ଆଜି ଅଗ୍ନି-୪ର ବ୍ୟାବହାରିକ ପରୀକ୍ଷା

ବାଲେଶ୍ୱର: ଆଜି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୪ର ବ୍ୟାବହାରିକ ପରୀକ୍ଷା ହେବ। ସକାଳ ୯ଟାରେ ଚାନ୍ଦିପୁର ଷେପଣାସ୍ତ୍ର ଘାଟିରୁ ଏହି ପରୀକ୍ଷଣ କରାଯିବ। ଅବଦୁଲ କାଲାମ ଆଇଲାଣ୍ଡରେ ଥିବା ୪ନମ୍ୱର ଲଞ୍ଚପ୍ୟାଡରୁ ଏହି ଷେପଣାସ୍ତ୍ର ଉତକ୍ଷେପଣ ହେବ। ଏଥିପାଇଁ ଡିଆରଡିଓ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନୀ-୪ର ଓଜନ ୧୭ହଜାର କିଲୋଗ୍ରାମ ଥିବାବେଳେ ଏହାର ଲମ୍ୱ ୨୦ ମିଟର ଓ ଲକ୍ଷ୍ୟଭେଦ କ୍ଷମତା ୪ହଜାର କିଲୋମିଟର ରହିଛି। […]

agni

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 05:51 AM IST

ବାଲେଶ୍ୱର: ଆଜି ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି-୪ର ବ୍ୟାବହାରିକ ପରୀକ୍ଷା ହେବ। ସକାଳ ୯ଟାରେ ଚାନ୍ଦିପୁର ଷେପଣାସ୍ତ୍ର ଘାଟିରୁ ଏହି ପରୀକ୍ଷଣ କରାଯିବ। ଅବଦୁଲ କାଲାମ ଆଇଲାଣ୍ଡରେ ଥିବା ୪ନମ୍ୱର ଲଞ୍ଚପ୍ୟାଡରୁ ଏହି ଷେପଣାସ୍ତ୍ର ଉତକ୍ଷେପଣ ହେବ। ଏଥିପାଇଁ ଡିଆରଡିଓ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନୀ-୪ର ଓଜନ ୧୭ହଜାର କିଲୋଗ୍ରାମ ଥିବାବେଳେ ଏହାର ଲମ୍ୱ ୨୦ ମିଟର ଓ ଲକ୍ଷ୍ୟଭେଦ କ୍ଷମତା ୪ହଜାର କିଲୋମିଟର ରହିଛି। କ୍ଷେପଣାସ୍ତ୍ରଟି ୨୫୦ କିଲୋଟନ୍ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ୨୦୧୧ ମସିହା ନଭେମ୍ୱର ୧୫ ତାରିଖରେ ଧାମରା ହୁଲରଦୀପରୁ ଅଗ୍ନୀ-୪ର ପ୍ରଥମ ପରୀକ୍ଷା କରାଯାଇଥିଲା। ୨୦୧୪ ମସିହାରେ ଏହି ମିସାଇଲକୁ ସ୍ଥଳ ସେନାରେ ସାମିଲ କରାଯାଇଛି। ଅଗ୍ନି-୪ ଷେପଣାସ୍ତ୍ର ଉତକ୍ଷେପଣ ପରେ  ବାୟୁମଣ୍ଡଳରୁ ୯ଶହ କିଲୋମିଟର ଉଚ୍ଚତାକୁ ଯାଇଥାଏ। ଏହା ବାୟୁମଣ୍ଡଳ ବାହାରକୁ ଯାଇ ପୁଣି ପ୍ରବେଶ କରିବା ସମୟରେ ବାୟୁସ୍ତର ସହିତ ଘର୍ଷଣ ହୋଇ ୩ହଜାରରୁ ୪ହଜାର ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଉତ୍ପର୍ଣ୍ଣ ହୋଇଥାଏ। ଏହି ସମୟରେ ଷେପଣାସ୍ତ୍ରକୁ ସୁରକ୍ଷିତ ରଖାଯିବାକୁ ମିସାଇଲରେ କାର୍ବନ କମ୍ପେଜିଇଟର ଗୋଟିଏ ସ୍ତର ବ୍ୟବହାର କରାଯାଇଥାଏ। ପଞ୍ଚମଥର ପାଇଁ ଅଗ୍ନୀ-୪ ମିଜାଇଲର ବ୍ୟାବହାରିକ ପରୀକ୍ଷା ହେଉଛି।

Related story