ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ: ପାୱାର, ଫାରୁକଙ୍କ ପରେ ମନା କଲେ ଗୋପାଳ ଗାନ୍ଧି

ନୂଆଦିଲ୍ଲୀ: ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଗୋଟିଏ ପରେ ଗୋଟିଏ ବୈଠକ କରି ନିରାଶ ହେବାକୁ ପଡିଛି ବିରୋଧୀ ଗୋଷ୍ଠୀଙ୍କୁ । ମମତା ଦିଦିଙ୍କ ପ୍ରସ୍ତାବିତ ୩ଟି ଯାକ ନାଁ ଉପରେ ଏବେ ପଡ଼ିଛି ପୂର୍ଣ୍ଣଛେଦ। କାରଣ ପ୍ରଥମେ ଶରଦ ପାୱାର, ପରେ ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳ କୃଷ୍ଣ ଗାନ୍ଧି ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି । ଆଜି ମୁମ୍ବାଇରେ ବସିଥିଲା ବିରୋଧୀଙ୍କ ବୈଠକ […]

Gopal Gandhi

Jitendra Garnayak
  • Published: Monday, 20 June 2022
  • , Updated: 20 June 2022, 06:24 PM IST

ନୂଆଦିଲ୍ଲୀ: ବିରୋଧୀଙ୍କୁ ମିଳୁନାହାନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଗୋଟିଏ ପରେ ଗୋଟିଏ ବୈଠକ କରି ନିରାଶ ହେବାକୁ ପଡିଛି ବିରୋଧୀ ଗୋଷ୍ଠୀଙ୍କୁ । ମମତା ଦିଦିଙ୍କ ପ୍ରସ୍ତାବିତ ୩ଟି ଯାକ ନାଁ ଉପରେ ଏବେ ପଡ଼ିଛି ପୂର୍ଣ୍ଣଛେଦ। କାରଣ ପ୍ରଥମେ ଶରଦ ପାୱାର, ପରେ ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳ କୃଷ୍ଣ ଗାନ୍ଧି ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀ ହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି ।

ଆଜି ମୁମ୍ବାଇରେ ବସିଥିଲା ବିରୋଧୀଙ୍କ ବୈଠକ । ରାଷ୍ଟ୍ରପତି ନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରିବେ, ସେ ନେଇ ହୋଇଥିଲା ଆଲୋଚନା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ପ୍ରାର୍ଥୀ କରିବା ନେଇ ପ୍ରସ୍ତାବ ରଖିଥିଲେ। ଗୋପାଳ କୃଷ୍ଣ ହେଉଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଥିବା ଗୋପାଳ କୃଷ୍ଣ ଗାନ୍ଧୀ ପଶ୍ଚିମବଙ୍ଗର ରାଜ୍ୟପାଳ ମଧ୍ୟ ରହି ସାରିଛନ୍ତି ।

ଗୋପାଳକୃଷ୍ଣଙ୍କ ତାଙ୍କ ନାଁରେ ଆସିଥିବା ପ୍ରସ୍ତାବକୁ ବିନମ୍ରତାର ସହିତ ପ୍ରତ୍ୟାଖାନ କରିବା ସହ କହିଛନ୍ତି, “ଏହି କଥାକୁ ମୁଁ ଗଭୀରଭାବେ ଅନୁଶୀଳନ କରି ଦେଖିଲି, ସେହି ବ୍ୟକ୍ତି ବିରୋଧୀ ଦଳର ପ୍ରାର୍ଥୀ ହେବା ଉଚିତ୍ ଯିଏ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ବ୍ୟତୀତ ଏକ ଜାତୀୟ ସହମତି ସୃଷ୍ଟି କରିପାରିବେ। ମୁଁ ଭାବୁଛି ଆହୁରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏ କାର୍ଯ୍ୟ ମୋଠାରୁ ଆହୁରି ଭଲ ଭାବେ କରିପାରିବେ।''

ଏହା ପୂର୍ବରୁ ଦିଲ୍ଲୀରେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀଙ୍କ ବୈଠକ ବସିଥିଲା। ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ପ୍ରାର୍ଥୀ କରିବା ପାଇଁ ଏଠାରେ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଦୀର୍ଘ ବର୍ଷର ଅଭିଜ୍ଞତା ରଖିଥିବା ଶରଦ ପାୱାର ନମ୍ବର ଗେମ୍‌ର ଗଣିତକୁ ବେଶ୍‌ ପରଖିଛନ୍ତି । ତେଣୁ ଦେଶର ସର୍ବୋଚ୍ଚ ପଦ ପାଇଁ ପ୍ରାର୍ଥୀ ହେବାକୁ ସିଧା ସଖଳ ମନା କରିଦେଇଥିଲେ । ଏହା ପରେ ଆଉ ଜଣେ ଭେଟେରାନ୍ ନେତା ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଜମ୍ମୁ-କଶ୍ମୀର ପାଇଁ ଅନେକ କିଛି କରିବାକୁ ଚାହୁଁଥିବା କହି ନିଜକୁ ରାଷ୍ଟ୍ରପତି ରେସ୍‌ରୁ ନିଜକୁ ଦୂରେଇ ନେଇଥିଲେ ଫାରୁକ ଅବଦୁଲ୍ଲା । ଜମ୍ମୁ କାଶ୍ମୀରରେ ସକାରାତ୍ମ ସ୍ଥିତି ଆଣିବା ପାଇଁ ସେ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁଥିବା କହିଥିଲେ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୁନ୍ ୧୫ରୁ ବିଜ୍ଞପ୍ତି ପାଇଲାଣି । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଜୁନ୍ ୨୯ ରହିଛି । ହାତରେ ଆଉ ୧୦ ଦିନ ବି ନାହିଁ । କିନ୍ତୁ ବିରୋଧୀଙ୍କୁ ଏ ଯାଏଁ ମିଳୁ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ ।

ଅନ୍ୟପଟେ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ରହିଛି ୪୮.୯ ପ୍ରତିଶତ ଭୋଟ । ତେଣୁ ବିଜେପି ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଲାଗି ଉଭୟ ୱାଇଏସଆର୍ କଂଗ୍ରେସ ଓ ବିଜୁ ଜନତା ଦଳ ସହ ସଂପର୍କରେ ରହିଛ

Related story