ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ଖୋଲିଲା ପୌରାଞ୍ଚଳ ରାଜପଥ କଡ଼ ମଦ ଦୋକାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଦ ଦୋକାନ ଖୋଲିବା ପାଇଁ ଆଉ ଏକ ପାଦ ବଢାଇଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟଙ୍କ ସଂଶୋଧିତ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପୌରାଞ୍ଚର ଜାତୀୟ ରାଜପଥ କଡରେ ଥିବା ମଦ ଦୋକାନ ଗୁଡ଼ିକ ଖୋଲିବା ପାଇଁ ଅବକାରୀ ସଚିବ ଅବକାରୀ କମିଶନଙ୍କୁ ଚିଠି ଲେଖିଛନ୍ତି। ଅବକାରୀ ଅନୁମତି ନେଇ ପୁଣି ଥରେ ଦୋକାନ ଖୋଲିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏହି ନିୟମ ଅନୁସାରେ ପ୍ରାୟ ୧୨୭ଟି ମଦଦୋକାନ […]

Rakesh Mallick
  • Published: Wednesday, 13 September 2017
  • , Updated: 13 September 2017, 08:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଦ ଦୋକାନ ଖୋଲିବା ପାଇଁ ଆଉ ଏକ ପାଦ ବଢାଇଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟଙ୍କ ସଂଶୋଧିତ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ପୌରାଞ୍ଚର ଜାତୀୟ ରାଜପଥ କଡରେ ଥିବା ମଦ ଦୋକାନ ଗୁଡ଼ିକ ଖୋଲିବା ପାଇଁ ଅବକାରୀ ସଚିବ ଅବକାରୀ କମିଶନଙ୍କୁ ଚିଠି ଲେଖିଛନ୍ତି। ଅବକାରୀ ଅନୁମତି ନେଇ ପୁଣି ଥରେ ଦୋକାନ ଖୋଲିବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ଏହି ନିୟମ ଅନୁସାରେ ପ୍ରାୟ ୧୨୭ଟି ମଦଦୋକାନ ଖଲିବାକୁ ଥିବାବେଳେ ସମୁଦାୟ ୯୬୩ଟି ମଦଦୋକାନ ଖୋଲିବ।

ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୧୨୪୦ଟି ମଦ ଦୋକାନ ବନ୍ଦ ଥିଲା। ମଦ ଦୋକାନରେ କାମ କରୁଥିବା ଲୋକେ ବେକାର ହୋଇଯାଇଥିଲେ। ତେବେ ରାଜ୍ୟ ସରକାର ଏଥିପାଇଁ ଗଳବାଟ ବାହର କରି ରାଜପଥକୁ ଅର୍ବାନ ରୋଡ୍‌ରେ ପରିଣତ କରି ୮୩୬ଟି ମଦ ଦୋକାନ ଖୋଲିଥିଲେ। ପୌରାଞ୍ଚଳର ଜାତୀୟ ରାଜପଥ କଡରେ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେବା ପରେ ପ୍ରାୟ ୧୨୭ଟି ମଦ ଦୋକାନ ଖୋଲିବ। ତେବେ ପାଖପାଖି ୨୮୦ ମଦ ଦୋକାନ ଯାହାକି ଜାତୀୟ ରାଜପଥ କଡରେ ରହିଛି ତାହା ବନ୍ଦ ରହିବ।

ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ଯେଉଁ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିଲା, ସେଗୁଡ଼ିକ ଖୋଲିବ। ସେଥିରେ କିଛି ଅସୁବିଧା ହେବ ନାହିଁ।”

ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ଏବଂ ରାଜ୍ୟ ସରକାରଙ୍କ ଚିଠି ମଦ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛି। ବ୍ୟବସାୟ ବନ୍ଦ ପରେ ହାତ ବାନ୍ଧି ବସିଥିବା ବ୍ୟବସାୟୀମାନେ ଏବେ ପୁଣି ନିଜ ମଦ ଦୋକାନ ଖୋଲି କରିପାରିବେ।

ଓଡ଼ିଶା ଓ୍ୱାଇନ୍ ମର୍ଚ୍ଚାଣ୍ଟ ଆସୋସିଏସନ୍ ଯୁଗ୍ମ ସଚିବ ପ୍ରଭାତ କୁମାର ଦାଶ କହିଛନ୍ତି-“ବନ୍ଦ ଥିବା ୭୦ ପ୍ରତିଶତ ମଦ ଦୋକାନ ଖୋଲିଯିବ। ଏହାଛଡ଼ା ସରକାର ମଧ୍ୟ ରାଜସ୍ୱ ପାଇବେ।”

ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୫୦୦ ମିଟର ଦୂରରେ ମଦ ଦୋକାନ ରହିପାରିବନାହିଁ। ଏନେଇ ୨୦୧୬ ଡିସେମ୍ବର ୧୫ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପରେ ସୁପ୍ରିମକୋର୍ଟ ନିଜ ରାୟ ସଂଶୋଧନ କରିଥିଲେ। ୨୦୧୭-୧୮ ବର୍ଷରେ ରାଜ୍ୟ ସରକାର ୩୨୦୦ କୋଟିର ଅବକାରୀ ରାଜସ୍ୱ ପାଇବା ଟାର୍ଗେଟ ରଖିଛନ୍ତି।

Related story