‘ବାହୁବଳୀ-୨’ରେ ଓଡ଼ିଆ ଲିଙ୍କ୍‌, ଅଭିନୟ କରିଛନ୍ତି ବରଗଡର ଏମ୍. ରାମକ୍ରିଷ୍ଣା

ଏବେ ଚାରିଆଡେ ‘ବାହୁବଳୀ-୨’କୁ ନେଇ ଚର୍ଚ୍ଚା। ଏଥିରେ କିଛି ଓଡ଼ିଆ ଟେକ୍ନିସିଆନ୍ କାମ କରୁଥିଲେ ବୋଲି ଜଣାପଡିଥିଲା।  ହେଲେ ବହୁତ କମ୍‌ ଲୋକ ଜାଣିଥିବେ ଯେ, ଫିଲ୍ମରେ ଜଣେ ଓଡ଼ିଆ କଳାକାର ଅଭିନୟ କରିଛନ୍ତି।  ସେ ହେଉଛନ୍ତି ବରଗଡ ସର୍ଲା ଗାଁର ଏମ୍. ରାମକ୍ରିଷ୍ଣା। ଅଭିନେତା ଏମ୍. ରାମକ୍ରୀଷ୍ଣା ଡ଼ାକ ନାମ ଶତୃ। ବାପା ସ୍ୱର୍ଗତ ଏମ୍. ସତ୍ୟନାରାୟଣ ଏବଂ ମାଆ ଏମ୍. ସରୋଜିନୀଙ୍କ ତୃତୀୟ ସନ୍ତାନ ଶତୃ।  ବରଗଡ଼ ସହରଠୁ ୮ କିଲୋମିଟର ଦୂରରେ ଥିବା […]

M.Ramkrishnan @ Shatru

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 09:48 AM IST

ଏବେ ଚାରିଆଡେ ‘ବାହୁବଳୀ-୨’କୁ ନେଇ ଚର୍ଚ୍ଚା। ଏଥିରେ କିଛି ଓଡ଼ିଆ ଟେକ୍ନିସିଆନ୍ କାମ କରୁଥିଲେ ବୋଲି ଜଣାପଡିଥିଲା।  ହେଲେ ବହୁତ କମ୍‌ ଲୋକ ଜାଣିଥିବେ ଯେ, ଫିଲ୍ମରେ ଜଣେ ଓଡ଼ିଆ କଳାକାର ଅଭିନୟ କରିଛନ୍ତି।  ସେ ହେଉଛନ୍ତି ବରଗଡ ସର୍ଲା ଗାଁର ଏମ୍. ରାମକ୍ରିଷ୍ଣା।

ଅଭିନେତା ଏମ୍. ରାମକ୍ରୀଷ୍ଣା ଡ଼ାକ ନାମ ଶତୃ। ବାପା ସ୍ୱର୍ଗତ ଏମ୍. ସତ୍ୟନାରାୟଣ ଏବଂ ମାଆ ଏମ୍. ସରୋଜିନୀଙ୍କ ତୃତୀୟ ସନ୍ତାନ ଶତୃ।  ବରଗଡ଼ ସହରଠୁ ୮ କିଲୋମିଟର ଦୂରରେ ଥିବା ସର୍ଲା ଗାଁରରେ ତାଙ୍କ ଘର।  ଏହି ଗାଁରେ ବଢିଛନ୍ତି ଶତୃ।  ତାଙ୍କ ପାଇଁ ଏବେ ଗାଁ ମାଟି ଗର୍ବ କରୁଛି। ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ-୨’ରେ ତାଙ୍କୁ ଅଭିନୟ ପାଇଁ ସୁଯୋଗ ମିଳିଥିବାରୁ। ଶତୃ ‘ବାହୁବଲୀ-୨’ରେ ପିଣ୍ଡାରୀ ଭୂମିକାରେ ଅଭିନୟ କରିଛନ୍ତି।  ତାଙ୍କ ଭୂମିକା ଛୋଟ ଥିଲେ ହେଁ ଏତେ ବଡ଼ ଫିଲ୍ମରେ ସୁଯୋଗ ପାଇଥିବାରୁ ପରିବାର ଏବଂ ଗାଁ ଲୋକେ ବେଶ ଖୁସ॥

ଶତୃ ଗାଁ ପାଖ ନୂଆଖଇରପାଲି ସ୍କୁଲରେ ମାଟ୍ରିକ ପର୍ଯ୍ୟନ୍ତ  ପାଠ ପଢିଥିବା ବେଳେ କଟକ ରେଭେନସା କଲେଜରେ ପ୍ଲସ-ଟୁ ପଢିଥିଲେ। ପରେ ସେ ଉଚ୍ଚଶିକ୍ଷା ପାଇଁ ହାଇଦ୍ରାବାଦ ଯାଇଥିଲେ । ଆଉ ସେଠାରେ ସେ ପାଦ ଥାପିଥିଲେ ତେଲୁଗୁ ଫିଲ୍ମ ଜଗତରେ।  ‘ବାହୁବଳୀ-୨’ ପୂର୍ବରୁ  ସେ ବହୁଗୁ଼ଡିଏ ତେଲୁଗୁ ଏବଂ ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି।  ହେଲେ ବ୍ଲକବଷ୍ଟର ଫିଲ୍ମ ବାହୁବଲୀରେ ଅଭିନୟ କରି ଚର୍ଚ୍ଚାକୁ ଆସିଛନ୍ତି ଶତୃ ଓରଫ ଏମ୍. ରାମକ୍ରିଷ୍ଣା।

Related story