ମାନସିକ ସୁସ୍ଥତା ଲାଗି କାହିଁକି କରିବେ ଆସନ, ଜାଣନ୍ତି କି?

ଆଜିକାଲିର ବ୍ୟସ୍ତ ଜୀବନରେ ସମସ୍ତେ ପ୍ରାୟ ସ୍ୱଳ୍ପାହାର ଓ ମାନଷିକ ଚାପର ଶିକାର ହୋଇଯାଇଥାନ୍ତି। ମାନଷିକ ଶାନ୍ତି ଓ ଅବସାଦରୁ ମୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାରର ଡାକ୍ତରୀ ଔଷଧ ଖାଇଥାନ୍ତି। ଯାହା କି ଶରୀର ପକ୍ଷେ ହିତକର ନୁହେଁ।  ତେଣୁ ଏସବୁ କ୍ଷେତ୍ରରେ ନାନା ଔଷଧ ନ ଖାଇ ଯୋଗ କରିବା ଭଲ। ଯୋଗ ଶରୀର ପକ୍ଷେ ହିତକର। ଯୋଗ ଦ୍ୱାରା ମାନସିକ ଚାପ ଓ ଅବଶାଦ ଦୂର ହୋଇଥାଏ। ତା ହେଲେ ଆସନ୍ତୁ […]

Layout 1

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 03:47 PM IST

ଆଜିକାଲିର ବ୍ୟସ୍ତ ଜୀବନରେ ସମସ୍ତେ ପ୍ରାୟ ସ୍ୱଳ୍ପାହାର ଓ ମାନଷିକ ଚାପର ଶିକାର ହୋଇଯାଇଥାନ୍ତି। ମାନଷିକ ଶାନ୍ତି ଓ ଅବସାଦରୁ ମୁକ୍ତି ପାଇବା ପାଇଁ ସେମାନେ ବିଭିନ୍ନ ପ୍ରକାରର ଡାକ୍ତରୀ ଔଷଧ ଖାଇଥାନ୍ତି। ଯାହା କି ଶରୀର ପକ୍ଷେ ହିତକର ନୁହେଁ।  ତେଣୁ ଏସବୁ କ୍ଷେତ୍ରରେ ନାନା ଔଷଧ ନ ଖାଇ ଯୋଗ କରିବା ଭଲ। ଯୋଗ ଶରୀର ପକ୍ଷେ ହିତକର। ଯୋଗ ଦ୍ୱାରା ମାନସିକ ଚାପ ଓ ଅବଶାଦ ଦୂର ହୋଇଥାଏ। ତା ହେଲେ ଆସନ୍ତୁ ଜାଣିବା ମାନଷିକ ସ୍ୱାସ୍ଥରେ ସୁଧାର ଆଣୁଥିବା କିଛି ଯୋଗାସନ ବିଷୟରେ।

ବାଳାସନ: ବାଳାସନ ଦ୍ୱାରା ଶରୀରରେ ଥିବା ସ୍ନାୟୁଗୁଡ଼ିକ ଉତ୍ତେଜିତ ହୋଇ ଉର୍ଜାବାନ ହୋଇଥାନ୍ତି। ଏଥିସହ ଏହା ପାଚନ କ୍ରିୟାରେ ଦେଖାଦେଉଥିବା ସମସ୍ୟାକୁ ଦୂର କରିଥାଏ।

ବିପରୀତ କରଣି ଆସନ:  ବିପରୀତ କରଣୀ ଶରୀରରେ ରକ୍ତ ପ୍ରବାହକୁ ଠିକ୍ ରଖିବା ସହ ମାନସିକ ସ୍ୱାସ୍ଥାରେ ସୁଧାର ଆଣିଥାଏ। ଏହି ଯୋଗାସନ ଦ୍ୱାରା ଚିନ୍ତା ଓ ଅବଶାଦରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ ଏହା ଗୋଡ଼ର ମାଂଶପେଶୀର ଦରଜକୁ ଭଲ କରିଥାଏ।

ଉତ୍ତାନାସନ: ଏଇ ଆସନ ଚିନ୍ତା ଓ ଡିପ୍ରେସନ୍‌ର ଲକ୍ଷଣକୁ ଉପଚାର କରିଥାଏ। ଯାହାଫଳରେ ମାନଷିକ ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ।

ଶବାସନ: ଏହି ଯୋଗାସନର ବ୍ୟବହାର ପ୍ରାୟ ସମସ୍ତ ଆସନରେ କରାଯାଏ। ଏହା ମେଡିଟେସନ୍ କରିବାର ଏକ ଭଲ ପ୍ରକ୍ରିୟା। ଏହି ଆସନ ମାନଷିକ ସ୍ଥିତିକୁ  ସୁଧାରି ଶରୀରକୁ ଆରାମ ଦେଇଥାଏ।

Related story