ଅନ୍‌ଲାଇନ୍‌ ଗେମ୍‌ ଖେଳି ଘଣ୍ଟାକୁ କମାଉଛନ୍ତି ୮ ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ବସି ଖେଳି ଖେଳି ସ୍ୱାବଲମ୍ବୀ ହେଲେଣି ଜଣେ ଯୁବତୀ। ନା ବାହାରକୁ ବାହାରୁଛନ୍ତି ନା କିଛି କାମ କରୁଛନ୍ତି। ତଥାପି ଘଣ୍ଟାକରେ ୮ ଲକ୍ଷ ଟଙ୍କା କମାଉଛନ୍ତି ଏହି ଯୁବତୀ।ଦିନ ଥିଲା, ଟଙ୍କା ରୋଜଗାର କରିବା ପାଇଁ ଲୋକଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ୁଥିଲା। କିନ୍ତୁ ଡିଜିଟାଲ୍‌ ଜମାନାରେ ଟଙ୍କା ରୋଜଗାର କରିବା ଲୋକଙ୍କ ପାଇଁ ସହଜ ହୋଇଗଲାଣି। ଡିଜିଟାଲ୍‌ ଏପରି ଏକ ପ୍ଲାଟ୍‌ଫର୍ମ, ଯାହା କୌଣସି ବ୍ୟକ୍ତିଙ୍କୁ ରାତାରାତି ଧନୀ […]

yy

Puspanjali Panda
  • Published: Tuesday, 09 October 2018
  • , Updated: 09 October 2018, 02:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରେ ବସି ଖେଳି ଖେଳି ସ୍ୱାବଲମ୍ବୀ ହେଲେଣି ଜଣେ ଯୁବତୀ। ନା ବାହାରକୁ ବାହାରୁଛନ୍ତି ନା କିଛି କାମ କରୁଛନ୍ତି। ତଥାପି ଘଣ୍ଟାକରେ ୮ ଲକ୍ଷ ଟଙ୍କା କମାଉଛନ୍ତି ଏହି ଯୁବତୀ।ଦିନ ଥିଲା, ଟଙ୍କା ରୋଜଗାର କରିବା ପାଇଁ ଲୋକଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ୁଥିଲା। କିନ୍ତୁ ଡିଜିଟାଲ୍‌ ଜମାନାରେ ଟଙ୍କା ରୋଜଗାର କରିବା ଲୋକଙ୍କ ପାଇଁ ସହଜ ହୋଇଗଲାଣି।

ଡିଜିଟାଲ୍‌ ଏପରି ଏକ ପ୍ଲାଟ୍‌ଫର୍ମ, ଯାହା କୌଣସି ବ୍ୟକ୍ତିଙ୍କୁ ରାତାରାତି ଧନୀ ହେବାର ସ୍ୱପ୍ନ ଦେଖାଇଥାଏ। ଲୋକମାନେ ଦିନରାତି ଚାକିରି କରି ଯେତିକି ଟଙ୍କା ଉପାର୍ଜନ କରନ୍ତି, ଡିଜିଟାଲ୍‌ରେ ତାହା ଗୋଟିଏ ଦିନରେ ସମ୍ଭବ ହୋଇପାରୁଛି। ଯାହାର ଉଦାହରଣ ହେଉଛନ୍ତି ଅଷ୍ଟ୍ରେଲିଆର ଚେଲ୍‌ସିଆ।

ଆଜ୍ଞା ହଁ, ନିଜ ସ୍ମାର୍ଟଫୋନ୍‌ରେ ଅନ୍‌ଲାଇନ୍‌ ଗେମ୍‌ ଖେଳି, ଏହି ଯୁବତୀ ଜଣକ କମାଲ କରି ଦେଖାଇଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଅଷ୍ଟ୍ରେଲିଆର ଚେଲ୍‌ସିଆ ଅନ୍‌ଲାଇନ୍‌ ଗେମ୍‌ ଖେଳିବାରେ ଧୂର୍ତ୍ତ ଏବଂ ସେ ଏହି ଗେମ୍ ଖେଳି ଘଣ୍ଟାକୁ ୮ ଲକ୍ଷ ଟଙ୍କା ରୋଜଗାର କରନ୍ତି।
ଚେଲ୍‌ସିଆ ଫାର୍ମାସୀରେ ଗ୍ରାଜୁଏସନ୍‌ କରିଛନ୍ତି। କିନ୍ତୁ ତାଙ୍କର କମ୍ପ୍ୟୁଟର୍‌ ପ୍ରତି ସବୁବେଳେ ଦୁର୍ବଳତା ରହିଥିଲା। ଏହି ନିଶାକୁ ପେସା କରିବା ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ। ଆଉ ଏହି ଇଚ୍ଛା ତାଙ୍କୁ କମ୍ପ୍ୟୁଟର୍‌ ଗେମ୍‌ ଖେଳିବା ପାଇଁ ଉତ୍ସାହିତ କରିଥିଲା।

ଏହାପରେ ସେ ଅନ୍‌ଲାଇନ୍‌ ଗେମ୍‌ରେ ଜଏନ୍‌ କରିଥିଲେ ଏବଂ ଏଥିରୁ ରୋଜଗାର କରିବା ସମ୍ଭବ ବୋଲି ପ୍ରମାଣ କରି ଦେଖାଇଛନ୍ତି। ଚେଲ୍‌ସିଆଙ୍କ କହିବା ଅନୁସାରେ, “ମୁଁ ଅନ୍‌ଲାଇନ୍‌ରେ ସବ୍‌ସ୍କ୍ରିପ୍‌ସନ୍‌, ବିଜ୍ଞାପନ ଏବଂ ସ୍ପନ୍‌ସର୍‌ରୁ ଟଙ୍କା ରୋଜଗାର କରିଥାଏ।”

ଅନ୍‌ଲାଇନ୍‌ରେ ୟୁଜର୍‌ ତାଙ୍କୁ ପସନ୍ଦ କରୁଥିବାରୁ ସେ ଖେଳ ଅପେକ୍ଷା ଅଧିକ ସମୟ ତାଙ୍କ ସହିତ କନେକ୍ଟ ହୋଇ ରହିଥାନ୍ତି ବୋଲି ଚେଲ୍‌ସିଆ କହିଛନ୍ତି।  ଚେଲ୍‌ସିଆ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ଅଧିକ ଲୋକପ୍ରିୟ। ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରେ ତାଙ୍କର ୪୭ ମିଲିୟନ୍‌ ଫଲୋୟର୍‌ ରହିଛନ୍ତି।

ବିନା ଚାକିରିରେ କିପରି ଘରେ ବସି ଅର୍ଥ ଉପାର୍ଜନ କରିହେବ, ତାହା ଅଧିକରୁ ଅଧିକ ଚେଲ୍‌ସିଆଙ୍କ ପାଖରୁ ଶିଖିବା କଥା।  ତାଙ୍କର ଏହି କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ରହିଛି।
ପାଠରେ ଡିଗ୍ରୀ ନ ଥିବା ଲୋକଙ୍କ ପାଇଁ ଚେଲ୍‌ସିଆ ଏକ ଉଦାହରଣ ପାଲଟିଛନ୍ତି। ତାଙ୍କ ମତରେ, ସମସ୍ତେ ଡିଗ୍ରୀରେ ନୁହେଁ ନିଜ ରୁଚି ଅନୁସାରେ ଅର୍ଥ ଉପାର୍ଜନ କରିବାକୁ ଉଦ୍ୟମ କରିବା ଉଚିତ୍‌।

Related story