୬ମାସ ହେବ କୋମାରେ ଥିଲେ: ମନପସନ୍ଦର ଗୀତ ଶୁଣି ଉଠିଗଲେ ମହିଳା

କୁହାଯାଏ ନିସଙ୍ଗ ସମୟର ସାଥୀ ହେଉଛି ଗୀତ। ଗୀତ କେବଳ ଝୁମାଏ, ନଚାଏ ନି। କିଛି ମହୂର୍ତ୍ତ ପାଇଁ ହଜାଇ ଦିଏ ଏକ ସୁନ୍ଦର ଦୁନିଆରେ। ତେଣୁ ଦୁଃଖରେ କିମ୍ବା ବିଷାଦରେ ଥିଲେ ଆମେ ଗୀତ ଶୁଣୁ। ହେଲେ ଗୀତ କେବଳ ଖୁସି ଦିଏ ସେଇଟା ନୁହେଁ, ଜୀବନ ମଧ୍ୟ ଦିଏ। ଗୀତର ଆସୀମ ଶକ୍ତିର ଝଲକ୍‌ ଦେଖିବାକୁ ମିଳିଛି ଚୀନରେ। କୋମାରେ ପଡିଥିବା ମହିଳାଙ୍କୁ ଉଠାଇଦେଇଛି ଗୀତ। ଦାର୍ଘଦିନ ଧରି କୋମାରେ ଥିବା ମହିଳା ନିଜ […]

song img

song img

Rakesh Mallick
  • Published: Monday, 14 May 2018
  • Updated: 14 May 2018, 11:13 AM IST

Sports

Latest News

କୁହାଯାଏ ନିସଙ୍ଗ ସମୟର ସାଥୀ ହେଉଛି ଗୀତ। ଗୀତ କେବଳ ଝୁମାଏ, ନଚାଏ ନି। କିଛି ମହୂର୍ତ୍ତ ପାଇଁ ହଜାଇ ଦିଏ ଏକ ସୁନ୍ଦର ଦୁନିଆରେ। ତେଣୁ ଦୁଃଖରେ କିମ୍ବା ବିଷାଦରେ ଥିଲେ ଆମେ ଗୀତ ଶୁଣୁ। ହେଲେ ଗୀତ କେବଳ ଖୁସି ଦିଏ ସେଇଟା ନୁହେଁ, ଜୀବନ ମଧ୍ୟ ଦିଏ। ଗୀତର ଆସୀମ ଶକ୍ତିର ଝଲକ୍‌ ଦେଖିବାକୁ ମିଳିଛି ଚୀନରେ। କୋମାରେ ପଡିଥିବା ମହିଳାଙ୍କୁ ଉଠାଇଦେଇଛି ଗୀତ। ଦାର୍ଘଦିନ ଧରି କୋମାରେ ଥିବା ମହିଳା ନିଜ ମନ ପସନ୍ଦର ଗୀତ ଶୁଣି ଉଠିପଡିଛନ୍ତି।

ଏହି ମହିଳା ଜଣଙ୍କ ହେଲେ ୨୪ ବର୍ଷୀୟ ତାଇବାନୀ ପପଷ୍ଟାର ଜଇ ଚାଓ। ୨୦୧୭ ନଭେମ୍ବର ମାସରେ ଅକ୍ସିଜେନ୍‌ ଅଭାବରୁ ସେ ବ୍ରେନ୍‌ ଡିସ୍‌ଫଙ୍କସନ୍‌ର ଶିକାର ହୋଇଥିଲେ। ସେବେଠୁ ସେ କୋମାରେ ଥିଲେ।

ତାଙ୍କୁ କୋମାରୁ ବାହାର କରିବା ପାଇଁ ଡାକ୍ତର ଅନେକ ପ୍ରୟାସ କରିଛନ୍ତି। ନର୍ସ ତାଙ୍କୁ ଚୁଟ୍‌କୁଲା ଶୁଣାଇ ହସାଇବାକୁ ଚେଷ୍ଟା କରିଛନ୍ତି। ତାଙ୍କ ମନୋରଞ୍ଜନ ପାଇଁ କୌଣସି ପ୍ରକାର ଅବହେଳା କରାଯାଇନି। କିନ୍ତୁ କିଛି ଫାଇଦା ହେଉ ନଥିଲା। ଦିନେ ନର୍ସ ତାଙ୍କୁ ଗୀତ ଶୁଣାଉଥିଲେ। ଗୀତ ବାଜିବାର ଅଳ୍ପ କିଛି ସମୟ ପରେ ହଠାତ୍‌ ମହିଳା ଜଣଙ୍କ ତାଙ୍କ ପାଦ ହଲାଇବା ଆରମ୍ଭ କରିଥିଲେ। ଏହାର କିଛି ସମୟ ପରେ ସେ ପୂରା ହୋସ୍‌କୁ ଆସି ଯାଇଥିଲେ।

ଯେଉଁ ଗୀତ ଶୁଣି ମହିଳା ଜଣଙ୍କ ହୋସ୍‌କୁ ଆସିଲେ ଉକ୍ତ ଗୀତକୁ ୨୦୦୬ରେ ସେ ନିଜେ ଗାଇଥିଲେ। ଗୀତର ନାଁ ଥିଲା 'ରୋଜମେରି'।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos