଲା।  ଏ ସମ୍ପର୍କରେ ଏକ ଗବେଷଣା ତଥ୍ୟ ସାମ୍ନାକୁ ଆସିଛି।  ଏଥିରେ ଦର୍ଶାଯାଇଛି ଯେ, ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାନ୍ତି। ମଶା ଲୋକଙ୍କର ଶରୀରର ବାସ୍ନାକୁ ମନେ ରଖିପାରନ୍ତି। ତେଣୁ ଯେଉଁମାନଙ୍କୁ ଥରେ କାମୁଡ଼ନ୍ତି ସେମାନଙ୍କ ପାଖକୁ ବାରମ୍ବାର ଆସନ୍ତି। ‘ଓ’ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କ ବାସ୍ନା ସେମାନଙ୍କ ସ୍ମୃତିରେ ଅଧିକ ଭାବରେ ରହିଥାଏ। କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କ ରକ୍ତରେ ଶର୍କରା ପରିମାଣ ଅନ୍ୟ ବ୍ଲଡ୍‌ଗ୍ରୁପର ବ୍ୟକ୍ତିଙ୍କ ତୁଳନାରେ ଅଧିକ ଥାଏ। ଅପରପକ୍ଷରେ ‘ଏ’ ତଥା ‘ବି’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପାଖକୁ ମଶା ଖୁବ୍‌ କମ୍‌ ଆସିଥାନ୍ତି। ମାଈ ମଶା ଶରୀରରେ ଡିମ୍ବାଣୁର ବୃଦ୍ଧି ପାଇଁ ପ୍ରୋଟିନ୍‌ ଆବଶ୍ୟକ ହୋଇଥାଏ। ତେଣୁ ମାଈ ମଶା ହିଁ ମଣିଷ କିମ୍ବା ଅନ୍ୟ ଜୀବଜନ୍ତୁଙ୍କ ରକ୍ତ ଶୋଷିଥାଏ। ଅନ୍ୟପକ୍ଷରେ ଅଣ୍ଡିରା ମଶା ଫୁଲ ମହୁ ଶୋଷିବାକୁ ପସନ୍ଦ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos