ଶୌଚ ପାଇଁ ଯାଇଥିବା ଗର୍ଭବତୀଙ୍କୁ ବି ଦୁଷ୍କର୍ମ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଅସୁର ପାଲଟି ଯାଉଛି ମଣିଷ। ନିଜର ମାନବିକତା ହରାଇ ବିଭିନ୍ନ ଆସୁରିକ କାର୍ଯ୍ୟରେ ଲିପ୍ତ ରହୁଛି। ଏପରିକି ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିବାକୁ ପଛାଉ ନାହାନ୍ତି। ଏମିତି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଘଟିଛି। ଆଜି ସକାଳେ ଜଣେ ଗର୍ଭବତୀ ମହିଳା ଶୌଚ ପାଇଁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜଗନ୍ନାଥପ୍ରସାଦ […]

bhanjanager

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 11:29 AM IST

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): ଅସୁର ପାଲଟି ଯାଉଛି ମଣିଷ। ନିଜର ମାନବିକତା ହରାଇ ବିଭିନ୍ନ ଆସୁରିକ କାର୍ଯ୍ୟରେ ଲିପ୍ତ ରହୁଛି। ଏପରିକି ଗର୍ଭବତୀ ମହିଳାଙ୍କୁ ବଳାତ୍କାର କରିବାକୁ ପଛାଉ ନାହାନ୍ତି। ଏମିତି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଘଟିଛି। ଆଜି ସକାଳେ ଜଣେ ଗର୍ଭବତୀ ମହିଳା ଶୌଚ ପାଇଁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଗନ୍ନାଥପ୍ରସାଦ ଥାନା ରାମେଶ୍ୱରପଲ୍ଲୀ ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଲଙ୍କାଗଡ଼ ଘାଇକୁ ଶୌଚ ହେବାକୁ ଯାଉଥିଲେ। ନିଛାଟିଆ ରାସ୍ତା ଦେଖି ଜଣେ ଯୁବକ ତାଙ୍କ ମୁହଁରେ ହାତଦେଇ ବଳପୂର୍ବକ ଟେକିନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ତେବେ ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା ଲୋକେ ମହିଳାଙ୍କୁ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ଯୁବକକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ପରେ ତାକୁ (ଯୁବକ) ଲଣ୍ଡାକରି ମୁହଁରେ କଳା ବୋଳି ଗାଁ ଦାଣ୍ଡରେ ବୁଲାଇ ଥିଲେ। ଏ ସମ୍ପର୍କରେ ପୋଲିସ ଖବର ପାଇ ଗାଁରେ ପହଞ୍ଚି ଯୁବକକୁ ଉଦ୍ଧାର କରିଛି। ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story