କ’ଣ କରିବେ ୧୭୦ କର୍ମଚାରୀ?

ଭୁବନେଶ୍ୱର: କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କମ୍ପାନୀ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ନହରକଣ୍ଟାରେ ଥିବା ଫାଷ୍ଟ ସୋର୍ସ ସଲ୍ୟୁସନ୍ ଲିମିଟେଡ୍ ବିରୋଧରେ ୧୭୦ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଏକ ଘରୋଇ ମୋବାଇଲ କମ୍ପାନୀ ପାଇଁ ଗ୍ରାହକ ସେବା କେନ୍ଦ୍ର ଭାବେ ଏହି କମ୍ପାନୀ କାମ କରୁଥିଲା। ଦୀର୍ଘ ୬ ବର୍ଷ ଧରି ଏହି  କମ୍ପାନୀରେ କର୍ମଚାରୀମାନେ କାମ କରିଆସୁଥିଲେ। ତେବେ ନିକଟରେ ଅନ୍ୟ ଏକ କମ୍ପାନୀକୁ ଗ୍ରାହକ ସେବା ଦାୟିତ୍ୱ […]

worker

Rakesh Mallick
  • Published: Saturday, 22 July 2017
  • , Updated: 22 July 2017, 01:02 PM IST

ଭୁବନେଶ୍ୱର: କର୍ମଚାରୀଙ୍କୁ ଛଟେଇ ପ୍ରତିବାଦରେ କମ୍ପାନୀ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ନହରକଣ୍ଟାରେ ଥିବା ଫାଷ୍ଟ ସୋର୍ସ ସଲ୍ୟୁସନ୍ ଲିମିଟେଡ୍ ବିରୋଧରେ ୧୭୦ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ଏକ ଘରୋଇ ମୋବାଇଲ କମ୍ପାନୀ ପାଇଁ ଗ୍ରାହକ ସେବା କେନ୍ଦ୍ର ଭାବେ ଏହି କମ୍ପାନୀ କାମ କରୁଥିଲା। ଦୀର୍ଘ ୬ ବର୍ଷ ଧରି ଏହି  କମ୍ପାନୀରେ କର୍ମଚାରୀମାନେ କାମ କରିଆସୁଥିଲେ। ତେବେ ନିକଟରେ ଅନ୍ୟ ଏକ କମ୍ପାନୀକୁ ଗ୍ରାହକ ସେବା ଦାୟିତ୍ୱ ମିଳିବା ପରେ ଫାଷ୍ଟ ସୋର୍ସ କମ୍ପାନୀକୁ କାମରୁ ହଟାଇ ଦିଆଯାଇଥିଲା। ଏ ନେଇ କମ୍ପାନୀ ପକ୍ଷରୁ ଆଜି କାର୍ଯ୍ୟାଳୟରେ ଏକ ନୋଟିସ ଲଗାଇ ଦିଆଯାଇଛି। କମ୍ପାନୀରେ କାମ କରୁଥିବା ୧୭୦ କର୍ମଚାରୀ ଏବେ କଣ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି। ନୂଆ କମ୍ପାନୀରେ ପୁନଃ ନିଯୁକ୍ତି ନ ହେଲେ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଆନ୍ଦୋଳନରତ କର୍ମଚାରୀ।

Related story