ମୃତ୍ୟୁ ପରେ ଆତ୍ମା କୁଆଡ଼େ ଯାଇଥାଏ?

ମୃତ୍ୟୁ ପରେ ଶରୀର ଛାଡ଼ି ଆତ୍ମା ଯାଇଥାଏ। ତେବେ ଏହି ଆତ୍ମା କେଉଁଠି ଯାଏ? ତାକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏହା ପଛରେ ରହିଛି ଏକ ପୌରାଣିକ କଥା। ଯାହା ଶୁଣିଲେ ଆପଣଙ୍କର ବି ହୋସ୍‌ ଉଡିଯିବ। ତେବେ ଆସନ୍ତୁ ଦେଖିବା ମୃତ୍ୟୁ ପରେ ଆତ୍ମା କେଉଁଠି ଯାଇଥାଏ। କଥା ହେଉଛି ପ୍ରାଚୀନ ଯୁଗର। ଭଗବାନ କୃଷ୍ଣ ପ୍ରସନ୍ନ ହୋଇ ଗରୁଡ଼ ପକ୍ଷୀଙ୍କୁ ଜନ୍ମ ଓ ମୃତ୍ୟୁ ସମ୍ପର୍କରେ କହୁଛନ୍ତି। ମଣିଷ ମୃତ୍ୟୁ […]

yam ha taa jama

yam ha taa jama

Rakesh Mallick
  • Published: Sunday, 20 May 2018
  • Updated: 21 May 2018, 11:20 AM IST

Sports

Latest News

ମୃତ୍ୟୁ ପରେ ଶରୀର ଛାଡ଼ି ଆତ୍ମା ଯାଇଥାଏ। ତେବେ ଏହି ଆତ୍ମା କେଉଁଠି ଯାଏ? ତାକୁ ନେଇ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ। ଏହା ପଛରେ ରହିଛି ଏକ ପୌରାଣିକ କଥା। ଯାହା ଶୁଣିଲେ ଆପଣଙ୍କର ବି ହୋସ୍‌ ଉଡିଯିବ। ତେବେ ଆସନ୍ତୁ ଦେଖିବା ମୃତ୍ୟୁ ପରେ ଆତ୍ମା କେଉଁଠି ଯାଇଥାଏ। କଥା ହେଉଛି ପ୍ରାଚୀନ ଯୁଗର। ଭଗବାନ କୃଷ୍ଣ ପ୍ରସନ୍ନ ହୋଇ ଗରୁଡ଼ ପକ୍ଷୀଙ୍କୁ ଜନ୍ମ ଓ ମୃତ୍ୟୁ ସମ୍ପର୍କରେ କହୁଛନ୍ତି।

ମଣିଷ ମୃତ୍ୟୁ ପରେ ଯମ ଦୂତ ଆତ୍ମାକୁ ନେବାକୁ ଆସିଥାଏ। ଯମର ଭୟଙ୍କର ରୂପ ଦେଖି ଡରିଯାଏ ଆତ୍ମା। ପରେ ଯମ ଦୂତ ସହିତ ଯମପୁର ଚାଲିଯାଏ। ଏହି ସମୟରେ ଆତ୍ମାକୁ ବହୁତ କଷ୍ଟ ଦିଆଯାଇଥାଏ ବୋଲି କୃଷ୍ଣ, ଗରୁଡ଼ଙ୍କୁ କହିଥିଲେ।

ଗରୁଡ଼ ପୁରାଣ ଅନୁସାରେ, ଆତ୍ମା ଯମପୁରରେ ପହଞ୍ଚିବା ପୂର୍ବରୁ ବୈତରଣୀ ନଦୀ ଅତିକ୍ରମ କରି ଯିବାକୁ ପଡ଼ିଥାଏ। ଏହି ନଦୀରେ ରକ୍ତ ଓ ପୂଯ ପ୍ରବାହିତ ହୋଇଥାଏ। ଯାହାର ରୂପ ଦେଖିବା ଭାରି ଭୟଙ୍କର। ଏହା ଦେଖି ଆତ୍ମା ଡରିଯାଏ। ନଦୀ ପାର ହୋଇପାରେ ନାହିଁ। ଏଥିରେ ଆତ୍ମାକୁ ସହଯୋଗ କରିଥାଏ ଏକ ପ୍ରେତ। ଯାହା ଆତ୍ମା କରିଥିବା କର୍ମଫଳ ଉପରେ ନିର୍ଭର କରିଥାଏ। ତା’ପରେ ଆତ୍ମା ଯମପୁରରେ ପହଞ୍ଚିଯାଏ।

(ସୌଜନ୍ୟ-ନ୍ୟୁଜ-ଡଗ୍‌)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos