ଆଜି ବିଜୁ ଛାତ୍ର ଜନତା ଦଳର ସମାବେଶ

ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳର ସମାବେଶ। ଦଳର ସଂଗଠନକୁ ମଜବୁତ କରିବା ଓ ଛାତ୍ରଛାତ୍ରୀଙ୍କୁ ଏକଜୁଟ୍ କରିବା ଲକ୍ଷ୍ୟରେ ସଂଗଠନ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ସଫଳତା, ଖାସ୍ କରି  ଛାତ୍ରାଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳ ଲକ୍ଷ୍ୟ ରଖିଛି। ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଏହି ସମାବେଶ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଛାତ୍ର […]

student

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 08:20 AM IST

ଭୁବନେଶ୍ୱର: ଆଜି ବିଜୁ ଛାତ୍ର ଜନତା ଦଳର ସମାବେଶ। ଦଳର ସଂଗଠନକୁ ମଜବୁତ କରିବା ଓ ଛାତ୍ରଛାତ୍ରୀଙ୍କୁ ଏକଜୁଟ୍ କରିବା ଲକ୍ଷ୍ୟରେ ସଂଗଠନ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଛି। ରାଜ୍ୟ ସରକାରଙ୍କ ସଫଳତା, ଖାସ୍ କରି  ଛାତ୍ରାଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବିଜୁ ଛାତ୍ର ଜନତା ଦଳ ଲକ୍ଷ୍ୟ ରଖିଛି। ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ପଡିଆରେ ଏହି ସମାବେଶ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଛାତ୍ର ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ସହ ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୦ରୁ ୨୫ ହଜାର ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମାବେଶ ପୂର୍ବରୁ ଏକ ଶୋଭାଯାତ୍ରା ମଧ୍ୟ ଆୟୋଜିତ ହେବ।

Related story