ସବ୍‌ଡିଭିଜନ୍ ମାନ୍ୟତା ଦାବିରେ ସିମୁଳିଆ ବନ୍ଦ

Ordigital Desk
  • Published: Monday, 04 June 2018
  • , Updated: 04 June 2018, 10:56 AM IST
<p>ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋରକୁ ସବ୍&zwnj; ଡିଭିଜନ୍ ମାନ୍ୟତା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସିମୁଳିଆ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଏହାସହ ସମସ୍ତ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଓ ତହସିଲ ମଧ୍ୟ ବନ୍ଦ ରହିଛି।</p> <p>&lt;a href=&quot;&quot;&gt;(image) &lt;/a&gt;ରାଜ୍ୟରେ ୧୪ଟି ସ୍ଥାନକୁ ରାଜ୍ୟ ସରକାର ସବଡିଭିଜନ ମାନ୍ୟତା ଦେଇଥିବା ବେଳେ ସୋରକୁ କାହିଁକି ଏଥିରୁ ବାଦ ଦିଆଗଲା ବୋଲି ପ୍ରଶ୍ନକରି କରି ବିଜେପି ପକ୍ଷରୁ ଆଜି ସିମୁଳିଆ ବନ୍ଦ ଡାକରା ଦିଆଯାଇଛି</p> <p>&lt;a href=&quot;http://odishareporter.in/wp-content/uploads/2018/06/vlcsnap-2018-06-04-07h52m12s710.png&quot;&gt;(image) &lt;/a&gt;ବିଜେପି ନେତା ଶଶି ସାହୁ କହିଛନ୍ତି,&ldquo;ସୋରକୁ ସବ୍&zwnj; ଡିଭିଜନ୍&zwnj; ମାନ୍ୟତା ଦାବିରେ&nbsp; ଆଜି&nbsp; ସିମୁଳିଆ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସବଡିଜିନ ମାନ୍ୟତା ପାଇବାର ହକ୍&zwnj; &nbsp;ଓ ଅଧିକାର ସୋରରେ ରହିଛି। ଆଗାମୀ ଦିନରେ ସରକାର ଆମ ଦାବି ନ ମାନିଲେ &nbsp;ଏହି ଆନ୍ଦୋଳନ ତୀବ୍ର ରୂପ ନେବ।&rdquo;</p> <p>https://youtu.be/b48j32mYzfQ</p>

Related story